Google Vs X: ଖୁବ ଶୀଘ୍ର Xmail ଲଞ୍ଚ କରିବେ ଏଲନ ମସ୍କ, gmailକୁ ଦେବ ଟକ୍କର

ବର୍ତ୍ତମାନ ଗୁଗୁଲ ସହିତ ସିଧାସଳଖ ପ୍ରତିଯୋଗିତା ପାଇଁ ଏଲନ୍ ମସ୍କ ପ୍ରସ୍ତୁତ ହେଉଛନ୍ତି । ଏଲନ୍ ମସ୍କ ଖୁବ୍ ଶୀଘ୍ର Xmail ଲଞ୍ଚ କରିବାକୁ ଯାଉଛନ୍ତି ଯାହା X ର ଏକ ଇ-ମେଲ୍ ସର୍ଭିସ ହେବ । ଏଲନ୍ ମସ୍କ ନିଜେ ତାଙ୍କର ଏକ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି ।

ଦୀର୍ଘ ଦିନ ଧରି ଏଲନ୍ ମସ୍କ ଗୁଗୁଲ୍, ଫେସବୁକ୍ ଏବଂ ଅନ୍ୟାନ୍ୟ କମ୍ପାନୀଗୁଡିକୁ ପରିହାସ କରିଆସୁଛନ୍ତି । ଗୁଗୁଲ୍ ଉପରେ ନିର୍ମିତ ମେମ୍ ମଧ୍ୟ ଏଲନ୍ ମସ୍କ ପ୍ରାୟତଃ ସେୟାର କରନ୍ତି । ବର୍ତ୍ତମାନ ଗୁଗୁଲ ସହିତ ସିଧାସଳଖ ପ୍ରତିଯୋଗିତା ପାଇଁ ଏଲନ୍ ମସ୍କ ପ୍ରସ୍ତୁତ ହେଉଛନ୍ତି । ଏଲନ୍ ମସ୍କ ଖୁବ୍ ଶୀଘ୍ର Xmail ଲଞ୍ଚ କରିବାକୁ ଯାଉଛନ୍ତି ଯାହା X ର ଏକ ଇ-ମେଲ୍ ସର୍ଭିସ ହେବ ।

ଏଲନ୍ ମସ୍କ ନିଜେ ତାଙ୍କର ଏକ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି । “ଆମେ କେତେବେଳେ Xmail ତିଆରି କରିବା?”, X ର ଜଣେ ଇଞ୍ଜିନିୟର ଏହି ପ୍ରଶ୍ନ ପଚାରିଥିଲେ । ଏହାର ଉତ୍ତରରେ ଏଲନ୍ ମସ୍କ କହିଛନ୍ତି- ଏହା ଖୁବ ଶୀଘ୍ର ଆସୁଛି । ଯଦି ଏଲନ୍ ମସ୍କ ଏଠାରେ ଥଟ୍ଟା କରୁନାହାଁନ୍ତି ତେବେ ଏହାର ଅର୍ଥ ହେଉଛି ଖୁବ ଶୀଘ୍ର ଇ-ମେଲ୍ ମାର୍କେଟରେ ଏକ ତୃତୀୟ କମ୍ପାନୀ ଏଣ୍ଟ୍ରି କରିବାକୁ ଯାଉଛି । ପୂର୍ବରୁ ମାଇକ୍ରୋସଫ୍ଟ ଆଉଟଲୁକ୍ ଇମେଲ୍ ଏବଂ ଗୁଗୁଲ୍ ଜିମେଲ୍ ଅଛି ।

ୟାହୁ ମେଲ୍ ବ୍ୟବହାର ପ୍ରାୟତଃ ବନ୍ଦ ହୋଇଗଲାଣି କହିଲେ ଚଳେ । ଏଲନ୍ ମସ୍କ ତାଙ୍କ ନିଷ୍ପତ୍ତି ସହିତ ଲୋକଙ୍କୁ ସବୁବେଳେ ଆଶ୍ଚର୍ଯ୍ୟ କରିଆସୁଛନ୍ତି । ଆଗାମୀ ମାସରେ କିମ୍ବା ଦୁଇ ମାସରେ ସେମାନେ Xmail ଲଞ୍ଚ କଲେ ମଧ୍ୟ ଏହା ଆଶ୍ଚର୍ଯ୍ୟଜନକ ନୁହେଁ କାରଣ ସେ ସର୍ବଦା କିଛି ନ କିଛି ନୂଆ କରିଆସିଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ ଏଲନ୍ ମସ୍କ ଏକ ସୁପର ଆପରେ ମଧ୍ୟ କାମ କରୁଛନ୍ତି । ଏହି ଆପ୍ ଯେକୌଣସି ସମୟରେ ଲଞ୍ଚ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.