ଧୁମଧାମରେ ଅନୁଷ୍ଠିତ ହେଲା ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ମହାଦେବଙ୍କ ନୂଆ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ଜାଗରକୁ ଆଉ ଦିନ କେଇଟା ବାକି ରହିଲା । ଏନେଇ ଏବେ ଠାରୁ ଚଳଚଞ୍ଚଳ ହେଲାଣି ଶିବ ମନ୍ଦିର । ତେବେ ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଆମ୍ବସରମୁଣ୍ଡା ପଞ୍ଚାୟତର ବନ୍ଧଗାଁ ଠାରେ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ମହାଦେବଙ୍କ ନୂଆ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି ।

ବହୁ ବର୍ଷ ପରେ ନିର୍ମାଣ ହୋଇଛି ଶିବ ମନ୍ଦିର । ଏନେଇ ଗାଁର ସବୁ ଲୋକ ବେଶ୍‌ ଖୁସି ଅଛନ୍ତି । ଜାଗରକୁ ଆଉ ଦିନ କେଇଟା ବାକି ରହିଲା । ଏନେଇ ଏବେ ଠାରୁ ଚଳଚଞ୍ଚଳ ହେଲାଣି ଶିବ ମନ୍ଦିର । ତେବେ ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଆମ୍ବସରମୁଣ୍ଡା ପଞ୍ଚାୟତର ବନ୍ଧଗାଁ ଠାରେ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ମହାଦେବଙ୍କ ନୂଆ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି ।

ଗତ ୧୮ ତାରିଖ ଠାରୁ ୨୨ ତାରିଖ ମଧ୍ୟରେ ଆୟୋଜିତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଅଙ୍କୁରାରୋପଣ,କଳସ ଶୋଭାଯାତ୍ରା, ଯଜ୍ଞ କାର୍ଯ୍ୟ, ଦେବତାନ୍ୟାସ ଓ ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଥିଲା । ପ୍ରତିଷ୍ଠା ପାଇଁ ମହିଳା ଶ୍ରଦ୍ଧାଳୁମାନେ କଳସ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ନାମ ସଂକୀର୍ତ୍ତନ ସହ ଶଙ୍ଖ ହୁଳହୁଳିରେ କମ୍ପି ଉଠିଥିଲା ଗାଁ ଦାଣ୍ଡ । ମନ୍ଦିର ପ୍ରତିଷ୍ଠା ପାଇଁ ବଡ଼ ଆକାରରେ ହୋମଯଜ୍ଞ ବି କରାଯାଇଥିଲା । ଆନ୍ତର୍ଜାତିକ କ୍ରିୟାଯୋଗ ସଂସ୍ଥାନର ମୁଖ୍ୟ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜଙ୍କ କରକମଳରେ ବିଗ୍ରହ ପ୍ରତିଷ୍ଠା ହୋଇଥିଲା । ଏହି ଅବସରରେ ପ୍ରତ୍ୟହ ପ୍ରସାଦ ସେବନ, ଅହୋରାତ୍ର ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିବାବେଳେ ରାମ କଥାକାର ସନ୍ୟାସୀ କମଳଲୋଚନ ଦାସ ମହାରାଜ ପ୍ରବଚନ ପ୍ରଦାନ କରିଥିଲେ ।

ତେବେ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଶହ ଶହ ଶ୍ରଦ୍ଧାଳୁ ଯୋଗ ଦେଇ ନାମ ସଂକୀର୍ତ୍ତନ କାର୍ଯ୍ୟକୁ ଉପଭୋଗ କରିଥିଲେ । ଗାଁରେ ଏବେ ଶିବ ମନ୍ଦିରଟିଏ ହୋଇଥିବାରୁ ଲୋକମାନେ ବେଶ୍‌ ଖୁସି ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.