ଷ୍ଟ୍ରେସ୍‌ ଓ ଟେନ୍‌ସନ୍‌ରୁ ଦୂରେଇ ରହିବାକୁ ଚାହୁଁଛନ୍ତି କି ? ନିଜ ପ୍ରତିଦିନ ଲାଇଫ୍‌ ଷ୍ଟାଇଲ୍‌ରେ ସାମିଲ କରନ୍ତୁ ଏହି ସବୁ ଜିନିଷ

ସାରା ବିଶ୍ୱରେ ଏହି ସମସ୍ୟା ଦ୍ରୁତ ଗତିରେ ବଢିଚାଲିଛି । ଆପଣମାନେ ତ ଜାଣିଥିବେ ଯେ ଷ୍ଟ୍ରେସ୍‌ ମଧ୍ୟ ଆମ ଜୀବନର ଏକ ଅଂଶ ପାଲଟିଛି । ଏହି କାରଣରୁ ଆମ ଜୀବନରେ ଅନେକ ଗମ୍ଭୀର ସମସ୍ୟା ଉପୁଜିପାରେ । କିନ୍ତୁ ଷ୍ଟ୍ରେସ୍‌କୁ ସଂପୂର୍ଣ୍ଣ ଭାବେ ଦୂର କରିବା ସହଜ ନୁହେଁ । ତଥାପି କିଛି ପ୍ରୟାସ କରି ନିଶ୍ଚିତ ଭାବରେ ଏଥିରୁ ମୁକ୍ତି ପାଇପାରିବେ ।

ଆଜିକାଲି ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ଷ୍ଟ୍ରେସ୍‌ରେ ରହୁଛନ୍ତି । କିନ୍ତୁ ସମସ୍ତ ଲୋକଙ୍କ ଚିନ୍ତିତ ରହିବାର କାରଣ କିଛି ଅଲଗା ରହିଥାଏ । ତେବେ ସାରା ବିଶ୍ୱରେ ଏହି ସମସ୍ୟା ଦ୍ରୁତ ଗତିରେ ବଢିଚାଲିଛି । ଆପଣମାନେ ତ ଜାଣିଥିବେ ଯେ ଷ୍ଟ୍ରେସ୍‌ ମଧ୍ୟ ଆମ ଜୀବନର ଏକ ଅଂଶ ପାଲଟିଛି । ଏହି କାରଣରୁ ଆମ ଜୀବନରେ ଅନେକ ଗମ୍ଭୀର ସମସ୍ୟା ଉପୁଜିପାରେ । କିନ୍ତୁ ଷ୍ଟ୍ରେସ୍‌କୁ ସଂପୂର୍ଣ୍ଣ ଭାବେ ଦୂର କରିବା ସହଜ ନୁହେଁ । ତଥାପି କିଛି ପ୍ରୟାସ କରି ନିଶ୍ଚିତ ଭାବରେ ଏଥିରୁ ମୁକ୍ତି ପାଇପାରିବେ । ତାହେଲେ ଆସନ୍ତୁ ଷ୍ଟ୍ରେସ୍‌କୁ ଏଡାଇବା ପାଇଁ ୫ ଟି ପ୍ରଭାବଶାଳୀ ଉପାୟ ବିଷୟରେ ଜାଣିବା ।

ଷ୍ଟ୍ରେସ୍‌ କାହିଁକି ହୋଇଥାଏ :
ବାସ୍ତବରେ ଆମ ଶରୀରରେ ଷ୍ଟ୍ରେସ୍‌ ଯୋଗୁଁ ଯେଉଁ ପ୍ରକ୍ରିୟାଗୁଡ଼ିକୁ ହୋଇଥାଏ, ତାକୁ ନିୟନ୍ତ୍ରଣ କରିବାର କାର୍ଯ୍ୟ କର୍ଟିସୋଲ ନାମକ ଏକ ହରମୋନ୍‌ର ହୋଇଥାଏ । କର୍ଟିସୋଲ୍ ଲେବଲ୍‌ ବଢିବା ସହିତ ଷ୍ଟ୍ରେସ୍‌ ମଧ୍ୟ ବଢିଥାଏ । ତେବେ କିଛି ଭଲ ଅଭ୍ୟାସ ସହିତ ଉଭୟ କର୍ଟିସୋଲ ଏବଂ ଷ୍ଟ୍ରେସ୍‌କୁ ନିୟନ୍ତ୍ରଣ କରାଯାଇପାରିବ । ତାହେଲେ ଆସନ୍ତୁ ସେହି ଉପାୟ ବିଷୟରେ କିଛି ବିଶେଷ କଥା ଜାଣିବା ।

ପ୍ରତିଦିନ ଡାଏଟ୍‌ରେ ହେଲଦି ଖାଦ୍ୟ ସାମିଲ କରନ୍ତୁ :
କୁହାଯାଏ ଷ୍ଟ୍ରେସ୍‌ ଓ ଖାଦ୍ୟ ମଧ୍ୟରେ ଏକ ଗଭୀର ସଂଯୋଗ ରହିଥାଏ । ପୋଷକ ତତ୍ତ୍ୱରେ ଭରପୂର ଖାଦ୍ୟ ଖାଇବା ଦ୍ୱାରା ବ୍ଲଡ ସୁଗାର ଲେବଲ ନିୟନ୍ତ୍ରଣ ରହିଥାଏ । ଏହା ଭଲ ନିଦ ହେବାରେ ସାହାଯ୍ୟ କରିଥାଏ ଏବଂ ଟେନସନ କମ୍‌ କରିଥାଏ । ସୂଚନା ମୁତାବକ, ପୋଦିପା, ଲେମନ୍‌ ଟି କିମ୍ବା ଗ୍ରୀନ୍‌ ଟି କର୍ଟିସୋଲ ଲେବଲ୍‌ କମ୍‌ କରିଥାଏ ଏବଂ ଷ୍ଟ୍ରେସ୍‌ରୁ ମୁକ୍ତି ଦେବାରେ ସାହାର୍ଯ୍ୟ କରିଥାଏ । ତେବେ ଷ୍ଟ୍ରେସ୍‌କୁ ଏଡାଇବା ପାଇଁ ଆପଣ କିଛି ଡାର୍କ ଚକୋଲେଟ୍ ମଧ୍ୟ ଖାଇପାରିବେ । କାରଣ ଏଥିରେ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ, ଯାହା ଷ୍ଟ୍ରେସ୍‌ କମାଇବା ପାଇଁ କାମ କରିଥାଏ । ଏହା ବ୍ୟତୀତ ଆପଣ ଆଭୋକାଡୋ, ବାଦାମ, ଅଖରୋଟ, ପିସ୍ତା, ଚିଆ ସିଡ୍‌ ଏବଂ ଫ୍ଲକ୍ସସିଡ୍ ପରି ଜିନିଷ ମଧ୍ୟ ଖାଇପାରିବେ । ଯାହା ଷ୍ଟ୍ରେସ୍‌ରୁ ମୁକ୍ତି ଦେଇଥାଏ । ଏହା ସହ ଆପଣ ଖଟା ଫଳ ଏବଂ ପତ୍ରଯୁକ୍ତ ପନିପରିବା ମଧ୍ୟ ଖାଇପାରିବେ, କାରଣ ଏହା ମଧ୍ୟ ଆପଣଙ୍କୁ ଷ୍ଟ୍ରେସ୍‌ରୁ ମୁକ୍ତି ଦେଇଥାଏ ।

ଶୋଇବା ସମୟରେ ଫୋନ୍‌ ବ୍ୟବହାର ଠାରୁ ଦୂରେଇ ରୁହନ୍ତୁ :
ଆଜିକାଲି ସ୍ମାର୍ଟଫୋନ୍ କିମ୍ବା ଲାପଟପ୍ ର ବ୍ୟବହାର ବହୁତ ବୃଦ୍ଧି ପାଇଛି । ଏପରି ପରିସ୍ଥିତିରେ ଶୋଇବାର ଏକ ଘଣ୍ଟା ପୂର୍ବରୁ ଏହି ସମସ୍ତ ଜିନିଷ ଠାରୁ ଦୂରେଇ ରହିବା ଉଚିତ୍ । ବାସ୍ତବରେ ଏହି ଗ୍ୟାଜେଟରୁ ବାହାରୁ ଥିବା ନୀavoid stress ଲାଇଟ୍‌ ନିଦକୁ ପ୍ରଭାବିତ କରିଥାଏ । ତେବେ ଯଦି ଆପଣ ଅଧିକ ମାତ୍ରାରେ ଫୋନ୍‌ ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ମସ୍ତିଷ୍କକୁ ପ୍ରଭାବିତ କରିଥାଏ । ଯେଉଁଥିପାଇଁ ଶରୀରରେ କର୍ଟିସୋଲର ଲେବଲ ବଢିଯାଏ । ସେଥିପାଇଁ ଶୋଇବା ସମୟରେ ଏହି ସବୁ ଜିନିଷରୁ ଦୂରେଇ ରହିବା ଉଚିତ ।

ଆପଣଙ୍କ ପାଖରେ ଯେଉଁ ଜିନିଷ ଅଛି, ତାକୁ ନେଇ ଖୁସି ରୁହନ୍ତୁ :
ଯଦି ଆପଣ ଷ୍ଟ୍ରେସ୍‌ରୁ ଦୂରେଇ ରହିବାକୁ ଚାହାଁନ୍ତି, ତେବେ ଆପଣ ନିଜର କିଛି ଅଭ୍ୟାସ ପରିବର୍ତ୍ତନ କରିବା ଉଚିତ୍ । ବାସ୍ତବରେ ଲୋକମାନେ ସେହି ଜିନିଷଗୁଡ଼ିକ ପାଇଁ ଅଧିକ ଦୁଃଖିତ ହେଉଛନ୍ତି, ଯାହା ସେମାନେ ପାଖରେ ନାହିଁ । ଏପରି ପରିସ୍ଥିତିରେ ଆପଣଙ୍କ ପାଖରେ ଯାହା ଅଛି ସେଥିପାଇଁ ଖୁସି ହେବା ଉଚିତ । ଛୋଟ ସଫଳତା ଆପଣଙ୍କୁ ଖୁସି ଦେବ । ଯାହା ଦ୍ୱାରା ଆପଣ ଷ୍ଟ୍ରେସ୍‌ରୁ ମୁକ୍ତି ପାଇପାରିବେ ।

ଯୋଗ ଓ ମେଡିଟେସନ୍‌ କରନ୍ତୁ :
ଯୋଗ ଏବଂ ମେଡିଟେସନ୍‌କୁ ନିଜ ଜୀବନର ଏକ ଅଂଶ କରିଦିଅନ୍ତୁ । ଏହା ଷ୍ଟ୍ରେସ୍‌ରୁ ମୁକ୍ତି ଦେଇଥାଏ । ଯୋଗ ଓ ମେଡିଟେସନ୍‌ ଜୀବନରେ ସକରାତ୍ମକତା ଭାବନା ଆଣିଥାଏ । ଯେଉଁଥିପାଇଁ ଶରୀର ଆରାମ ପାଇଥାଏ । ଏହା ମନକୁ ଶାନ୍ତ ରଖେ ଏବଂ ଆପଣ ବହୁତ ଖୁସି ରହିଥାନ୍ତି । ସେଥିପାଇଁ ନିଜ ପ୍ରତିଦିନ ଲାଇଫ୍‌ରେ ଯୋଗ ଓ ମେଡିଟେସନ୍‌ ସାମିଲ କରିବା ବହୁତ ଭଲ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.