ବାଂଲାଦେଶରେ ୩ଟି ଟ୍ରାକରେ ଚାଲିଥାଏ ଟ୍ରେନ, କାହିଁକି ଜାଣନ୍ତୁ

ଭାରତର ପଡୋଶୀ ବାଂଲାଦେଶରେ ଟ୍ରେନ୍ ୩ଟି ଟ୍ରାକରେ ଚାଲିଥାଏ । ଦୁଇଟି ଟ୍ରାକରେ ଚାଲୁଥିବା ଟ୍ରେନକୁ ବ୍ରଡ୍‌ ଗେଜ୍‌ କୁହାଯାଏ । ବାଂଲାଦେଶରେ ଟ୍ରେନ୍ ଚଳାଇବା ପାଇଁ ଡୁଆଲ୍ ଗେଜ୍ ବ୍ୟବହୃତ ହୁଏ । ଏହି ଟ୍ରାକରେ ୩ଟି ଟ୍ରାକ ରହିଛି । କାରଣ ପ୍ରତ୍ୟେକ ରେଳ ଟ୍ରାକ୍ ଗେଜ୍ ଅନୁଯାୟୀ ନିର୍ମିତ ହୋଇଥାଏ । ତେଣୁ ଟ୍ରାକର ମୋଟେଇ ବିଭିନ୍ନ ଭାଗରେ ଭିନ୍ନ ହୋଇଥାଏ । ଏଠାରେ ଥିବା ରେଳବାଇ ବାଂଲାଦେଶ ସରକାରଙ୍କ ଦ୍ୱାରା ପରିଚାଳିତ, ଯାହାର ମୋଟ ଲମ୍ବ ୨୮୫୫ କିଲୋମିଟର ରହିଛି ।

ଭାରତୀୟ ରେଳ ଦୁନିଆରେ ୪ର୍ଥ ଏବଂ ଏସିଆର ଦ୍ୱିତୀୟ ସବୁଠୁ ବଡ଼ ରେଳ ନେଟଓ୍ଵାର୍କ। ଭାରତରେ ରେଳ ଷ୍ଟେସନର ସଂଖ୍ୟା ପାଖାପାଖି ୮ହଜାର। ଅଧିକାଂଶ ଲୋକ ରେଳ ଯାତ୍ରା କରିବା ପାଇଁ ପସନ୍ଦ କରିଥାନ୍ତି। ଆପଣ ନିଶ୍ଚିତ ଭାବରେ ଅନେକ ଥର ଟ୍ରେନରେ କୌଣସି ସ୍ଥାନକୁ ଯାତ୍ରା କରିଥିବେ। ତେବେ ଆମେ ଆପଣଙ୍କୁ ଆଜି ଦୁନିଆର ଏଭଳି ଏକ ଟ୍ରେନ ବିଷୟରେ କହିବୁ, ଯାହା ୩ଟି ଟ୍ରାକ ଦେଇ ଯାତ୍ରା କରେ ।

ସାଧାରଣ ଭାବେ ଟ୍ରେନ ଦୁଇଟି ଟ୍ରାକ ରେ ଯାତ୍ରା କରିଥାଏ । କିନ୍ତୁ ଆମେ ଆଜି ଆପଣଙ୍କୁ ଏଭଳି ଏକ ଟ୍ରେନ ବିଷୟରେ କହିବୁ ଯାହାକି ୩ଟି ଟ୍ରାକ ଦେଇ ଯାତ୍ରା କରେ । ଆପଣ କେବେ ଟ୍ରେନ୍‌ରେ ଯାତ୍ରା ତ ନିହତ କରିଥିବେ। କେବେ ଟ୍ରେନ ତିନୋଟି ଟ୍ରାକ ରେ ଯାଉଥିବାର ଦେଖିଛନ୍ତି କି ? ଭାରତରେ ରେଳ ଦୁଇଟି ଟ୍ରାକରେ ଚାଲିଥାଏ । ଅଧିକାଂଶ ଦେଶରେ ରେଳ ପାଇଁ କେବଳ ଦୁଇଟି ଟ୍ରାକ ମାତ୍ର ରହିଥାଏ । କିନ୍ତୁ ଦୁନିଆରେ ଗୋଟିଏ ଦେଶ ଅଛି ଯେଉଁଠାରେ ଟ୍ରେନ୍ ଦୁଇଟି ନୁହେଁ ତିନୋଟି ଟ୍ରାକରେ ଚାଲିଥାଏ । ଆଜି ଆମେ ଆପଣଙ୍କୁ ଏହି ଦେଶ ବିଷୟରେ କହିବୁ। ଏହା ସହିତ ଆମେ ଆପଣଙ୍କୁ ଏଠାରେ ରେଳବାଇର ସୁବିଧା ବିଷୟରେ ମଧ୍ୟ କହିବୁ। ଜାଣିବା ପାଇଁ ଭିଡିଓ କୁ ଶେଷ ଯାଏ ଦେଖନ୍ତୁ ।

ଏସିଆର ବୃହତ୍ତମ ରେଳ ନେଟୱାର୍କ ତାଲିକାରେ ଭାରତୀୟ ରେଳ ପ୍ରଥମ ସ୍ଥାନରେ ରହିଛି । ଭାରତୀୟ ରେଳ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ । ରେଳବାଇ ପ୍ରତିଦିନ ୧୩ ହଜାରରୁ ଅଧିକ ଯାତ୍ରୀବାହୀ ଟ୍ରେନ୍ ଚଲାଇଥାଏ, ଯାହା ସାତ ହଜାରରୁ ଅଧିକ ରେଳ ଷ୍ଟେସନ ଦେଇ ଯାଇଥାଏ।

କେଉଁ ଦେଶରେ ଟ୍ରେନ୍ ତିନୋଟି ଟ୍ରାକରେ ଚାଲିଥାଏ ?
ଭାରତର ପଡୋଶୀ ବାଂଲାଦେଶରେ ଟ୍ରେନ୍ ୩ଟି ଟ୍ରାକରେ ଚାଲିଥାଏ । ଦୁଇଟି ଟ୍ରାକରେ ଚାଲୁଥିବା ଟ୍ରେନକୁ ବ୍ରଡ୍‌ ଗେଜ୍‌ କୁହାଯାଏ । ବାଂଲାଦେଶରେ ଟ୍ରେନ୍ ଚଳାଇବା ପାଇଁ ଡୁଆଲ୍ ଗେଜ୍ ବ୍ୟବହୃତ ହୁଏ । ଏହି ଟ୍ରାକରେ ୩ଟି ଟ୍ରାକ ରହିଛି । କାରଣ ପ୍ରତ୍ୟେକ ରେଳ ଟ୍ରାକ୍ ଗେଜ୍ ଅନୁଯାୟୀ ନିର୍ମିତ ହୋଇଥାଏ । ତେଣୁ ଟ୍ରାକର ମୋଟେଇ ବିଭିନ୍ନ ଭାଗରେ ଭିନ୍ନ ହୋଇଥାଏ । ଏଠାରେ ଥିବା ରେଳବାଇ ବାଂଲାଦେଶ ସରକାରଙ୍କ ଦ୍ୱାରା ପରିଚାଳିତ, ଯାହାର ମୋଟ ଲମ୍ବ ୨୮୫୫ କିଲୋମିଟର ରହିଛି ।

ତିନୋଟି ଟ୍ରେନ ଟ୍ରାକରେ କାହିଁକି ଟ୍ରେନ୍ ଚାଲିଥାଏ ?
ବାଂଲାଦେଶରେ ତିନି ପ୍ରକାରର ରେଳ ଟ୍ରାକ୍ ରହିଛି । ଏଥିରେ ମିଟର ଗେଜ୍, ବ୍ରଡ୍ ଗେଜ୍ ଏବଂ ଡୁଆଲ୍ ଗେଜ୍ ରହିଛି । ପୂର୍ବରୁ କେବଳ ମିଟର ଏବଂ ବ୍ରଡ୍ ଗେଜ୍ ଟ୍ରେନ୍ ଏଠାରେ ଚାଲୁଥିଲା । ତେବେ ସମୟ ସହିତ ସବୁକିଛି ବଦଳିବାକୁ ଲାଗିଲା । ସରକାର ଏଭଳି ପରିସ୍ଥିତିରେ ବାଂଲାଦେଶରୁ ପୁରୁଣା ଟ୍ରାକ୍‌ ପରିବର୍ତ୍ତନ କରିବା କୁ ଠିକ ଲାଗିଲା ନାହିଁ । କାରଣ ଏଥିପାଇଁ ଲୋକୋମୋଟିଭ୍‌ କୋଚକୁ ମଧ୍ୟ ପରିବର୍ତ୍ତନ କରିବାକୁ ପଡିବ, ଯାହା ରେଳବାଇ ଉପରେ ଅଧିକ ସମସ୍ୟା ପକାଇବ । ଏହାକୁ ଧ୍ୟାନରେ ରଖି ଡୁଆଲ୍ ଗେଜ୍‌ର ଟ୍ରାକ୍‌ ଆଉ ବଦଳାଇଯାଇନଥିଲା ।

ଡୁଆଲ୍ ଗେଜ୍ କ’ଣ?
ଏବେ ଆପଣ ଡୁଆଲ୍ ଗେଜ୍ କ’ଣ ଆପଣ ଭାବୁଥିବେ ନିଶ୍ଚୟ । ଏଠାରେ ଡୁଆଲ୍ ଗେଜ୍ , ମିଟର ଗେଜ୍ , ବ୍ରଡ୍ ଗେଜ୍ ସହିତ ଡିଜାଇନ୍ ହୋଇଛି । ଡୁଆଲ୍ ରେଳ ଟ୍ରାକ୍‌ରେ ଦୁଇଟି ଭିନ୍ନ ଗେଜ୍ ଦେଇ ଟ୍ରେନ୍ ସମାନ ଟ୍ରାକରେ ଚାଲିଥାଏ । ତୃତୀୟଟି ହେଉଛି ସାଧାରଣ ଗେଜ୍ । ବାଂଲାଦେଶ ବ୍ୟତୀତ ଅନ୍ୟ କେତେକ ଦେଶ ଅଛନ୍ତି ଯେଉଁମାନେ ଡୁଆଲ୍ ଗେଜ୍ ବ୍ୟବହାର କରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.