Below header

ଆଜି ନିଶାର୍ଦ୍ଧରେ ପ୍ରଭୁ କୃଷ୍ଣ ନେବେ ଜନ୍ମ , ରୀତି ନୀତିକୁ ସଠିକ ରୂପେ ପାଳନ କରିବା ପାଇଁ ପୁରୀ ଧାମ ହୋଇ ଉଠିଛି ଚଳଚଞ୍ଚଳ

ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି, ଏହି ତିଥିକୁ ଆମେ ଜନ୍ମାଷ୍ଟମୀ ପର୍ବ ରୂପେ ପାଳନ କରିଥାଉ । ଆଜିର ତିଥିରେ ଅର୍ଦ୍ଧରାତ୍ରିର ଅମୃତ ବେଳାରେ ଜନ୍ମ ନେବେ ଶ୍ରୀକୃଷ୍ଣ , ଧରାବତଣ କରିବେ ପ୍ରଭୁ । ସାରା ଦେଶ ଆଜି ପ୍ରଭୁଙ୍କର ଜନ୍ମ ତିଥିକୁ ପାଳନ କରିବା ପାଇଁ ଖୁବ ଊତ୍ସହିତ ହୋଇଉଠିଛି। ଏଥିପାଇଁ ଶ୍ରୀମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଶ୍ରୀକ୍ଷେତ୍ର ଧାମରେ ଆଜି ବଡ ଆଡମ୍ବର ସହକାରେ ମହାପ୍ରଭୁଙ୍କର ଜନ୍ମ ଦିବସ ପାଳନ କରାଯିବ ।

ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି, ଏହି ତିଥିକୁ ଆମେ ଜନ୍ମାଷ୍ଟମୀ ପର୍ବ ରୂପେ ପାଳନ କରିଥାଉ । ଆଜିର ତିଥିରେ ଅର୍ଦ୍ଧରାତ୍ରିର ଅମୃତ ବେଳାରେ ଜନ୍ମ ନେବେ ଶ୍ରୀକୃଷ୍ଣ , ଧରାବତଣ କରିବେ ପ୍ରଭୁ । ସାରା ଦେଶ ଆଜି ପ୍ରଭୁଙ୍କର ଜନ୍ମ ତିଥିକୁ ପାଳନ କରିବା ପାଇଁ ଖୁବ ଊତ୍ସହିତ ହୋଇଉଠିଛି। ଏଥିପାଇଁ ଶ୍ରୀମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଶ୍ରୀକ୍ଷେତ୍ର ଧାମରେ ଆଜି ବଡ ଆଡମ୍ବର ସହକାରେ ମହାପ୍ରଭୁଙ୍କର ଜନ୍ମ ଦିବସ ପାଳନ କରାଯିବ । ଏନେଇ ପ୍ରଥମେ ସଂନ୍ଧ୍ୟାଧୂପ ଶେଷ ହେବ। ଏହାପରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅନୁଷ୍ଠିତ ହେବ। ରୀତି ନୀତି ଅନୁଯାୟୀ ଗତକାଲି ପ୍ରସବ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଯେଉଡ ଭୋଗ ସହ ଗର୍ଭଉଦକ ବନ୍ଦାପନା କରାଯାଇଥିଲା। ଆଜି ମହାଜନ ସେବକଙ୍କ ଦ୍ଵାରା ଶ୍ରୀକୃଷ୍ଣ ଜନ୍ମନୀତି ଅନୁଷ୍ଠିତ ହେବ।

ଦେବକୀ ଓ ବସୁଦେବ ବେଶରେ ରହି ଜନ୍ମ ଚକଡାରେ ନିଶାର୍ଦ୍ଧରେ ପ୍ରଭୁ କୃଷ୍ଣ ଜନ୍ମ ନେବେ | ଅନ୍ୟପକ୍ଷରେ ଶ୍ରୀମନ୍ଦିର ସହ ଜଡିତ ବିଭିନ୍ନ ମଠବାଡି ମାନଙ୍କରେ ଆଜି ରାତିରେ ଶ୍ରୀକୃଷ୍ଣ ଜନ୍ମନୀତି ଅନୁଷ୍ଠିତ ହେବ | ସଂନ୍ଧ୍ୟାଧୂପ ସରିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଭଣ୍ତାର ଘର ସମ୍ମୁଖ ଭାଗରେ ପୂଜାପଣ୍ତା ସେବାୟତ ମାନେ ପଞ୍ଚବର୍ଣ୍ଣ ମୁରୁଜରେ ଜନ୍ମମଣ୍ତଳୀ ଅଙ୍କନ କରିବେ । ସେଠାରେ ସୁନାର କୃଷ୍ଣ ମୁର୍ତ୍ତି ରଖାଯାଇ ଦକ୍ଷିଣ ଘରୁ ମଦନମୋହନଙ୍କୁ ଅଣାଯିବ ।

ଦୁଇଜଣ ମହାଜନ ସେବକ ଦେବକୀ ଓ ବସୁଦେବ ଚରିତ୍ର ହୋଇ ଏହି ଜନ୍ମନୀତି ପାଳନ କରିବେ । ପରେ ମଦନମୋହନଙ୍କୁ ନାଭିକଟାମଣ୍ତପକୁ ନିଆଯାଇ କୃଷ୍ଣଜନ୍ମ ଠାରୁ ଉପନୟନ ପର୍ଯ୍ୟନ୍ତ ନୀତି ଅନୁଷ୍ଠିତ ହେବ । ସେହିପରି ଜଗମୋହନ ନିକଟରେ ଏକ ଦୋଳିରେ ମଦନମୋହନଙ୍କୁ ରଖାଯାଇ ଶ୍ରୀକୃଷ୍ଣ ଜନ୍ମନୀତି ଶେଷ କରାଯିବ । ଆଜିଠାରୁ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଆରମ୍ଭ ହୋଇ କଂସବଧ ଲୀଳା ନୀତି ପର୍ଯ୍ୟନ୍ତ ଚାଲୁରହିବ। ଏହି ସବୁ ଦୀନ କୁ ନନ୍ଦୋଉତ୍ସବ ଦିନ ରୂପେ ପାଳନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.