ନିଖୋଜ ମହିଳାଙ୍କ ମିଳିଲା ମୃତଦେହ କିନ୍ତୁ ଶବ ପାଖରେ ଥିଲା ଅଭିଯୁକ୍ତର କଟା ଯୌନାଙ୍ଗ

ବିହାରର ବକ୍ସାରରୁ ଜଣେ ମହିଳାଙ୍କ ମୃତଦେହ ମିଳିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ଛାତି ଓ ବେକ ନିକଟରୁ ଛୁରୀ ଜବତ କରିଛି ଏବଂ ଶବ ନିକଟରେ ହତ୍ୟାକାରୀଙ୍କ ଯୌନାଙ୍ଗ କଟା ହୋଇ ପଡିଥିବା ଦେଖିବାକୁ ମିଳିଛି। ତାହେଲେ ଆସନ୍ତୁ ଜାଣିବା କଣ ଥିଲା ସମ୍ପୂର୍ଣ୍ଣ ଘଟଣା ।

ସୂଚନା ଅନୁଯାୟୀ ଏହି ଘଟଣା ବକ୍ସର କୃଷ୍ଣବ୍ରହ୍ମ ପୋଲିସ ଷ୍ଟେସନ ଅଞ୍ଚଳର ଛୋଟକାଢକାଇଚ ଗାଁରେ ଘଟିଛି । ମୃତ ମହିଳା ଜଣକ 40 ବର୍ଷ ବୟସ୍କା ବବିତା ବୋଲି ଜଣା ପଡିଛି । ତେବେ ମୃତ ମହିଳାଙ୍କ ପୁଅର ବୟାନ ରେକର୍ଡ ପରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ମିଳିଥିବା ଖବର ଅନୁଯାୟୀ ମଙ୍ଗଳବାର ରାତିରେ ବାବିତା ନିଖୋଜ ଥିବା ଖବର ପୋଲିସରେ ଦିଆଯାଇଥିଲା କିନ୍ତୁ ପୋଲିସ ଏନେଇ କୌଣସି ପଦକ୍ଷେପ ନେଇନଥିଲା । ଯାହାପରେ ବାବିତାଙ୍କ ମୃତଦେହ ମିଳିଥିବା ସୂଚନା ମିଳିଥିଲା ।

A shocking incident in Buxar (Pic: Indicative)

ଏପଟେ ପୋଲିସ ବବିତାଙ୍କ ହତ୍ୟା ରହସ୍ୟ ଖୋଜିବାକୁ ଚେଷ୍ଟା କରୁଥିବା ବେଳେ ସେପଟେ ବଡକାଢକାଇଚର ବାସିନ୍ଦା ସୂର୍ଯ୍ୟଦେବ ସିଂ ଯାଦବ (40) ଙ୍କୁ କେହି ଛୁରୀ ସାହାଯ୍ୟରେ ଆକ୍ରମଣ କରିଥିବା ସୂଚନା ମିଳିଥିଲା ଯାହାଦ୍ୱାରା ତାଙ୍କର ଯୌନାଙ୍ଗ କାଟି ଦିଆଯାଇଥିବା ଖବର ମିଳିଥିଲା।

ତେବେ ପୋଲିସ ଏହି ଦୁଇ ଘଟଣାକୁ ହତ୍ୟା ସହ ଯୋଡି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ବବିତାଙ୍କ ପୁଅର କହିବା ଅନୁଯାୟୀ ଗତ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ମା ବବିତା ଘାସ କାଟିବାକୁ ଯାଇଥିଲେ କିନ୍ତୁ ଅନେକ ସମୟ ପର୍ଯ୍ୟନ୍ତ ଫେରିନଥିଲେ । ପରିବାର ଲୋକ ଅନେକ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ଖବର ମିଳିନଥିଲା । ତାପରେ ପରିବାର ଲୋକେ ପୋଲିସରେ ଏନେଇ ଅଭିଯୋଗ କରିଥିଲେ । ତା ପରଦିନ ଅର୍ଥାତ ବୁଧବାର ସକାଳେ ବବିତାଙ୍କ ମୃତଦେହ ଧାନ କ୍ଷେତରେ ପଡ଼ିଥିବାର ଖବର ମିଳିଥିଲା। ତେବେ ତାଙ୍କ ପୁଅଙ୍କ କହିବା ଅନୁଯାୟୀ ଆହତ ସୂର୍ଯ୍ୟଦେବଙ୍କ ତାଙ୍କ ମାଆଙ୍କ ଉପରେ କୁଦୃଷ୍ଟି ଥିଲା ଯାହାକୁ ସେ ବିରୋଧ କରୁଥିଲେ।