କେବେ ରିଲିଜ ହେବ ଅଜୟ ଦେବଗନଙ୍କ ଫିଲ୍ମ ‘ଦୃଶ୍ୟମ୍ ୩’? ଖୁଲାସା କଲେ ଫିଲ୍ମ ନିର୍ମାତା

ବଲିଉଡ ଅଭିନେତା ଅଜୟ ଦେବଗନ ଆଜିକାଲି ନିଜ ଆଗାମୀ ଫିଲ୍ମ "ସୈତାନ" ପାଇଁ ଖୁବ ଚର୍ଚ୍ଚାରେ ଅଛନ୍ତି । ଗତକାଲି ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଯାହା ଦର୍ଶକଙ୍କ ଉତ୍ସାହକୁ ବହୁଗୁଣିତ କରିଛି । ଏହାର ନାମ "ସୈତାନ" ପରି ଏହା ଏକ ଭୟଙ୍କର କାହାଣୀ । ଏହି ଫିଲ୍ମର ଟ୍ରେଲରର କିଛି ଦୃଶ୍ୟ ଦେଖି ଆପଣଙ୍କୁ ଫିଲ୍ମ 'ଦୃଶ୍ୟମ୍' ମନେ ପଡି ଯାଇପାରେ ।

ବଲିଉଡ ଅଭିନେତା ଅଜୟ ଦେବଗନ ଆଜିକାଲି ନିଜ ଆଗାମୀ ଫିଲ୍ମ “ସୈତାନ” ପାଇଁ ଖୁବ ଚର୍ଚ୍ଚାରେ ଅଛନ୍ତି । ଗତକାଲି ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଯାହା ଦର୍ଶକଙ୍କ ଉତ୍ସାହକୁ ବହୁଗୁଣିତ କରିଛି । ଏହାର ନାମ “ସୈତାନ” ପରି ଏହା ଏକ ଭୟଙ୍କର କାହାଣୀ । ଏହି ଫିଲ୍ମର ଟ୍ରେଲରର କିଛି ଦୃଶ୍ୟ ଦେଖି ଆପଣଙ୍କୁ ‘ଦୃଶ୍ୟମ୍’ ମନେ ପଡି ଯାଇପାରେ । ଅଜୟ ଦେବଗନ ଏବଂ ତାଙ୍କ ଝିଅର ଏକ ପରିବାର । ଯାହାକୁ “ସୈତାନ” ଠାରୁ ରକ୍ଷା କରିବା ପାଇଁ ସେ ଯଥାସମ୍ଭବ ଚେଷ୍ଟା କରୁଥିବାର ଦେଖିବାକୁ ମିଳିଛି ।

ଗତକାଲି ଟ୍ରେଲର ଲଞ୍ଚ ସମୟରେ ଅଜୟ ଦେବଗନ, ଆର ମାଧବନଙ୍କ ବ୍ୟତୀତ ଫିଲ୍ମର ପୁରା ଷ୍ଟାର କାଷ୍ଟ ସେଠାରେ ନଜର ଆସିଥିଲେ । ଏହି ସମୟରେ ଫିଲ୍ମର ନିର୍ମାତା ଅଭିଷେକ ପାଠକଙ୍କୁ ‘ଦୃଶ୍ୟମ’ ‘ବିଷୟରେ ପଚରାଯାଇଥିଲା । ତାଙ୍କୁ ପଚରାଯାଇଥିଲା ଯେ ‘ଦୃଶ୍ୟମ୍’ କେବେ ରିଲିଜ ହେବ? “ଏହାର ଉତ୍ତରରେ ଅଭିଷେକ ପାଠକ କହିଛନ୍ତି- ସ୍କ୍ରିପ୍ଟ ପ୍ରସ୍ତୁତ ହୋଇଗଲେ ‘ଦୃଶ୍ୟମ୍ ୩’ ରିଲିଜ ହେବ । ଏବେ ମୁଁ ଏକ ସ୍କ୍ରିପ୍ଟ ସମାପ୍ତ କରିଛି । ତେଣୁ ଆଶା କରୁଛି ଚଳିତ ବର୍ଷ ମୁଁ ଏହାର ନିର୍ଦ୍ଦେଶନା ଦେବି । ”

“ଦୃଶ୍ୟମ୍” ଏବଂ “ଦୃଶ୍ୟମ୍ ୨” ପରେ ଦର୍ଶକମାନେ ଫିଲ୍ମର ତୃତୀୟ ଭାଗକୁ ଅପେକ୍ଷା କରିଛନ୍ତି । ଫିଲ୍ମର ସିକ୍ୱେଲର କାହାଣୀ ଶେଷରୁ ଏହା ସ୍ପଷ୍ଟ ହୋଇଥିଲା ଯେ “ଦୃଶ୍ୟମ୍ ୩” ମଧ୍ୟ ନିଶ୍ଚିତ ଭାବରେ ଆସିବ । କିନ୍ତୁ ବର୍ତ୍ତମାନ ଦର୍ଶକଙ୍କୁ ଫିଲ୍ମ ପାଇଁ ଅଧିକ ଅପେକ୍ଷା କରିବାକୁ ପଡିବ । “ଦୃଶ୍ୟମ”ର ଉଭୟ ପାର୍ଟକୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ସ୍ୱଳ୍ପ ବଜେଟରେ ନିର୍ମିତ ଏହି ଫିଲ୍ମଟି ଖୁବ ଭଲ ବ୍ୟବସାୟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଫିଲ୍ମ “ସୈତାନ” ବ୍ୟତୀତ ଅଜୟ ଦେବଗନଙ୍କ ପାଖରେ ଅନେକ ପ୍ରୋଜେକ୍ଟ ଅଛି ।

ଅଭିନେତାଙ୍କ ଆଗାମୀ ଫିଲ୍ମ “ସିଂଘମ ଏଗେନ” ମଧ୍ୟ କ୍ରମାଗତ ଭାବରେ ଚର୍ଚ୍ଚାରେ ଅଛି । ଅଜୟଙ୍କ “ସିଂଘମ୍ ଏଗେନ” ରେ ଅନେକ ବଡ ଷ୍ଟାର ଆସିବାକୁ ଯାଉଛନ୍ତି । ଅକ୍ଷୟ କୁମାର ଏବଂ ରଣବୀର ସିଂଙ୍କ ବ୍ୟତୀତ ଦୀପିକା ପାଦୁକୋନ, କରୀନା କପୁର, ଟାଇଗର ଶ୍ରଫ ଏବଂ ଶ୍ୱେତା ତିୱାରୀ ମଧ୍ୟ କେମିଓରେ ନଜର ଆସିବେ । ଅର୍ଜୁନ କପୁରଙ୍କୁ ଏହି ଫିଲ୍ମରେ ଭିଲିଆନ ଭୂମିକାରେ ଦେଖିବାକୁ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.