ରୁଷରେ ରହୁଥିବା ଭାରତୀୟଙ୍କୁ କେନ୍ଦ୍ର ସରକାରଙ୍କ ଆଡଭାଇଜରୀ, ଯୁଦ୍ଧରୁ ଦୂରେଇ ରହିବାକୁ ପରାମର୍ଶ

ରୁଷରେ ରହୁଥିବା ଭାରତୀୟଙ୍କୁ କେନ୍ଦ୍ର ସରକାରଙ୍କ ଆଡଭାଇଜରୀ । ଯୁଦ୍ଧରୁ ଦୂରେଇ ରହିବାକୁ ପରାମର୍ଶ ଦେଲା ଭାରତ । ସତର୍କ ରହିବା ସହ ଯୁଦ୍ଧରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ରୁଷରେ ରହୁଥିବା କିଛି ଭାରତୀୟଙ୍କୁ ୟୁକ୍ରେନ ବିରୋଧୀ ଲଢ଼େଇରେ ସାମିଲ ହେବାକୁ ଜୋରଜବରଦସ୍ତ କରାଯାଉଥିବା ଅଭିଯୋଗ ଆସିଥିଲା ।

କେନ୍ୟୁଜ: ରୁଷରେ ରହୁଥିବା ଭାରତୀୟଙ୍କୁ କେନ୍ଦ୍ର ସରକାରଙ୍କ ଆଡଭାଇଜରୀ । ଯୁଦ୍ଧରୁ ଦୂରେଇ ରହିବାକୁ ପରାମର୍ଶ ଦେଲା ଭାରତ । ସତର୍କ ରହିବା ସହ ଯୁଦ୍ଧରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ରୁଷରେ ରହୁଥିବା କିଛି ଭାରତୀୟଙ୍କୁ ୟୁକ୍ରେନ ବିରୋଧୀ ଲଢ଼େଇରେ ସାମିଲ ହେବାକୁ ଜୋରଜବରଦସ୍ତ କରାଯାଉଥିବା ଅଭିଯୋଗ ଆସିଥିଲା ।

ଏହାକୁ ନେଇ ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି। ବୈଦେଶିକ ବ୍ୟାପାର ବିଭାଗର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, କିଛି ଭାରତୀୟ ରୁଷ ଆର୍ମୀରେ କାର୍ଯ୍ୟ କରିବାକୁ ସ୍ବାକ୍ଷର କରିଥିବା ନେଇ ଭାରତ ସରକାରଙ୍କୁ ଜଣା ଅଛି । ଭାରତୀୟ ଦୂତାବାସ ପକ୍ଷରୁ ରୁଷର ସଂପୃକ୍ତ ବିଭାଗକୁ ମଧ୍ୟ ଏ ସଂପର୍କରେ ଅଭିଯୋଗ କରାଯାଇଛି । ରୁଷରେ ରହୁଥିବା ଭାରତୀୟଙ୍କୁ ସତର୍କ ରହିବା ସହ ଯୁଦ୍ଧରୁ ଦୂରେଇ ରହିବାକୁ ମାର୍ଗଦର୍ଶିକା ଜାରି କରାଯାଇଛି ।

ଏକ ରିପୋର୍ଟ ମୁତାବକ, ଅତିକମରେ ୩ ଜଣ ଭାରତୀୟ ଜଣେ ଏଜେଣ୍ଟର ଠକାମୀର ଶିକାର ହୋଇ ରୁଷ ଯାଇଥିଲେ । ସେମାନଙ୍କୁ ରୁଷର ଆର୍ମୀ ସିକ୍ୟୁରିଟି ହେଲପର ଭାବେ କାର୍ଯ୍ୟ କରିବାକୁ କୁହାଯାଇଥିଲା । ୟୁକ୍ରେନ ସହ ଯୁଦ୍ଧ ଆରମ୍ଭ ହେବା ପରେ ରୁଷର ସାଧାରଣ ନାଗରିକ ଓ ଯୁବବର୍ଗଙ୍କୁ ତାଙ୍କ ଇଛା ବିରୋଧରେ ଯୁଦ୍ଧରେ ସାମିଲ ହେବାକୁ ଜୋରଜବରଦସ୍ତ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.