ଦକ୍ଷିଣ ଆମେରିକାରେ ମୋଟ୍‌ ସଂକ୍ରମଣ ମାମଲା ୧୦ ଲକ୍ଷ ଟପିଲା, ୫୦ ହଜାରରୁ ଅଧିକଙ୍କ ମୃତ୍ୟୁ

ପେରୁରେ ୨୦ ସାମ୍ବାଦିକଙ୍କ କ‌ରୋନାରେ ମୃତ୍ୟୁ

ଆମେରିକା: କରୋନା ମହାମାରୀ ଏବେ ଦକ୍ଷିଣ ଆମେରିକାରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ଦକ୍ଷିଣ ଆମେରିକାରେ ସ୍ଥିତି ଉଦ୍‌ବେଗଜନକ। ବିଶ୍ବରେ ସର୍ବାଧିକ ସଂକ୍ରମଣ ମାମଲା‌ ଥିବା ୧୦ ରାଷ୍ଟ୍ର ମଧ୍ୟରେ ଦକ୍ଷିଣ ଆମେରିକାର ୪ଟି ରାଷ୍ଟ୍ର ରହିଛି। ତେବେ ଦକ୍ଷିଣ ଆମେରିକାରେ ମୋଟ୍‌ ସଂକ୍ରମଣ ମାମଲା ୧୦ ଲକ୍ଷ ଟପି ଯାଇଥିବାବେଳେ ୫୦ ହଜାରରୁ ଅଧିକଙ୍କ ମୃତ୍ୟୁ ହୋଇଛି।

ତେବେ ଦକ୍ଷିଣ ଆମେରିକାର ପେରୁରେ ୨୦ ସାମ୍ବାଦିକଙ୍କ କ‌ରୋନାରେ ମୃତ୍ୟୁ ହୋଇଥିବା ଖବର ମିଳିଛି। ଏହି ସାମ୍ବାଦିକମାନେ ବିଭିନ୍ନ ହସ୍ପିଟାଲ୍‌ ଯାଇ ଖବର ସଂଗ୍ରହ କଲାବେଳେ ସଂକ୍ରମିତ ହୋଇଥିଲେ। ତେବେ ବିଶ୍ବରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬୪ ଲକ୍ଷ ୭୦ ହଜାରରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୩ ଲକ୍ଷ ୮୦ ହଜାର ଟପିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.