କୌଣସି ମୁହୂର୍ତ୍ତରେ ଓଡ଼ିଶାରେ ପହଁଚିବ ଟିକା ! ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା

ଭୁବନେଶ୍ବର: କୌଣସି ମୁହୂର୍ତ୍ତରେ ଓଡ଼ିଶାରେ ପହଁଚିବ ଟିକା । ଟିକା ପହଁଚିଲେ ଆରମ୍ଭ ହେବ ଟିକାକରଣ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି । ଟିକାକରଣ ପାଇଁ ୨୯ ହଜାର ସେସନ ସାଇଟ ବା ଟିକା କେନ୍ଦ୍ର ପ୍ରସ୍ତୁତ ହୋଇଛି । ହେଲେ ପ୍ରଥମ ପର୍ଯ୍ୟାୟରେ ଏତେ କେନ୍ଦ୍ରର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୮ ହଜାର ୫୦୦ ଜଣଙ୍କୁ ଟିକା ଦିଆଯିବ । ଏଥିପାଇଁ ଡାଟାବେସ୍‌ ପ୍ରସ୍ତୁତ ହୋଇଛି । ଗତକାଲି ସ୍ୱାସ୍ଥ୍ୟ ସଚିବ ଏହି ସେସନ ସାଇଟର ଫିଜିବିଲିଟି ଦେଖିବାକୁ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରମାନଙ୍କୁ ଚିଠି ଲେଖିଛନ୍ତି । ସେମାନେ ଦେଖିବେ ଯେ, ସେସନ ସାଇଟରେ Waiting ରୁମ, Vaccination ରୁମ ଓ Observation ରୁମ ଠିକ ଅଛି ନା ନାହିଁ ।

ପ୍ରଥମେ waiting ରୁମରେ ଟିକାକରଣ ହେବାକୁ ଥିବା ଲୋକଙ୍କ ତଥ୍ୟ ଯାଞ୍ଚ ହେବ । ସେମାନଙ୍କ ନାଁ ଡାଟାବେଶରେ ଅଛି କି ନାହିଁ ଦେଖାଯିବ । ଏହା ପରେ Vaccination ରୁମରେ ସେମାନଙ୍କୁ ଟିକା ଦିଆଯିବ । ପରେ ସେମାନଙ୍କୁ Observation ରୁମରେ ୩୦ ମିନିଟ ପର୍ଯ୍ୟନ୍ତ ରଖାଯିବ । ପାର୍ଶ୍ୱ ପ୍ରତିକ୍ରିୟା ଦେଖା ନଦେଲେ, ସେମାନଙ୍କୁ ଛଡ଼ାଯିବ । ଟିକା କାନ୍ଧ ତଳ ଡେଣାରେ ଦିଆଯିବ ।ଦେଶରେ ସେରମ ଇନଷ୍ଟିଚ୍ୟୁଟର କୋଭିସିଲଡ ଓ ଭାରତ ବାୟୋଟେକର କୋଭାକ୍ସିନ ଟିକାକୁ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.