ଆଜିଠୁ ଆରମ୍ଭ ଗୁପ୍ତ ନବରାତ୍ରୀ

ଆଷାଢ଼ ଗୁପ୍ତ ନବରାତ୍ରୀର ୯ ଦିନ ପର୍ଯ୍ୟନ୍ତ ମା ଦୂର୍ଗାଙ୍କର କରନ୍ତୁ ଏଭଳି ସ୍ୱତନ୍ତ୍ର ପୂଜା, କ୍ୟାରିଅରରେ ଉନ୍ନତି ସହ ହେବ ପ୍ରଚୁର ଧନ ଲାଭ

ହିନ୍ଦୁ ଧର୍ମରେ ନବରାତ୍ରିର ଏକ ବିଶେଷ ମହତ୍ୱ ଅଛି । ବର୍ଷକୁ ଦୁଇ ଥର ପଡୁଥିବା ଚୈତ୍ର ନବରାତ୍ରି ଓ ଶାରଦୀୟ ନବରାତ୍ରି ବାବଦରେ ତ ସମସ୍ତେ ଜାଣନ୍ତି । କିନ୍ତୁ ଏହା ବ୍ୟତୀତ ଆଉ ତିନୋଟି ନବରାତ୍ରି ବି ପାଳନ କରାଯାଇଥାଏ । ସେଗୁଡିକ ହେଉଛି ପୌଷ ଗୁପ୍ତ ନବରାତ୍ରୀ, ଆଷାଢ଼ ଗୁପ୍ତ ନବରାତ୍ରୀ ଓ ମାଘ ଗୁପ୍ତ ନବରାତ୍ରୀ । ଆଷାଢ଼ ମାସରେ ପଡୁଥିବା ଏହି ନବରାତ୍ରୀକୁ ଆଷାଢ଼ ଗୁପ୍ତ ନବରାତ୍ରୀ ବୋଲି କୁହାଯାଏ ।

ସନାତନ ଧର୍ମରେ ନବରାତ୍ରୀ ସମୟ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବର୍ଷରେ ୪ ଥର ନବରାତ୍ରୀ ପଡ଼ିଥାଏ। ଯେଉଁଥିରେ ୨ ଟି ଗୁପ୍ତ ନବରାତ୍ରୀ ଓ ୨ ଟି ପ୍ରତ୍ୟକ୍ଷ ନବରାତ୍ରୀ ରୂପେ ପାଳନ କରାଯାଏ। ଗୁପ୍ତ ନବରାତ୍ରୀ ଆଷାଢ଼ ଓ ମାଘ ମାସରେ ପଡ଼ିଥାଏ। ଆଷାଢ଼ ଗୁପ୍ତ ନବରାତ୍ରୀ ଆଜିଠୁ ଆରମ୍ଭ ହେବାକୁ ଯାଉଛି। ଏହି ଗୁପ୍ତ ନବରାତ୍ରୀ ୧୯ ଜୁନରୁ ୨୮ ଜୁନ ୨୦୨୩ ପର୍ଯ୍ୟନ୍ତ ଚାଲିବ। ଗୁପ୍ତ ନବରାତ୍ରୀ ତନ୍ତ୍ର ମନ୍ତ୍ର ସାଧକଙ୍କ ପାଇଁ ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ। ଗୁପ୍ତ ନବରାତ୍ରୀ ରେ ସାଧକ ୧୦ ମହାବିଦ୍ୟାର ପୂଜା ହୋଇଥାଏ। ସେହିପରି ଗୃହସ୍ଥ ଜୀବନ ଅତିବାହିତ କରୁଥିବା ଲୋକ ଏହିଦିନରେ ସାମାନ୍ୟ ପୂଜା କରିଥାନ୍ତି।

ତେବେ ଗୁପ୍ତ ନବରାତ୍ରୀରେ ମା ଅମ୍ବାଙ୍କର ଆରଧନା କରାଯାଏ। ଚାକିରି, ବ୍ୟାପାର ରେ ଉନ୍ନତି, ଆର୍ଥିକ ଲାଭ ଓ ସୁଖୀ ବୈବାହିକ ଜୀବନ ପାଇବା ପାଇଁ ଏହିିଦିନ କିଛି ଉପାୟ କଲେ ବହୁତ ଲାଭଦାୟୀ ହୋଇଥାଏ।

ଶୀଘ୍ର ବିବାହ ଓ ଖୁସି ଦାମ୍ପତ୍ୟ ଜୀବନ ପାଇଁ କରନ୍ତୁ ଏହି ଉପାୟ:
ଯଦି ବିବାହରେ ବାଧା ଆସୁଛି କିମ୍ବା ଦାମ୍ପତ୍ୟ ଜୀବନରେ ଅନେକ ସମସ୍ୟା ଆସୁଛି। ତେବେ ଗୁପ୍ତ ନବରାତ୍ରୀରେ ମାଆ ଦୂର୍ଗାଙ୍କୁ ଶୃଙ୍ଗାର ଜିନିଷ ଓ ନାଲି ଫୁଲ ଅର୍ପଣ କରନ୍ତୁ । ଏମିତିରେ ମାତା ପ୍ରସନ୍ନ ହେବେ ଓ ଶୀଘ୍ର ବିବାହ ଯୋଗ ମଧ୍ୟ ବନିବ। ଅଖଣ୍ଡ ସୌଭାଗ୍ୟ ଓ ସୁଖୀ ବୈବାହିକ ଜୀବନ ପାଇଁ ଆଶିର୍ବାଦ ମିଳିବ।

କ୍ୟାରିଅରରେ ସଫଳତା:
ଯଦି କ୍ୟାରିଅର ରେ ସଫଳତା ପାଇବାକୁ ଚାହୁଁଛନ୍ତି ତେବେ ଗୁପ୍ତ ନବରାତ୍ରୀରେ ମାତାରାନୀ ଙ୍କ ପୂଜା କରନ୍ତୁ। ଏହାପରେ ନବରାତ୍ରୀର ଶେଷ ଦିନ ନବମୀ ତିଥିରେ ୯ ଜଣ କନ୍ୟାଙ୍କୁ ମଖାନାର ଖିରି ଖାଇବାକୁ ଦିଅନ୍ତୁ। ଏହାସହ ନିଜ ସାମର୍ଥ୍ୟ ଅନୁସାରେ ଦକ୍ଷିଣା ଦେଇ ପାଦ ଛୁଅନ୍ତୁ। ଆଶିର୍ବାଦ ନିଅନ୍ତୁ। ଏମିତିରେ କ୍ୟାରିଅର, ଚାକିରି ଓ ବ୍ୟାପାରରେ ଶୀଘ୍ର ଉନ୍ନତି ହେବ।

ଧନ ପ୍ରାପ୍ତି ଉପାୟ:
ଯଦି ଆପଣ ଆର୍ଥିକ ସମସ୍ୟାରେ ଚିନ୍ତା ଗ୍ରସ୍ତ ରହୁଛନ୍ତି ତେବେ ଧନ ଲାଭ ପାଇଁ ଏହିଦିନ ୯ଟି ଗୋମତୀ ଚକ୍ର କିଣନ୍ତୁ। ପରେ ଶୁଭ ମୁହୂର୍ତ୍ତରେ ମା ଦୁର୍ଗାଙ୍କ ପୂଜା କରନ୍ତୁ। ପରେ ଗୋମତୀ ଚକ୍ର ସେଠାରେ ରଖନ୍ତ ୁ। ନବରତ୍ରୀର ଶେଷ ଦିନରେ ଏହାକୁ ନାଲି କପଡ଼ାରେ ବାନ୍ଧି ନିଜ ତିଜୋରୀ ବକ୍ସ ରେ ରଖନ୍ତୁ। ଏମିତିରେ ଘରେ ଧନ ବୃଦ୍ଧି ହେବ।

ପୂଜା ବିଧି:

ପ୍ରଥମେ ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତିକୁ ଏକ ସ୍ୱଚ୍ଛ ଖଟୁଲିରେ ସ୍ଥାପନା କରନ୍ତୁ । ଏବେ ମା’ଙ୍କୁ ଏକ ଲାଲ ରଙ୍ଗର ଓଢଣୀ ଚଢ଼ାନ୍ତୁ । ଏବେ ନଡ଼ିଆ, ଫଳ , ଶୃଙ୍ଗାର ଜିନିଷ ଆଦି ଚଢ଼ାନ୍ତୁ । ମା’ଙ୍କ ଲାଲ ଫୁଲ ସବୁଠୁ ପ୍ରିୟ ହୋଇଥାଏ । ଭୁଲରେ ବି ଦୁବ, ତୁଳସୀ ଆଦି ଚଢ଼ାଇବେ ନାହିଁ । ଏବେ ଦୀପ ଜଳାଇ ମା’ ମନ୍ତ୍ର ଜପ କରନ୍ତୁ । ଏହା ସହ ଦୁର୍ଗା ଚାଳିଶା ପାଠ କରନ୍ତୁ । ମା’ ଦିନକୁ ଦୁଇ ଥର ଭୋଗ ଲଗାନ୍ତୁ । ପୂଜାରେ ଭାଗ ନେଇଥିବା ସମସ୍ତଙ୍କୁ ଭୋଗ ଵାଟନ୍ତୁ । ନ ଦିନ ଯାଏଁ ନିଜ ଖାଦ୍ୟ ପେୟ, ଆଧାର ସାତ୍ଵିକ ରଖନ୍ତୁ ।

ଏବେ ଏକ କାଠ ଚୌକି ଉପରେ ଏକ ଲାଲ କପଡା ବିଛନ୍ତୁ । ଏବେ ମୂର୍ତ୍ତି କିମ୍ବା ପ୍ରତିକୃତ୍ତି ସ୍ଥାପନା କରନ୍ତୁ । ମା’ ଙ୍କ ସାମ୍ନାରେ ଏକ ବଡ଼ ଏକ ମୁଖି ଦୀପ ଜଳାନ୍ତୁ । ସକାଳେ ଓ ସନ୍ଧ୍ୟା ଧ୍ୟାନ କରିବା ସହ ୧୦୮ ଥର ମନ୍ତ୍ର ଜପନ୍ତୁ । ତନ୍ତ୍ର ସାଧନା କରୁଥିବା ଲୋକେ ସାଧାରଣତଃ ରାତି ଅଧରେ ମା’ଙ୍କ ପୂଜାର୍ଚ୍ଚନା କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.