ବୟସ୍କ ଲୋକଙ୍କ ପାଇଁ ନେଇ ଆସନ୍ତୁ ଏହି ଫୋନ୍‌, କମ୍‌ ଦାମରେ ମିଳିବ ବଢ଼ିଆ ଫିଚର୍ସ

ଫୋନର ସାଉଣ୍ଡ ବଟନ୍‌ ଓ ସେଟିଂ ପାଇଁ ଘରେ ଥିବା ଛୋଟ ପିଲାଙ୍କ ସାହାଯ୍ୟ ନେଇଥାନ୍ତି ଏମାନେ । କିନ୍ତୁ ବର୍ତ୍ତମାନ ସେମାନେ ଏହି ସମସ୍ୟାର ସମ୍ମୁଖୀନ ହେବେ ନାହିଁ । ସେମାନଙ୍କ ପାଇଁ ଆପଣ ବତ୍ତର୍ମାନ ବେଷ୍ଟ କ୍ୱାଲିଟିର ଫୋନ୍ କିଣି ପାରିବେ ।

ଘରେ ରହୁଥିବା ବୟସ୍କ ଲୋକମାନଙ୍କୁ ଆମର ମଡର୍ଣ୍ଣ ଫୋନ୍ ବ୍ୟବହାର କରିବାରେ ଅନେକ ସମସ୍ୟା ହୋଇଥାଏ । ଟଚସ୍କ୍ରିନ ଫୋନରେ କଥାବାର୍ତ୍ତା କରିବା ସମୟରେ ସେମାନେ କେଉଁଠି ଟଚ୍‌ କରିବେ ସାଉଣ୍ଡ କେମିତି ବଢ଼ାଇବେ ଓ କମାଇବେ ଏବଂ ମୋବାଇଲ୍‌ ସେଟିଂ ବିଷୟରେ ଜାଣି ପାରନ୍ତିନି ବୃଦ୍ଧ ଓ ବୃଦ୍ଧା । ଫୋନର ସାଉଣ୍ଡ ବଟନ୍‌ ଓ ସେଟିଂ ପାଇଁ ଘରେ ଥିବା ଛୋଟ ପିଲାଙ୍କ ସାହାଯ୍ୟ ନେଇଥାନ୍ତି ଏମାନେ । କିନ୍ତୁ ବର୍ତ୍ତମାନ ସେମାନେ ଏହି ସମସ୍ୟାର ସମ୍ମୁଖୀନ ହେବେ ନାହିଁ । ସେମାନଙ୍କ ପାଇଁ ଆପଣ ବତ୍ତର୍ମାନ ବେଷ୍ଟ କ୍ୱାଲିଟିର ଫୋନ୍ କିଣି ପାରିବେ । ଏହି ଫୋନ୍ ବୟସ ବ୍ୟକ୍ତିମାନଙ୍କ ପାଇଁ ହିଁ ପ୍ରସ୍ତୁତ କରାଯାଇଛି । ଏଥିରେ ଅଧିକ ସେଟିଙ୍ଗ୍ ନାହିଁ ତେଣୁ ଏହାକୁ ଚଲାଇବା ବହୁତ ସହଜ ।

easyfone ଏକ କି ପ୍ୟାଡ୍ ଫୋନ୍ ଯାହା ସିନିୟର ସିଟିଜେନ୍ ଫ୍ରେଣ୍ଡଲି ଫିଚର୍‌ ସହିତ ଆସିଥାଏ । ବୟସ୍କ ଲୋକମାନଙ୍କ ବୟସ ବଢ଼ିବା ସହିତ ସେମାନଙ୍କୁ କମ୍ ଦେଖାଯାଏ । ତେଣୁ ଏହି ସମସ୍ୟାକୁ ଦୂର କରିବା ପାଇଁ, ଫୋନରେ ବଡ଼ କିପ୍ୟାଡ୍ ଯୋଗାଇ ଦିଆଯାଇଛି ଯେଉଁଥିରେ ବଡ଼ ବଡ଼ ଶବ୍ଦ ଲେଖାଯାଇଛି । ବୟସ୍କ ନାଗରିକମାନଙ୍କୁ ମଧ୍ୟ ଶୁଣିବାରେ ସମସ୍ୟା ହୋଇଥାଏ । ଏଥିପାଇଁ ଫୋନରେ ହାଇ କ୍ୱାଲିଟି ସାଉଣ୍ଡର ଫିଚର ମଧ୍ୟ ଦିଆଯାଇଛି ।

ଆପଣ ଏହି ଫୋନକୁ ୨୩ ପ୍ରତିଶତ ଡିସକାଉଣ୍ଟ ସହିତ ଇ-କମର୍ସ ପ୍ଲାଟଫର୍ମ ଆମାଜନରୁ ମାତ୍ର ୨,୨୯୦ ଟଙ୍କାରେ କିଣି ପାରିବେ । ଏହି ଫୋନରେ ଆପଣ ମେଡିସିନ୍ ରିମାଇଣ୍ଡର୍, ଅନଓ୍ଵାଣ୍ଟେଡ୍‌ କଲ୍ ବ୍ଲକ୍, ସ୍ପିଡ୍ ଡାଏଲ୍ ଭଳି ଫିଚର ଗୁଡିକର ଲାଭ ଉଠାଇ ପାରିବେ ।

ଆପଣ ଏହି ଫୋନରେ SOS ବଟନ୍ ମଧ୍ୟ ପାଇପାରିବେ । ଏହା ସହିତ ଆପଣ ଯେକୌଣସି ଜରୁରୀକାଳୀନ ପରିସ୍ଥିତି ସମୟରେ ତୁରନ୍ତ ସାହାଯ୍ୟ ପାଇପାରିବେ ।

easyfone SeniorWorld Royale Flip ଫୋନରେ ଆପଣ ୨.୪ ଇଞ୍ଚର ଡିସପ୍ଲେ ପାଇବେ । ଫଟୋ ସ୍ପିଡ୍ ଡାଏଲ୍, SOS ବଟନ୍, କେୟାର ଟଚ୍‌ ଭଳି ଫିଚର ପାଇବେ । ଏହି ଫୋନ୍ କମ୍ପାନୀ ୨ ବର୍ଷର ୱାରେଣ୍ଟି ମଧ୍ୟ ଦେଉଛି । ଆପଣ ଏହି ଫୋନକୁ ଡିସକାଉଣ୍ଟ ସହିତ ଆମାଜନରୁ ୩,୯୯୯ ଟଙ୍କାରେ କିଣି ପାରିବେ ।

ଏହି ଫୋନ୍ ଗୁଡିକ ଭଲ ଫିଚର ସହିତ ଆସୁଛି ଯାହା ଦ୍ୱାରା ବୃଦ୍ଧବ୍ୟକ୍ତିମାନଙ୍କ ପାଇଁ ଏକ ଭଲ ଅପ୍ସନ ହେବ । ଏହି ଫୋନ ଦ୍ୱାରା ବୃଦ୍ଧ ଓ ବୃଦ୍ଧାମାନେ ସହଜରେ ନିଜ ସମ୍ପର୍କୀୟଙ୍କୁ କଲ୍‌ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.