ଆସନ୍ତା ଅଗଷ୍ଟ ୩୦ରୁ ସାତ ଦିନ ପାଇଁ ସଟ୍‌ଡାଉନ୍ ଘୋଷଣା ହେଲା ଝାରସୁଗୁଡ଼ା ସହର

ଝାରସୁଗୁଡ଼ା: କରୋନା କବଳରେ ସାରା ରାଜ୍ଯ କବଳିତ । ଦିନକୁ ଦିନ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ଯା । ଏହି ପରିପେକ୍ଷୀରେ ଝାରସୁଗୁଡ଼ା ସହରକୁ ୭ ଦିନ ପାଇଁ ସଟ୍‌ଡାଉନ୍ ଘୋଷଣା କରାଯାଇଛି‌ । ଆସନ୍ତା ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ସାତ ଦିନ ପାଇଁ ଟାଉନ୍‌ ବନ୍ଦ ରହିବ ।

ଏହି ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ, ପନିପରିବା, କ୍ଷୀର, ଅଣ୍ଡା, ମାଛ, ଏବଂ ଅନ୍ୟାନ୍ୟ ଦ୍ରବ୍ୟ ସକାଳ ୬ଟାରୁ ୧୧ଟା ମଧ୍ୟରେ ବିକ୍ରୟ ପାଇଁ ଅନୁମତି ଦିଆଯାଇଛି । ଜରୁରୀକାଳୀନ ସେବା ଡାକ୍ତରଖାନା, ଅଗ୍ନିଶମ ବିଭାଗ, ଜିଲ୍ଲା ପ୍ରଶାସନ କାର୍ଯ୍ୟାଳୟ ସମ୍ବନ୍ଧିତ କାର୍ଯ୍ୟାଳୟ ଖୋଲା ରହିବ । ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଝାରସୁଗୁଡା ଜିଲ୍ଲାପାଳ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.