ଆଗ୍ରା: ଅନ୍ଧାର ରାତିରେ ଘର ବାହାରେ ଥିବା ୪ଟି କାର୍‌ରେ ନିଆଁ ଲଗାଇଦେଲେ ଯୁବକ, ଘଟଣା CCTVରେ କଏଦ

ଉତ୍ତର ପ୍ରଦେଶର ଆଗ୍ରାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଆଗ୍ରାର ଶାହଗଞ୍ଜର ମୁରଲି ବିହାର କଲୋନୀରେ ଏହି ଘଟଣା ଘଟିଛି । ଏଠାରେ ଜଣେ ଯୁବକ ଅନ୍ଧାର ରାତିରେ ପାର୍କିଂରେ ରହିଥିବା ଅନେକ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି ।

ଉତ୍ତର ପ୍ରଦେଶର ଆଗ୍ରାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଆଗ୍ରାର ଶାହଗଞ୍ଜର ମୁରଲି ବିହାର କଲୋନୀରେ ଏହି ଘଟଣା ଘଟିଛି । ଏଠାରେ ଜଣେ ଯୁବକ ଅନ୍ଧାର ରାତିରେ ପାର୍କିଂରେ ରହିଥିବା ଅନେକ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି । ଏହି ଘଟଣା କଲୋନୀରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଫୁଟେଜ୍‌ରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଜଣେ ଯୁବକ ବିଳମ୍ବିତ ରାତିରେ ଲୁଚି ଲୁଚି ଆସୁଛନ୍ତି ଏବଂ ଘର ବାହାରେ ରଖା ହୋଇଥିବା ଗାଡ଼ିଗୁଡ଼ିକରେ ନିଆଁ ଲଗାଇ ଦେଉଛନ୍ତି ।

ଯୁବକ ଜଣକ ଅଲଗା ଅଲଗା ସ୍ଥାନରେ ପାର୍କିଂ ହୋଇଥିବା ୪ଟି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ । ମୁଖା ପିନ୍ଧିଥିବା ଏହି ଯୁବକ କାର୍‌ ତଳେ ବସି ଗାଡ଼ିରେ ନିଆଁ ଲଗାଉଥିବା ଫୁଟେଜ୍‌ରେ ଦେଖିବାକୁ ମିଳୁଛି । ଯେମିତି ହିଁ ଭୟଙ୍କର ଭାବେ ନିଆଁ ଉଠିଥିଲା, ଲୋକମାନେ ଭୟଭୀତ ହୋଇପଡ଼ିଥିଲେ ଏବଂ ପରେ ଅଭିଯୁକ୍ତଙ୍କୁ କାବୁ କରି ନେଇଥିଲେ ।

ଖବର ପାଇ ପୋଲିସ ପହଞ୍ଚି ଯୁବକଙ୍କୁ ହେପାଜତକୁ ନେଇ ପଚରାଉଚରା ଆରମ୍ଭ କରିଛି । ଗୁରୁବାର ରାତି ପ୍ରାୟ ୨ଟାରେ ଯୁବକ ଘର ବାହାରେ ଥିବା କାର୍‌ଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ । ଏଥିରେ ତାଙ୍କ ମନ ଶାନ୍ତ ହୋଇ ନ ଥିଲା । ପରେ ସେ ରେଳ ଲାଇନ୍‌ ନିକଟସ୍ଥ ଦୁଇଟି କିଓସ୍କରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ । ତେବେ ରାତିରେ ଉଠିଥିବା କଲୋନୀର ଜଣେ ବ୍ୟକ୍ତି ଗାଡ଼ିଗୁଡ଼ିକରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ । ତାଙ୍କ ପାଟି ଶୁଣି ଆଖାପାଖର ଲୋକେ ଘରୁ ବାହାରି ଆସିଥିଲେ ଏବଂ ଏ ସମ୍ପର୍କରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.