ଜିମ୍ରେ DSPଙ୍କୁ ଆସିଲା ହାର୍ଟ ଆଟାକ୍, ହସ୍ପିଟାଲରେ ମୃତ୍ୟୁ; ଚାଷୀ ଆନ୍ଦୋଳନରେ କରୁଥିଲେ ନାଇଟ୍ ଡ୍ୟୁଟି
ଜିମ୍ରେ ଓ୍ଵାର୍କଆଉଟ୍ କରୁଥିବା ବେଳେ ପଞ୍ଜାବ ପୋଲିସର ଜଣେ ଡିଏସ୍ପିଙ୍କ ହୃଦ୍ଘାତରେ ମୃତ୍ୟୁ ହୋଇଛି । ଚାଷୀ ଆନ୍ଦୋଳନରେ ଖାନୋରି ସୀମାରେ ତାଙ୍କର ନାଇଟ୍ ଡ୍ୟୁଟି ଚାଲିଥିଲା ।

ଜିମ୍ରେ ଓ୍ଵାର୍କଆଉଟ୍ କରୁଥିବା ବେଳେ ପଞ୍ଜାବ ପୋଲିସର ଜଣେ ଡିଏସ୍ପିଙ୍କ ହୃଦ୍ଘାତରେ ମୃତ୍ୟୁ ହୋଇଛି । ଚାଷୀ ଆନ୍ଦୋଳନରେ ଖାନୋରି ସୀମାରେ ତାଙ୍କର ନାଇଟ୍ ଡ୍ୟୁଟି ଚାଲିଥିଲା । ମୃତ ଡିଏସ୍ପିଙ୍କ ନାମ ଦିଲପ୍ରୀତ୍ ସିଂ । ସେ ମଲେରକେଟଲାରେ ଡିଏସ୍ପି ରୂପେ କାର୍ଯ୍ୟରତ ଥିଲେ ।
ପୋଲିସ ମୁତାବକ, ଲୁଧିଆନାର ଏକ ଜିମ୍ରେ ଓ୍ଵାର୍କଆଉଟ୍ କରିବା ସମୟରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ସେ ଜୀତୀୟ ସ୍ତରର ସ୍ୱିମର ଥିଲେ । ଏହି କାରଣରୁ ସେ ଜିମ୍ ପ୍ରତି ଆଗ୍ରହୀ ଥିଲେ ।
ଏସ୍ଏସ୍ପି ହରକମଲପ୍ରୀତ୍ ସିଂ କହିଛନ୍ତି, ୧୫ ଦିନ ପୂର୍ବରୁ ଯେତେବେଳେ ପଞ୍ଜାବ ପୋଲିସ ବିଭାଗରେ ପରିବର୍ତ୍ତନ ହୋଇଥିଲା, ସେତେବେଳେ ଦିଲପ୍ରୀତ୍ ସିଂଙ୍କୁ ଡିଏସ୍ପି ରୂପେ ମଲେରକେଟଲାରେ ମୁତୟନ କରାଯାଇଥିଲା ।
ପଞ୍ଜାବ ହରିୟାଣା ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନ ସମୟରେ ସେ ସଙ୍ଗରୁର୍ର ଖାନୋରି ସୀମାରେ ନାଇଟ୍ ଡ୍ୟୁଟି କରୁଥିଲେ । ରାତି ୮ଟାରୁ ଭୋର୍ ୪ଟା ପର୍ଯ୍ୟନ୍ତ ସେ ଡ୍ୟୁଟିରେ ରହୁଥିଲେ ଏବଂ ଏହାପରେ ଲୁଧିଆନାସ୍ଥିତ ନିଜ ଘରକୁ ଯାଉଥିଲେ । ୧୫ ଦିନ ପୂର୍ବରୁ ପୋଲିସ ବିଭାଗରେ ବଦଳି ହେବା ପରେ ସେ ଲୁଧିଆନାରେ ରହୁଥିଲେ ।
ଡିଏସ୍ପି ଦିଲପ୍ରୀତ୍ ସିଂ ଜାତୀୟ ସ୍ତରର ସ୍ୱିମର ଥିଲେ । ତାଙ୍କୁ ବକ୍ସିଂର ମଧ୍ୟ ସଉକ ଥିଲା, ଏଥିପାଇଁ ସେ ଜିମ୍ ଯାଉଥିଲେ । ଗତକାଲି ସେ ନିଜ ରାତି ଡ୍ୟୁଟି ସାରି ସକାଳେ ଘରକୁ ଆସିଥିଲେ ଏବଂ ପୁଣି ଅପରାହ୍ନ ୪ଟାରେ ଜିମ୍ ଯାଇଥିଲେ । ସେଠାରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ତାଙ୍କୁ ଲୁଧିଆନାର ଡିଏମ୍ସି ହସ୍ପିଟାଲ ନିଆଯାଇଥିଲା, ଯେଉଁଠି ତାଙ୍କର ମୃତ୍ୟୁ ହୋଇଥିଲା ।