ପ୍ରିତିଦିନ ୩ରୁ ଅଧିକ କପ୍ ଚା’ କଫି ପିଉଛନ୍ତି କି? ତେବେ ହୋଇଯାନ୍ତୁ ସାବଧାନ!

ଇନଷ୍ଟାଣ୍ଟ ଏନର୍ଜି ପାଇଁ ଆମେ ପ୍ରାୟତଃ ଚା' ଏବଂ କଫି ବ୍ୟବହାର କରୁ । ଏଥିରେ ମିଳୁଥିବା କଫିନ୍ ମସ୍ତିଷ୍କ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ତେଣୁ ଜଣେ ବ୍ୟକ୍ତି ଦୈନିକ ୧ ରୁ ୨ କପ ଚା' କିମ୍ବା କଫି ହିଁ ପିଇପାରିବେ । ଏହାଠାରୁ ଅଧିକ ଚା' କିମ୍ବା କଫି ପିଇବା ଆମ ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ କ୍ଷତିକାରକ ।

ଇନଷ୍ଟାଣ୍ଟ ଏନର୍ଜି ପାଇଁ ଆମେ ପ୍ରାୟତଃ ଚା’ ଏବଂ କଫି ବ୍ୟବହାର କରୁ । ଏଥିରେ ମିଳୁଥିବା କଫିନ୍ ମସ୍ତିଷ୍କ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ତେଣୁ ଏଥିରୁ ଆମକୁ ଇନଷ୍ଟାଣ୍ଟ ଏନର୍ଜି ମିଳିଥାଏ । ଏକ୍ସପର୍ଟଙ୍କ ମତ ଅନୁଯାୟୀ,  ଜଣେ ବ୍ୟକ୍ତି ଦୈନିକ ୧ ରୁ ୨ କପ ଚା’ କିମ୍ବା କଫି ହିଁ ପିଇପାରିବେ । ଏହାଠାରୁ ଅଧିକ ଚା’ କିମ୍ବା କଫି ପିଇବା ଆମ ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ କ୍ଷତିକାରକ ।

ଗୋଟିଏ ଦିନରେ ଏତିକି କପ୍ ପିଅନ୍ତୁ କଫି: ଏକ ସର୍ଭେ ଅନୁଯାୟୀ, ଗୋଟିଏ ଦିନରେ ୨୦୦ ଗ୍ରାମ କିମ୍ବା ତା’ ଠାରୁ କମ୍ କଫି ପିଅନ୍ତୁ । ୩୦୦ ଗ୍ରାମ କଫି ୨ କପ୍ ସହିତ ସମାନ । ଯଦି ଆପଣ ଅଧିକ କଫି ପିଅନ୍ତି, ତେବେ ଅନେକ ଗମ୍ଭୀର ରୋଗ ଆପଣଙ୍କ ଶରୀର ଉପରେ ପ୍ରଭାବ ପକାଇପାରେ ।

ଡିପ୍ରେସନ: ଅତ୍ୟଧିକ କଫି ପିଇବା ଦ୍ୱାରା ଆପଣ ଡିପ୍ରେସନର ଶିକାର ହୋଇପାରନ୍ତି। ମାନସିକ ରୋଗ, ଉଦାସୀନତା ଏବଂ ଷ୍ଟ୍ରେସରେ ପୀଡିତ ବ୍ୟକ୍ତିମାନେ ଅତି କମ କଫି ପିଇବା ଉଚିତ୍ । କାରଣ ଅତ୍ୟଧିକ କଫି ପିଇବା ଶରୀରରେ କୋଲେଷ୍ଟ୍ରଲର ଆଶଙ୍କା ବଢାଇଥାଏ । ଯାହାର ହୃଦୟ ଏବଂ ଶରୀର ଉପରେ ଖରାପ ଏବଂ ପ୍ରତ୍ୟକ୍ଷ ପ୍ରଭାବ ପଡିଥାଏ ।

ଡାଇବେଟିସ: ଜଣେ ମଧୁମେହ ରୋଗୀ ଭୁଲରେ ମଧ୍ୟ ଅଧିକ କଫି ପିଇବା ଉଚିତ୍ ନୁହେଁ କାରଣ ଏହା ତାଙ୍କ ଶରୀରରେ ଥିବା ଇନସୁଲିନକୁ ଖରାପ କରିପାରେ । ଏହା ସହିତ, ବ୍ଲଡ ସୁଗାର ଲେବଲ ମଧ୍ୟ ବୃଦ୍ଧି ପାଇପାରେ ।

ଅନିଦ୍ରା: କଫି ପିଇବା ପରେ ଅନେକ ଲୋକଙ୍କୁ ଶୋଇବାରେ ଅସୁବିଧା ହୁଏ ଅର୍ଥାତ ଆଦୌ ନିଦ ଆସିନଥାଏ । ଏହିପରି ଲୋକମାନେ କଫିଠାରୁ ସମ୍ପୂର୍ଣ୍ଣ ଦୂରରେ ରହିବା ଉଚିତ୍ ।

ପେଟ ଜନିତ ସମସ୍ୟା: ଅଧିକ କଫିନ୍ ପିଇବା ଦ୍ୱାରା ପେଟ ସମସ୍ୟା ଦେଖାଦେଇଥାଏ । ଅଧିକାଂଶ ଲୋକଙ୍କ ପେଟ ପ୍ରାୟତଃ ଠିକ ରହିନଥାଏ । ଅଧିକ କଫି ପିଇବା ଦ୍ୱାରା କିଛି ବ୍ୟକ୍ତିଙ୍କ ଠାରେ ଡାଇରିଆ ଭଳି ସମସ୍ୟା ଆରମ୍ଭ ହୁଏ ଏବଂ ସେମାନେ ବାରମ୍ବାର ବାଥରୁମକୁ ଦୌଡିବା ଆରମ୍ଭ କରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.