ରାଜ୍ୟର ସହରାଞ୍ଚଳରେ ସଟଡାଉନ୍‌ର ଆଜି ଦ୍ୱିତୀୟ ଦିନ: ଅମାନିଆଙ୍କ ଉପରେ ରଖାଯାଇଛି କଡ଼ା ନଜର

ଭୁବନେଶ୍ବର: ରାଜ୍ୟର ସହରାଞ୍ଚଳରେ ସଟଡାଉନ୍‌ର ଆଜି ଦ୍ୱିତୀୟ ଦିନ । ଆସନ୍ତାକାଲି ସକାଳ ୫ଟା ଯାଏ ବଳବତ୍ତର ରହିବ କଟକଣା । ସଟଡାଉନ ସମୟରେ ସକାଳ ୫ରୁ ୬ଟା ଯାଏ ଘଣ୍ଟାଏ କଟକଣା କୋହଳ କରାଯାଇଛି । ଶୂନଶାନ ରାସ୍ତାଘାଟ, ଦୋକାନବଜାର, ଅଫିସ ବନ୍ଦ । ନିର୍ଜନ ସହର। ଦ୍ୱୈତନଗରୀରେ କଡ଼ାକଡ଼ି ହୋଇଛି କଟକଣା।

ଭୁବନେଶ୍ୱର ୪୩ ପଏଣ୍ଟ ଓ କଟକରେ ୨୫ଟି ପଏଣ୍ଟ ଚେକ୍‌ପୋଷ୍ଟ କରାଯାଇଛି। କଟକରେ ୧୨ ପ୍ଲାଟୁନ୍‌ ଫୋର୍ସ ମୁତୟନ ରଖାଯାଇଛି। ସହରରେ ପୋଲିସ ପାଟ୍ରୋଲିଂ ସହ ଯାଞ୍ଚ କରିଛି । ଅମାନିଆଙ୍କ ଉପରେ ରଖାଯାଇଛି କଡ଼ା ନଜର। ବିନା କାରଣରେ ବୁଲାବୁଲି କରୁଥିବା ଲୋକଙ୍କୁ ତାଗିଦ କରିବା ସହ ଫାଇନ ଆଦାୟ କରାଯାଉଛି।

କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରଖାଯାଇଛି। ଆସନ୍ତାକାଲି ସକାଳ ୫ଟା ଯାଏ ବଳବତ୍ତର ରହିବ କଟକଣା ସଟଡାଉନରୁ ଆମ୍ବୁଲାନ୍‌ସ ସେବା, ପୋଲିସ ଓ ଫାୟାର ସର୍ଭିସ୍‌କୁ ବାଦ ଦିଆଯାଇଛି । ଜରୁରୀ ସେବାରେ ନିୟୋଜିତ କର୍ମଚାରୀ ପରିଚୟପତ୍ର ଦେଖାଇ ଯାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.