ଅନୁଗୁଳ: ଆହତ ଦନ୍ତାକୁ ଚିକିତ୍ସା ପାଇଁ ଟ୍ରାଙ୍କୁଲାଇଜ କଲା ଡାକ୍ତରୀ ଟିମ୍

ଆହତ ଦନ୍ତାକୁ ଟ୍ରାଙ୍କୁଲାଇଜ୍ । ଚିକିତ୍ସା ପାଇଁ ହାତୀକୁ ଟ୍ରାଙ୍କୁଲାଇଜ କରିଛି ଡାକ୍ତରୀ ଟିମ୍ । ଏହାପରେ ତାକୁ ଜଙ୍ଗଲରେ ଛଡ଼ାଯିବ ବୋଲି ଅନୁଗୁଳ DFO ସୂଚନା ଦେଇଛନ୍ତି ।

ଅନୁଗୁଳ (କେନ୍ୟୁଜ): ଆହତ ଦନ୍ତାକୁ ଟ୍ରାଙ୍କୁଲାଇଜ୍ । ଚିକିତ୍ସା ପାଇଁ ହାତୀକୁ ଟ୍ରାଙ୍କୁଲାଇଜ କରିଛି ଡାକ୍ତରୀ ଟିମ୍ । ଏହାପରେ ତାକୁ ଜଙ୍ଗଲରେ ଛଡ଼ାଯିବ ବୋଲି ଅନୁଗୁଳ DFO ସୂଚନା ଦେଇଛନ୍ତି ।

ଗତ ତିନି ଦିନ ହେଲା ଦନ୍ତାହାତୀଟି ଆହତ ଅବସ୍ଥାରେ ଅନୁଗୁଳ ଛେଣ୍ଡିପଦା ବନାଞ୍ଚଳ ବାଗଡ଼ିଆ ଅଞ୍ଚଳରେ ବୁଲୁଥିଲା । ତା ମୁଣ୍ଡରେ ଗଭୀର କ୍ଷତ ହୋଇ ରକ୍ତ ଝରୁଛି । ହାତୀକୁ ଶିକାରୀ ଗୁଳି କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ବନବିଭାଗ ଅଧିକାରୀ, ଡାକ୍ତରୀ ଟିମ୍ ଓ ଟ୍ରାଙ୍କୁଲାଇଜ୍ ଟିମ୍ ପହଞ୍ଚିଛନ୍ତି  । ଟ୍ରାଙ୍କୁଲାଇଜ୍ ପରେ ତାର ଚିକିତ୍ସା କରାଯିବ  । ହାତୀର ଗତିବିଧି ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.