ରାହୁଲ ଗାନ୍ଧିଙ୍କୁ ହାଇକୋର୍ଟରୁ ଝଟ୍‌କା, ଅମିତ୍‌ ଶାହଙ୍କ ଉପରେ ଟିପ୍ପଣୀ ମାମଲାରେ ନିମ୍ନ ଅଦାଲତରେ ଚାଲିବ ବିଚାର

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଝାଡଖଣ୍ଡ ହାଇକୋର୍ଟରୁ ବଡ଼ ଝଟ୍‌କା ମିଳିଛି । ୨୦୧୮ରେ ଅମିତ୍‌ ଶାହଙ୍କ ବିରୋଧରେ ଟିପ୍ପଣୀ ମାମଲାରେ କୋର୍ଟ ନିଜର ରାୟ ଶୁଣାଇଛନ୍ତି । କୋର୍ଟ ରାହୁଲ ଗାନ୍ଧିଙ୍କ ପିଟିସନକୁ ଖାରଜ କରି ଦେଇଛନ୍ତି ।

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଝାଡଖଣ୍ଡ ହାଇକୋର୍ଟରୁ ବଡ଼ ଝଟ୍‌କା ମିଳିଛି । ୨୦୧୮ରେ ଅମିତ୍‌ ଶାହଙ୍କ ବିରୋଧରେ ଟିପ୍ପଣୀ ମାମଲାରେ କୋର୍ଟ ନିଜର ରାୟ ଶୁଣାଇଛନ୍ତି । କୋର୍ଟ ରାହୁଲ ଗାନ୍ଧିଙ୍କ ପିଟିସନକୁ ଖାରଜ କରି ଦେଇଛନ୍ତି । ଏବେ ଏହି ମାମଲାରେ ରାହୁଲଙ୍କ ବିରୋଧରେ ନିମ୍ନ ଅଦାଲତରେ ଟ୍ରାଏଲ ଚାଲିବ ।

ରାହୁଲ ଗାନ୍ଧି ଏମ୍‌ପି ଏମ୍‌ଏଲ୍‌ଏ କୋର୍ଟଙ୍କ ସମନ ବିରୋଧରେ ହାଇକୋର୍ଟରେ ଆବେଦନ ଦାଖଲ କରିଥିଲେ, ଯାହାକୁ କୋର୍ଟ ଖାରଜ କରିଛନ୍ତି । ଗତ ଶୁଣାଣିରେ କୋର୍ଟ ନିଜର ନିଷ୍ପତ୍ତି ସୁରକ୍ଷିତ ରଖିଥିଲେ ।

ସୂଚନାଥାଉ କି, ରାହୁଲ ଗାନ୍ଧି ୨୦୧୮ରେ ବେଙ୍ଗାଲୁରୁରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରିଥିଲେ । ସେହି ସମୟରେ ବିଜେପିର ଜିଲ୍ଲା ଉପାଧ୍ୟକ୍ଷ ବିଜୟ ମିଶ୍ରା ରାହୁଲଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ । ପରେ ତାଙ୍କ ବିରୋଧରେ ଅପରାଧିକ ମାନହାନି ମକଦ୍ଦମା ଦାୟର କରାଯାଇଥିଲା ।

ରାହୁଲ ଟ୍ରାଏଲ କୋର୍ଟରେ ଚାଲିଥିବା କାର୍ଯ୍ୟପ୍ରକ୍ରିୟାକୁ ରଦ୍ଦ କରିବା ପାଇଁ ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ । ଫେବୃୟାରୀ ୧୬ରେ ରାହୁଲଙ୍କ ଲିଖିତ ପକ୍ଷ କୋର୍ଟରେ ଉପସ୍ଥାପନ କରାଯାଇଥିଲା, ଯାହାପରେ ଜଷ୍ଟିସ୍‌ ଅମ୍ବୁଜ ନାଥଙ୍କ ବେଞ୍ଚ୍‌ ନିଷ୍ପତ୍ତି ସୁରକ୍ଷିତ ରଖିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.