ମେ ୧୧ ରୁ ୧୫ ଭିତରେ ଶୀର୍ଷରେ ପହଞ୍ଚିବ କୋଭିଡ୍‌ ସଂକ୍ରମଣ ! ଗାଣିତିକ ପ୍ରଣାଳୀରେ ଅନୁମାନ ଲଗାଇଛନ୍ତି କିଛି ବୈଜ୍ଞାନିକ

ନୂଆଦିଲ୍ଲୀ: ମେ ୧୧ ରୁ ୧୫ ଭିତରେ ଶୀର୍ଷରେ ପହଞ୍ଚିବ କୋଭିଡ୍‌ ସଂକ୍ରମଣ । ଗାଣିତିକ ପ୍ରଣାଳୀରେ କିଛି ବୈଜ୍ଞାନିକ ଏଭଳି ଅନୁମାନ ଲଗାଇଛନ୍ତି । ସଂକ୍ରମଣ ଶୀର୍ଷରେ ପହଞ୍ଚିବା ବେଳକୁ ଦେଶରେ ଆକ୍ଟିଭ୍‌ କେସ୍‌ ୩୩ରୁ ୩୫ ଲକ୍ଷ ଥିବ । ଏହାର ଅର୍ଥ ସଂକ୍ରମଣ କମିବା ପୂର୍ବରୁ ଆଉ ୩ ସପ୍ତାହ ପର୍ଯ୍ୟନ୍ତ ଏଭଳି ଭାବରେ ବଢ଼ି ଚାଲିବ। ଗତବର୍ଷ ସେପଟେମ୍ବର ୧୭ରେ ଶୀର୍ଷରେ ପହଞ୍ଚିଥିଲା ସଂକ୍ରମଣ । ଏହି ସମୟରେ ଦେଶରେ ୧୦ ଲକ୍ଷ ଆକ୍ଟିଭ୍‌ କେସ୍‌ ଥିଲା ।

ଏହି ଗାଣିତିକ ମଡେଲ କହୁଛି ଦିଲ୍ଲୀ, ରାଜସ୍ଥାନ, ତେଲେଙ୍ଗାନାରେ ଏପ୍ରିଲ ୨୫ ରୁ ୩୦ ଭିତରେ ସଂକ୍ରମଣ ଶୀର୍ଷରେ ପହଞ୍ଚିବ । ଓଡ଼ିଶା, କର୍ଣ୍ଣାଟକ ଓ ପଶ୍ଚିମବଙ୍ଗରେ ମେ ୧ ରୁ ୫ ଭିତରେ ସଂକ୍ରମଣ ଶୀର୍ଷରେ ପହଞ୍ଚିବ । ତାମିଲନାଡ଼ୁ ଓ ଆନ୍ଧ୍ର ପ୍ରଦେଶରେ ସଂକ୍ରମଣ ମେ ୬ ରୁ ୧୦ ଭିତରେ ଶୀର୍ଷରେ ପହଞ୍ଚିବ । ମହାରାଷ୍ଟ୍ର ଏବଂ ଛତିଶଗଡ଼ରେ ସଂକ୍ରମଣ ଶୀର୍ଷ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ଏହି ମଡେଲ କହୁଛି । ଏପ୍ରିଲ ୨୫ ଆଡ଼କୁ ବିହାରରେ ଶୀର୍ଷରେ ପହଞ୍ଚିବ ସଂକ୍ରମଣ । ଏହି ମଡେଲ ଯଦି ସତ ହୁଏ ତେବେ କୋଭିଡ୍‌ ମୁକାବିଲା ଆହୁରି ବ୍ୟାପକ ବ୍ୟବସ୍ଥା କରିବାକୁ ହେବ । ତେବେ ଏପ୍ରିଲ ୨୦ ଭିତରେ ସଂକ୍ରମଣ ଶୀର୍ଷରେ ପହଞ୍ଚିବ ବୋଲି ଏହି ମଡେଲ ଅନୁଯାୟୀ ପୂର୍ବରୁ ଅନୁମାନ ଲଗାଇଥିଲେ ବୈଜ୍ଞାନିକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.