ଆସନ୍ତାକାଲି ଭାରତ ଆସିବେ ବାଇଡେନ୍ : ଗସ୍ତ ନେଇ ସ୍ପଷ୍ଟ କଲା ହ୍ୱାଇଟ୍ ହାଉସ

କଳ୍ପନା ଜଳ୍ପନାର ଅନ୍ତ । ଜି-୨୦ ସମ୍ମିଳନୀରେ ଯୋଗ ଦେବାକୁ ଆସନ୍ତାକାଲି ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ତେବେ କୋଭିଡ ଆକ୍ରାନ୍ତ ଯୋଗୁ ବାଇଡେନଙ୍କ ପତ୍ନୀ ଜିଲ୍ ବାଇଡେନ ଭାରତ ଆସିବେନି । ତେବେ ବାଇଡେନଙ୍କ କୋଭିଡ ରିପୋର୍ଟ ନେଗେଟିଭ ଆସିଛି । ଏହା ପରେ ଏ ନେଇ ହ୍ବାଇଟ ହାଉସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ନୂଆଦିଲ୍ଲୀ : କଳ୍ପନା ଜଳ୍ପନାର ଅନ୍ତ । ଜି-୨୦ ସମ୍ମିଳନୀରେ ଯୋଗ ଦେବାକୁ ଆସନ୍ତାକାଲି ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ତେବେ କୋଭିଡ ଆକ୍ରାନ୍ତ ଯୋଗୁ ବାଇଡେନଙ୍କ ପତ୍ନୀ ଜିଲ୍ ବାଇଡେନ ଭାରତ ଆସିବେନି । ତେବେ ବାଇଡେନଙ୍କ କୋଭିଡ ରିପୋର୍ଟ ନେଗେଟିଭ ଆସିଛି । ଏହା ପରେ ଏ ନେଇ ହ୍ବାଇଟ ହାଉସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପତ୍ନୀ ଜିଲ୍ ବାଇଡେନ କୋଭିଡ ପଜିଟିଭ ପରେ ବାଇଡେନଙ୍କ ଭାରତ ଗସ୍ତକୁ ନେଇ ସସପେନ୍ସ ଲାଗି ରହିଥିଲା । ତେବେ ବାଇଡେନଙ୍କ ରିପୋର୍ଟ ନେଗେଟିଭ ପରେ କାଲି ଭାରତ ଆସିବେ ।

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ବିପାକ୍ଷିକ ଆଲୋଚନ କରିବେ ବାଇଡେନ । ୭ ତାରଖରୁ ୧୦ ତାରିଖ ପର୍ଯ୍ୟନ୍ତ ଭାରତରେ ରହିବେ ଆମେରକା ରାଷ୍ଟ୍ରପତି । ରାଷ୍ଟ୍ରପତି ହେବା ପରେ ବାଇଡେନଙ୍କ ଏହା ପ୍ରଥମ ଭାରତ ଗ୍ରସ୍ତ । ଜି-୨୦ ସମ୍ମିଳନୀରେ ଯୋଗଦେଲେ ବାଇଡେନ ା କିନ୍ତୁ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଜି-୨୦ ସମ୍ମିଳନୀରେ ଯୋଗଦେବେ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି । ନୂଆଦିଲ୍ଲୀର ପ୍ରଗତୀ ମଇଦାନରେ ଜି-୨୦ ସମ୍ମିଳନୀର ଆୟୋଜନ କରାଯାଇଛି । ଆସନ୍ତା ୯ ଏବଂ ୧୦ ତାରିଖ ଦୁଇ ଦିନ ଜି-୨୦ ବୈଠକ ହେବାର ଅଛି । ଏହା ପୂର୍ବରୁ ବିିଭିନ୍ନ ଦେଶ ମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.