Below header

ଏହି ବ୍ୟକ୍ତିଙ୍କୁ ଲୋକେ କହୁଛନ୍ତି “ଯମଦୂତ”, ଜାଣନ୍ତୁ କରୋନା ସହ ଜଡିତ କଣ ରହିଛି ମାମଲା

ଲକଡାଉନ ସମୟରେ ଲୋକମାନେ କରୋନା କିମ୍ବା ଦେଶ ସହ ଜଡିତ ସମସ୍ତ ସୂଚନା ପାଇଁ ସୋସିଆଲ ମିଡିଆ ଆଡକୁ ମୁହାଁଉଛନ୍ତି । ସମ୍ବାଦ ଠାରୁ ଆରମ୍ଭ କରି ମନୋରଞ୍ଜନ ଏବଂ ପରାମର୍ଶ ପର୍ଯ୍ୟନ୍ତ, ସୋସିଆଲ ମିଡିଆ ଆମ ପାଇଁ ସବୁକିଛିରେ ଉପଯୋଗୀ ପ୍ରମାଣିତ ହେଉଛି । ତେବେ ଆଜିକାଲି ସୋସିଆଲ ମିଡିଆରେ ଜଣେ ବ୍ୟକ୍ତିଙ୍କ ବିଷୟରେ ଅନେକ ଆଲୋଚନା ହେଉଛି ଏବଂ ଲୋକମାନେ ତାଙ୍କୁ ଯମଦୂତ ବୋଲି କହୁଛନ୍ତି ।


ସୂଚନା ଅନୁଯାୟୀ ଏହି ବ୍ୟକ୍ତିଙ୍କ ନାମ ହେଉଛି ନରବର୍ଟ ଏଲିକ୍ସ । ତେବେ ନରବର୍ଟଙ୍କ ବିଷୟରେ ଆଲୋଚନା ହେବାର କାରଣ ହେଉଛି ଯେକୌଣସି ସରକାରୀ ୱେବସାଇଟ୍ ପରି ସେ ନିଜ ଟ୍ୱିଟର ଆକାଉଣ୍ଟ ମାଧ୍ୟମରେ କ୍ରମାଗତ ଭାବରେ କରୋନା ତଥ୍ୟ ବିଷୟରେ ସୂଚନା ଦେଉଛନ୍ତି । ଏପରି ପରିସ୍ଥିତିରେ ଲୋକମାନେ ତାଙ୍କୁ ଧନ୍ୟବାଦ ଦେବା ପରିବର୍ତ୍ତେ ଯମଦୂତ ବୋଲି କହୁଛନ୍ତି ।


ମିଡିଆ ରିପୋର୍ଟ ଅନୁଯାୟୀ, ନରବର୍ଟ ହଙ୍ଗେରୀରେ ବାସ କରନ୍ତି ଏବଂ ଟ୍ୱିଟରରେ ତାଙ୍କର ଦୁଇ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି । ସେ ନିଜ ଟ୍ୱିଟ୍ ମାଧ୍ୟମରେ କରୋନା ସଂକ୍ରମିତ, ମୃତ୍ୟୁବରଣ କରୁଥିବା ଲୋକ ଏବଂ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ପ୍ରକାଶ କରିଥାନ୍ତି । ଏହାସହିତ ସେ ତୁରନ୍ତ କରୋନା ସମ୍ବନ୍ଧୀୟ ସମସ୍ତ ସୂଚନା ପ୍ରଦାନ କରିଥାନ୍ତି । ଲୋକମାନେ ତାଙ୍କୁ ଯମଦୂତ ଏବଂ ‘ମୃତ୍ୟୁ ବ୍ୟବସାୟୀ’ ବୋଲି ବର୍ଣ୍ଣନା କରିବା ସହିତ କହିଛନ୍ତି ଯେ ଯଦି କେହି କରୋନାରୁ ବଞ୍ଚିଯାଆନ୍ତି ତାହେଲେ ପିଲାଟି ତାଙ୍କୁ ଡରାଇ ଡରାଇ ମାରିଦେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.