ରାଜ୍ୟରେ ଦ୍ୱିତୀୟ କରୋନା ମୃତ୍ୟୁ, ମୃତକ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର

ଭୁବନେଶ୍ବର: ରାଜ୍ୟରେ ଦ୍ୱିତୀୟ କରୋନା ମୃତ୍ୟୁ। ଓଡ଼ିଶାରେ କରୋନାରେ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକ ଖୋର୍ଦ୍ଧା ଜିଲ୍ଲାର ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ ମୃତକ ହେଉଛନ୍ତି ୭୭ବର୍ଷ ବୟସ୍କ, ଯିଏକି ଭୁବନେଶ୍ୱର ମଧୁସୂଦନ ନଗରର ବାସିନ୍ଦା । ସେ କରୋନା ସଂକ୍ରମିତ ହେବା ସହିତ ଉଚ୍ଚ ରକ୍ତଚାପ, ମଧୁମେହ ଏବଂ କିଡନୀ ରୋଗରରେ ପୀଡିତ ଥିଲେ । ଗତକାଲି ତାଙ୍କର ମୃତ୍ୟୁ ହୋଇଛି।

ତେବେ ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି ପାଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ମଧ୍ୟ କରୋନାରେ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକ ଜଣକ ଭୁବନେଶ୍ୱରର ଥିଲେ। ସେପଟେ ରାଜ୍ୟରେ ପଜିଟିଭ୍‌ଙ୍କ ସଂଖ୍ୟା ୧୭୭ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୧୫ଜଣ ଚିକିତ୍ସିତ ହେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.