ଶହ ଶହ ଭକ୍ତଙ୍କ ଗହଣରେ ଶେଷ ହେଲା ଖାଟୁ ଶ୍ରୀ ଶ୍ୟାମ ବାବାଙ୍କର ଭଜନ ସନ୍ଧ୍ୟା

ନୂଆ ବର୍ଷର ପ୍ରଥମ ସପଲା ଏକାଦଶୀ ଅବସରରେ ବଙ୍ଗୋମୁଣ୍ଡା ଠାରେ ଖାଟୁ ଶ୍ରୀ ଶ୍ୟାମ ବାବାଙ୍କର ପୂଜା ଓ ସଙ୍କୀର୍ତ୍ତନ ଆୟୋଜିତ ହୋଇଥିଲା । ଅପରାହ୍ନରେ ସ୍ଥାନୀୟ ଗାୟତ୍ରୀ ମନ୍ଦିରରୁ କୀର୍ତ୍ତନ ସ୍ଥାନ ପର୍ଯ୍ୟନ୍ତ ଏକ ବିଶାଳ ମଶାଲ ଯାତ୍ରା ଆୟୋଜିତ ହୋଇଥିଲା । ଏଠାରେ ବାବାଙ୍କ ପୂଜାର୍ଚ୍ଚନା ଧୁମଧାମରେ ହୋଇଥିବା ଦେଖାଯାଇଛି ।

ବାବା ଖାଟୁ ଶ୍ୟାମଙ୍କ ନାଁ ଶୁଣିଲେ ଭକ୍ତଙ୍କ ମନରେ ଅଦ୍ଭୁତ ଶିହରଣ ଖେଳିଯାଏ । କାରଣ ଶ୍ୟାମ ବାବା ଭକ୍ତର ସମସ୍ତ ମନୋବାଞ୍ଚା ପୂରଣ କରନ୍ତି । ବାବା ଖାଟୁ ଶ୍ୟାମ ଭଗବାନ ଶ୍ରୀକୃଷ୍ଣଙ୍କ ଅବତାର ବୋଲି ବିଶ୍ୱାସ କରାଯାଏ । ବାବା ଖାଟୁ ଶ୍ୟାମ ପାଣ୍ଡବଙ୍କ ବଂଶଜ ତଥା ଭୀମଙ୍କ ନାତି ଏବଂ ଘଟୋତ୍କଚଙ୍କ ପୁଅ । ବାବାଙ୍କ ମନ୍ଦିର ରାଜସ୍ଥାନର ସିକର ଜିଲ୍ଲାରେ ଅବସ୍ଥିତ, ଯେଉଁଠାରେ ଖାଟୁ ଶ୍ୟାମଙ୍କୁ ପ୍ରତ୍ୟେହ ପୂଜା କରାଯାଏ । ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ଏଠାକୁ ବାବାଙ୍କ ଦର୍ଶନ ପାଇଁ ଆସନ୍ତି । ଦୂରଦୂରାନ୍ତରୁ ଲୋକମାନେ ଏଠାକୁ ଆସି ବାବା ଶ୍ୟାମଙ୍କ ପୂଜା କରିବା ସହ ନିଜର ମନସ୍କାମନା ଭଗବାନଙ୍କ ଆଗରେ ମନଖୋଲା କରି କୁହନ୍ତି । ତେବେ ନୂଆ ବର୍ଷରେ ବିଭିନ୍ନ ସ୍ଥାନରେ ବାବା ଶ୍ୟାମଙ୍କ ପୂଜା ଧୁମଧାମରେ କରାଯାଇଥିଲା । ସମାନ ଭାବେ ବଙ୍ଗୋମୁଣ୍ଡା ଠାରେ ଖାଟୁ ଶ୍ରୀ ଶ୍ୟାମ ବାବାଙ୍କର ପୂଜା ଓ ଭଜନ ସନ୍ଧ୍ୟା ଆୟୋଜିତ ହୋଇଯାଇଛି ।

ନୂଆ ବର୍ଷର ପ୍ରଥମ ସପଲା ଏକାଦଶୀ ଅବସରରେ ବଙ୍ଗୋମୁଣ୍ଡା ଠାରେ ଖାଟୁ ଶ୍ରୀ ଶ୍ୟାମ ବାବାଙ୍କର ପୂଜା ଓ ସଙ୍କୀର୍ତ୍ତନ ଆୟୋଜିତ ହୋଇଥିଲା । ଅପରାହ୍ନରେ ସ୍ଥାନୀୟ ଗାୟତ୍ରୀ ମନ୍ଦିରରୁ କୀର୍ତ୍ତନ ସ୍ଥାନ ପର୍ଯ୍ୟନ୍ତ ଏକ ବିଶାଳ ମଶାଲ ଯାତ୍ରା ଆୟୋଜିତ ହୋଇଥିଲା । ଏଠାରେ ବାବାଙ୍କ ପୂଜାର୍ଚ୍ଚନା ଧୁମଧାମରେ ହୋଇଥିବା ଦେଖାଯାଇଛି । ସନ୍ଧ୍ୟାରେ ଏକ ଭବ୍ୟ ଭଜନ ସନ୍ଧ୍ୟାର ଆୟୋଜନ ହୋଇଥିଲା । ମଧ୍ୟପ୍ରଦେଶ ଓ ଛତିଶଗଡ଼ ରୁ ଆସିଥିବା କଳାକାରମାନେ ବାବା ଖାଟୁ ଶ୍ୟାମଙ୍କର ସୁନ୍ଦର ଭଜନ ପରିବେଷଣ କରିଥିଲେ । ବଙ୍ଗୋମୁଣ୍ଡା ଶ୍ୟାମ ମିତ୍ର ମଣ୍ଡଳୀର ସମସ୍ତ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ବାବା ଶ୍ୟାମଙ୍କ ଏହି କାର୍ଯ୍ୟକ୍ରମରେ ଶହ ଶହ ଭକ୍ତଙ୍କ ଭିଡ଼ ଲାଗିଥିଲା । ଲୋକମାନେ ଆନନ୍ଦ ମନରେ ବାବାଙ୍କ ଭଜନରେ ମଗ୍ନ ହୋଇ ଯାଇଥିଲେ ଏବଂ ଭଜନ ସନ୍ଧ୍ୟାକୁ ଉପଭୋଗ କରିଥିଲେ ଏଠାକାର ସ୍ଥାନୀୟ ବାସିନ୍ଦା । ତେବେ ଖୁବ ଚମତ୍କାର ହୋଇଥିଲା ଏହି କାର୍ଯ୍ୟକ୍ରମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.