Below header

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପତ୍ନୀ ମେଲାନିଆ ଟ୍ରମ୍ପ କରୋନା ପଜିଟିଭ ଚିହ୍ନଟ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କୁ କରୋନା ଏ ନେଇ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ନିଜେ ଟ୍ରମ୍ପ । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଉଭୟ ବର୍ତ୍ତମାନ କ୍ୱାରେଣ୍ଟିନରେ ଅଛନ୍ତି । ସୂଚନା ଅନୁଯାୟୀ US ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ପରାମର୍ଶଦାତା ହୋପ୍ ହିକ୍ସ କରୋନା ପଜିଟିଭ ଚିହ୍ନଟ ହେବା ପରେ ଟ୍ରମ୍ପ ଏବଂ ପତ୍ନୀ ମେଲାନିଆ କ୍ଵାରେଣ୍ଟିନରେ ରହିଥିଲେ ଏବଂ ନିଜର କରୋନା ରିପୋର୍ଟକୁ ଅପେକ୍ଷା କରିଥିଲେ ।


ଏହାପୂର୍ବରୁ ଟ୍ରମ୍ପ ଟ୍ୱିଟ୍ କରି କହିଥିଲେ ଯେ ବିନା ବ୍ରେକରେ ଏତେ ପରିଶ୍ରମ କରୁଥିବା ହୋପ୍ ହିକ୍ସ କରୋନା ପଜିଟିଭ୍ ବୋଲି ଜଣାପଡିଛି । ଏହା ବହୁତ ଖରାପ ଅଟେ । ଦ ଫାଷ୍ଟ ଲେଡି ଓ ମୁଁ କରୋନା ରେଜଲ୍ଟକୁ ଅପେକ୍ଷା କରିଛୁ । ତେବେ ବର୍ତ୍ତମାନ ଟ୍ରମ୍ପ ଓ ମେଲାନିଆ କରୋନା ପଜିଟିଭ ଚିହ୍ନଟ ହେବ ପରେ ଏନେଇ ଟ୍ରମ୍ପ ଟ୍ୱିଟ କରି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.