ଲକ୍ ଡାଉନ୍ ସମୟରେ ଏଠାରେ ସୋସିଆଲ ଡିଷ୍ଟାନ୍ସିଂ ପାଳନ କରିବା ପାଇଁ ଘରୁ ବାହାରି ନାଚୁଛନ୍ତି ଲୋକେ, ଦେଖନ୍ତୁ ଭାଇରାଲ୍ ଭିଡିଓ

କରୋନା ଭାଇରସ୍ କାରଣରୁ ବିଶ୍ୱର ଅଧତ୍କାଂଶ ଦେଶକୁ ଲକ୍ ଡାଉନ୍ ଘୋଷଣା କରିଦିଆଯାଇଛି । ବସ୍, ଟ୍ରେନ୍ ସିନେମାହଲ ସବୁକିଛି ବନ୍ଦ । ଲୋକମାନେ ଘରେ ନିଜର ସମୟ କାଟିବା ପାଇଁ ଅନେକ୍ ପ୍ରକାରର ଉପାୟ ଆପଣାଉଛନ୍ତି । ତେବେ ନିକଟରେ ସୋସିଆଲ ମିଡ଼ିଆରେ ଏକ ଏପରି ଭିଡିଓ ଭାଇରାଲ୍ ହେଉଛି ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।


Elsa Williams ନାମି ଜଣେ ମହିଳା ଏହାକୁ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ତେବେ ଏହି ଭିଡିଓକୁ ସେୟାର କରିବା ସହ ସେ ଲେଖିଛନ୍ତି ଯେ ପ୍ରତିଦିନ ସକାଳ 11ଟା ସମୟରେ ତାଙ୍କ ଅଞ୍ଚଳର ଲୋକମାନେ ଘରୁ ବାହାରି ସୋସିଆଲ ଡିଷ୍ଟାନ୍ସିଂ ପାଳନ କରିବା ସହିତ ଡ୍ୟାନ୍ସ କରିଥାନ୍ତି । ସୋସିଆଲ ମିଡିଆରେ ଏହି ଭିଡ଼ିଓକୁ ଲୋକମାନେ ବହୁତ୍ ପସନ୍ଦ କରୁଛନ୍ତି । ତାସହିତ କିଛି ଲୋକ ଏନେଇ ଆଲୋଚନା ମଧ୍ଯ କରୁଛନ୍ତି । କାରଣ ଏଭଳି ପରିସ୍ଥିତିରେ ଘରୁ ବାହାରିବା ମଧ୍ଯ ବିପଦଜନକ ଅଟେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.