ଟାଙ୍ଗୀ-ଚୌଦ୍ୱାର ପଦ୍ମିନୀ ବିହାର ନିକଟରେ ନୂତନ ମନ୍ଦିର ସହ ମହାପ୍ରଭୁ ଜଗନ୍ନାଥଙ୍କ ବିଗ୍ରହ ପ୍ରତିଷ୍ଠା

ଟାଙ୍ଗୀ-ଚୌଦ୍ୱାର ବ୍ଲକ କୋଟସାହି ପଞ୍ଚାୟତ ପଦ୍ମିନୀ ବିହାର ନିକଟରେ ହୋଇଥିବା ନୂତନ ମନ୍ଦିର ଓ ମହାପ୍ରଭୁ ଜଗନ୍ନାଥ ବିଗ୍ରହ ପ୍ରତିଷ୍ଠା ଦିବସ ୭ଦିନ ଧରି ଅନୁଷ୍ଠିତ ହେଉଅଛି ।

ଚୌଦ୍ୱାର(କେନ୍ୟୁଜ): ଟାଙ୍ଗୀ-ଚୌଦ୍ୱାର ବ୍ଲକ କୋଟସାହି ପଞ୍ଚାୟତ ପଦ୍ମିନୀ ବିହାର ନିକଟରେ ହୋଇଥିବା ନୂତନ ମନ୍ଦିର ଓ ମହାପ୍ରଭୁ ଜଗନ୍ନାଥ ବିଗ୍ରହ ପ୍ରତିଷ୍ଠା ଦିବସ ୭ଦିନ ଧରି ଅନୁଷ୍ଠିତ ହେଉଅଛି । ପଞ୍ଚମ ଦିନରେ ସକାଳ ସମୟରୁ ବେଦ ପାଠ, ସୂର୍ଯ୍ୟପୂଜା, ଗୋ ପୂଜା, ପଞ୍ଚକର୍ମ, ଗୀତା ମହାଯଜ୍ଞ, ମହା ପ୍ରଭୁ ଜଗନ୍ନାଥଙ୍କ ସ୍ନାନ ଶୟନ, ମନ୍ଦିର ଆଳତୀ, ପୁଷ୍ପାଞ୍ଜଳୀ ଓ ପ୍ରବଚନ ଧୁମଧୁମରେ ଅନୁଷ୍ଠିତ ହୋଇଯାଇଛି ।

ମହାପ୍ରଭୁ ଜଗନ୍ନାଥଙ୍କର ସ୍ନାନ ଓ ଆଳତି ଦେଖିବାକୁ ହଜାର ହଜାର ଭକ୍ତମାନେ ଏକତ୍ରିତ ହେବା ସହ ହରିବୋଲ, ହୁଳହୁଳି ଜୟ ଜଗନ୍ନାଥ ଧ୍ବନିରେ କମ୍ପିଉଠିଥିଲା ପୁରା ପରିବେଶ । ତେବେ ଆସନ୍ତାକାଲି ରବିବାର ଦିନ ଦେଶର ବିଭିନ୍ନ କୋଣ ଅନୁକୋଣରୁ ପଣ୍ଡିତ ମାନେ ଯୋଗ ଦେବାକୁ ଥିବାବେଳେ ମହାପ୍ରଭୁ ଜଗନ୍ନାଥ ମନ୍ଦିର ପ୍ରବେଶ ସହ ପୂର୍ଣ୍ଣ ଆହୂତି ଅନୁଷ୍ଠିତ ହେବ ।

ଏପଟେ ଏହି ପ୍ରତିଷ୍ଠା ଉତ୍ସବ ଅବସରରେ ଭକ୍ତମାନଙ୍କ ପାଇଁ ପ୍ରତିଦିନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ଏହି ଉତ୍ସବକୁ ଟ୍ରେଟାହେଡନ କଲେଜର ଅଧ୍ୟକ୍ଷ ତ୍ରିଦେବ ବେହେରା, ସମାଜ ସେବୀ ତାପସ ମଲ୍ଲିକ,ପୂଜକ ବିଜୟ କୁମାର ଶତପଥୀ ସମେତ ପଦ୍ମିନୀ ବିହାରଙ୍କ ସହିତ ସ୍ଥାନୀୟ ସମସ୍ତ ବାସିନ୍ଦାମାନେ ସହଯୋଗ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.