ଫେସବୁକ ଓ ରିଲାଏନ୍ସ ମିଳିତ ଭାବେ ଲଞ୍ଚ କରିବାକୁ ଯାଉଛନ୍ତି ସୁପର ଆପ୍, ହାତପାହାନ୍ତାରେ ମିଳିବ ଅତ୍ୟାଧୁନିକ ସୁବିଧା

ଭାରତୀୟ କମ୍ପାନୀ ରିଲାଏନ୍ସ ଓ ଆମେରିକୀୟ ଟେକ କମ୍ପାନୀ ଫେସବୁକ ମିଳିତ ଭାବେ ଏକ ନୂଆ ଆପ୍ ଲଞ୍ଚ କରିବାକୁ ଯୋଜନା କରୁଛନ୍ତି। ରିପୋର୍ଟ ମୁତାବକ ଫେସବୁକ ଓ ରିଲାଏନ୍ସ ଏକ ଏଭଳି ଆପ୍ ନିର୍ମାଣ କରିବାକୁ ଯାଉଛନ୍ତି, ଯେଉଁଥିରେ ଏକାଧିକ କାମ କରି ହେବ।
ଚୀନୀ ଆପ୍ WeChatକୁ କଡ଼ା ଟକ୍କର ଦେବା ପାଇଁ ଏହି ଆପ୍ ତିଆରି କରାଯିବ। ମେସେଜିଂ ସହ ଏହି ଆପରେ ୟୁଜର ଅନ୍ୟାନ୍ୟ କାମ ମଧ୍ୟ କରିପାରିବେ। ଏଥିରେ ଗ୍ରୋସରି ସପିଂ, ରିଚାର୍ଜ, ପେମେଣ୍ଟ କରିବା ଭଳି ଅତ୍ୟାଧୁନିକ ସର୍ଭିସ ମିଳିବ।
ଏହି ସୁପର ଆପରେ ଗେମିଙ୍ଗ, ହୋଟେଲ ବୁକିଂ ଓ ସୋସିଆଲ ମିଡିଆ ସୁବିଧା ମଧ୍ୟ ଉପଲବ୍ଧ ହେବ। ଭାରତରେ ବହୁ ସଂଖ୍ୟାରେ ଲୋକମାନେ ହ୍ଵାଟ୍ସଆପ ଓ ଫେସବୁକ ବ୍ୟବହାର କରୁଥିବାରୁ କମ୍ପାନୀ ତାହାର ଫାଇଦା ଉଠାଇବାକୁ ଯୋଜନା କରୁଛି।
ଭାରତ ବଜାରରେ ରିଲାଏନ୍ସ କମ୍ପାନୀର ଜିଓ ଏକ ନମ୍ବର ସେବା ଯୋଗାଉଛି। ଏଣୁ ରିଲାଏନ୍ସ ସହ ଯଦି ଫେସବୁକ ହାତ ମିଶାଏ ତେବେ ବ୍ୟବସାୟ ଦ୍ୱିଗୁଣିତ ହେବ ବୋଲି ଆଶା କରାଯାଉଛି।