Below header

ରାଞ୍ଚି ଟେଷ୍ଟରେ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ: ଆକାଶଦୀପଙ୍କ ପ୍ରଥମ ଶିକାର ହେଲେ ଓପନର ବେନ୍ ଡକେଟ

ରାଞ୍ଚି ଟେଷ୍ଟରେ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ । ଡେବ୍ୟୁ ମ୍ୟାଚରେ ଭ୍ରମଣକାରୀ ଦଳ ପାଇଁ ଘାତକ ହେଲେ ଆକାଶଦୀପ । ପ୍ରଥମ ୩ଟି ୱିକେଟ ଖସାଇଥିଲେ । ୧୧ ରନ୍ କରିଥିବା ବେଳେ ଓପନର ବେନ୍ ଡକେଟଙ୍କୁ ପ୍ରଥମ ଶିକାର କରିଥିଲେ ଆକାଶଦୀପ ।

ରାଞ୍ଚି ଟେଷ୍ଟରେ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ । ଡେବ୍ୟୁ ମ୍ୟାଚରେ ଭ୍ରମଣକାରୀ ଦଳ ପାଇଁ ଘାତକ ହେଲେ ଆକାଶଦୀପ । ପ୍ରଥମ ୩ଟି ୱିକେଟ ଖସାଇଥିଲେ । ୧୧ ରନ୍ କରିଥିବା ବେଳେ ଓପନର ବେନ୍ ଡକେଟଙ୍କୁ ପ୍ରଥମ ଶିକାର କରିଥିଲେ ଆକାଶଦୀପ ।

ଦଳୀୟ ସ୍କୋର ୪୭ ରନରେ ଇଂଲଣ୍ଡର ସେ ୨ଟି ୱିକେଟ ଖସାଇଥିଲେ । ପରେ ଜନି ବେଷ୍ଟ୍ରୋ କିଛି ସମୟ ପାଇଁ ଇନିଂସ ସମ୍ଭାଳିଥିଲେ । ୧୧୨ ରନରେ ୫ଟି ୱିକେଟ ହରାଇ ବିପର୍ଯ୍ୟୟର ସାମନା କରିଥିଲା ଇଂଲଣ୍ଡ । ଆକାଶଦୀପଙ୍କ ସହ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜାଙ୍କ ଯାଦୁଗରୀ ସ୍ପିନରେ ଭ୍ରମଣକାରୀ ଟିମର ବ୍ୟାଟିଂ ଧିମା ପଡିଛି ।

ଯଶପ୍ରୀତ ବୁମରାଙ୍କ ଅନୁପସ୍ଥିତିରେ ଚତୁର୍ଥ ଟେଷ୍ଟରେ ନବାଗତ ଆକାଶ ଦୀପ ସୁଯୋଗ ମିଳିଛି । ଏହି ମ୍ୟାଚ୍ ଜିତି ଆଗୁଆ ସିରିଜ କବଜା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ସେପଟେ ଇଂଲଣ୍ଡକୁ ଶୃଙ୍ଖଳାରେ ରହିବାକୁ ହେଲେ ଏହି ଟେଷ୍ଟ ଜିତିବ ନହେଲେ ଅମୀମାଂସିତ ରଖିବା ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.