ତାମିଲନାଡୁରେ ଦୁଇ ବସ୍‌ ମଧ୍ୟରେ ଧକ୍କା; ୪ ମୃତ, ୭୦ ଯାତ୍ରୀ ଆହତ

ତାମିଲନାଡୁର କୁଡାଲୋର ଜିଲ୍ଲାର ମେଲପଟ୍ଟମ୍‌ପକ୍କମ୍‌ରେ ଦୁଇ ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ପ୍ରାୟ ୭୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ କୁଡାଲୋର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ନେଲିକୁପ୍ପମ୍ ନିକଟ ପଟ୍ଟାମବକ୍କମ୍‌ଠାରେ ଏହି ବସ୍‌ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଉଭୟ ଗାଡିର ସାମ୍ନା ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ହସ୍ପିଟାଲ ନେବାରେ ସାହାଯ୍ୟ କରିଥିଲେ।

କୁହାଯାଉଛି ଯେ ଦୁର୍ଘଟଣାର ଶିକାର ହୋଇଥିବା ଦୁଇ ବସ୍ କୁଡାଲୋର ଏବଂ ପନ୍ରୁତି ମଧ୍ୟରେ ଚାଲିଥିଲା। ଏକ ବସ୍‌ର ଆଗ ଟାୟାର ଫାଟିଯିବାରୁ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ, ଯାହାଫଳରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ବସ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।

ଏହି ଦୁର୍ଘଟଣାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦,୦୦୦ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.