ଭାରତରେ ସିଙ୍ଗଲ୍ ଡୋଜ୍ ସ୍ଫୁଟନିକ୍ ଲାଇଟ୍ କୋଭିଡ ଟିକାକୁ ଅନୁମତି ଦେଲା DCGI

ନୂଆଦିଲ୍ଲୀ : ଭାରତରେ ଆଉ ଏକ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମିଳିଛି ମଞ୍ଜୁରୀ। ଜରୁରୀ କାଳୀନ ବ୍ୟବହାର ପାଇଁ ସିଙ୍ଗଲ ଡୋଜ ସ୍ପୁଟନିକ ଲାଇଟକୁ ମିଳିଛି ଅନୁମତି। ସ୍କୁଟନିକ ଲାଇଟକୁ ଜରୁରୀକାଳୀନ ବ୍ୟବହାର ଡିସିଜିଆଇ ମଞ୍ଜୁରୀ ଦେଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଟ୍ଵିଟ କରି ସୂଚନା ଦେଇଛନ୍ତି। ଆଉ ଏକ ଟିକାକୁ ଅନୁମତି ମିଳିବା ପରେ କୋଭିଡ ବିରୋଧୀ ଲଢେଇ ଜୋରଦାର ହେବ ବୋଲି ସେ କହିଛନ୍ତି।

ଗୋଟିଏ ମାସରେ ଲାଗିଛି ୬୫ ପ୍ରତିଶତ କିଶୋରଙ୍କୁ ଏହି ଟିକା

କରୋନା ମହାମାରୀ ବିରୋଧରେ ଏହି ଟିକା ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି । କେବଳ ଗୋଟିଏ ମାସରେ ୬୫ % କିଶୋରଙ୍କୁ ଏହି ଟିକା ଦିଆଯାଇଛି । ଗୋଟିଏ ମାସ ମଧ୍ୟରେ ୧୫ ରୁ ୧୮ ବର୍ଷ ୬୫ % କିଶୋରଙ୍କୁ ଟିକାର ପ୍ରଥମ ଡୋଜ ମିଳିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।

You might also like