ସନି ଦେଓଲଙ୍କ ଫିଲ୍ମ ‘ଲାହୋର ୧୯୪୭’ରେ ହେଲା ଆଉ ଏକ ନୂଆ ଏଣ୍ଟ୍ରି, ଭିଲେନ୍ ଭୂମିକାରେ ନଜର ଆସିବେ ଅଭିନେତା

ଫିଲ୍ମ ‘ଲାହୋର ୧୯୪୭’ରେ ସନି ଦେଓଲ ଏବଂ ପ୍ରୀତି ଜିଣ୍ଟା ମୁଖ୍ୟ ଭୂମିକାରେ ନଜର ଆସିବେ । ତେବେ ଏହି ଫିଲ୍ମ ପାଇଁ ଏବେ ଆଉ ଏକ ନୂଆ ନାମ ଘୋଷଣା କରାଯାଇଛି । ଏହି ଫିଲ୍ମରେ ବର୍ତ୍ତମାନ ଅଲି ଫଜଲଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି ।

ରାଜକୁମାର ସନ୍ତୋଷୀଙ୍କ ଅପ୍‌କମିଂ ଫିଲ୍ମ ‘ଲାହୋର ୧୯୪୭’ ବିଷୟରେ ଗତ କିଛି ଦିନ ହେବ ଜୋରସୋର ଚର୍ଚ୍ଚା ଚାଲିଛି । ତେବେ ଫିଲ୍ମର ମୁଖ୍ୟ ଚରିତ୍ରମାନଙ୍କ ନାମ ଘୋଷଣା କରାଯାଉଛି। ଫିଲ୍ମ ‘ଲାହୋର ୧୯୪୭’ରେ ସନି ଦେଓଲ ଏବଂ ପ୍ରୀତି ଜିଣ୍ଟା ମୁଖ୍ୟ ଭୂମିକାରେ ନଜର ଆସିବେ । ରାଜକୁମାର ସନ୍ତୋଷୀ ଆମୀର ଖାନ ଏବଂ ସନ୍ନିଙ୍କୁ ପ୍ରଥମ ଥର ପାଇଁ ଏକ ଫିଲ୍ମରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ଶବାନା ଆଜମୀ ଏବଂ ଅଭିମନ୍ୟୁ ସିଂଙ୍କୁ ଚୟନ କରାଯାଇଛି । ତେବେ ଏହି ଫିଲ୍ମ ପାଇଁ ଏବେ ଆଉ ଏକ ନୂଆ ନାମ ଘୋଷଣା କରାଯାଇଛି । ଏହି ଫିଲ୍ମରେ ବର୍ତ୍ତମାନ ଅଲି ଫଜଲଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି ।

ଅଭିନେତାଙ୍କ ଚରିତ୍ର ବିଷୟରେ ଏପର୍ଯ୍ୟନ୍ତ କୌଣସି ନୂଆ ସୂଚନା ଆସିନାହିଁ, କିନ୍ତୁ ଅଲି ଫଜଲ ଏହି ଫିଲ୍ମର ଏକ ଅଂଶ ହୋଇପାରନ୍ତି । ଅଲି ଫଜଲଙ୍କ ପୂର୍ବରୁ ଅଭିମନ୍ୟୁ ସିଂଙ୍କୁ ସିଲେକ୍ଟ କରାଯାଇଥିଲା । ସୂଚନା ମୁତାବକ, ତାଙ୍କୁ ଏହି ଫିଲ୍ମରେ ଭିଲେନ୍ ଭୂମିକାରେ ଦେଖିବାକୁ ମିଳିବ । ଅଲି ଫଜଲଙ୍କ ବିଷୟରେ କହିବାକୁ ଗଲେ ତାଙ୍କୁ ‘ମିର୍ଜାପୁର’ ପରଠାରୁ ବହୁତ ପସନ୍ଦ କରାଯାଉଛି । ଏହି ଫିଲ୍ମ ବ୍ୟତୀତ ଅଲି ଫଜଲ ଅନେକ ଆନ୍ତର୍ଜାତୀୟ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ନିକଟରେ ସେ ‘ଫୁକ୍ରେ ୩’ରେ ଜାଫର ଭାଇ ଭାବେ ନଜର ଆସିଥିଲେ ।

ଫିଲ୍ମ ‘ଲାହୋର ୧୯୪୭’ ରେ ଆମୀର ଖାନ ତାଙ୍କ ପ୍ରଡକ୍ସନ୍ ବ୍ୟାନରରେ ଏହି ଫିଲ୍ମ ନିର୍ମାଣ କରିବାକୁ ଯାଉଛିନ୍ତି । ତେବେ କୁଶଳ ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀ ଏହି ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି । ଏହି ଫିଲ୍ମରେ ସନି ଦେଓଲ୍ ଏବଂ ପ୍ରୀତି ଜିଣ୍ଟା ମୁଖ୍ୟ କଳାକାର ଭାବରେ ନଜର ଆସିବେ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଶବାନା ଆଜମୀ ମଧ୍ୟ ନଜର ଆସିବେ । ଏହା ବ୍ୟତୀତ ଆର୍ ରହମାନ ଏହି ଫିଲ୍ମ ପାଇଁ ଗୀତ ଗାଇବେ ଏବଂ ଜାବେଦ୍ ଅଖତର ଏହି ଫିଲ୍ମ ପାଇଁ ଗୀତ ଲେଖିବେ । ଏବେ ଏହି ଫିଲ୍ମକୁ ଦେଖିବାକୁ ଦର୍ଶକ ବହୁତ ଉତ୍ସାହର ସହ ଅପେକ୍ଷ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.