ନୀଳାଦ୍ରି ଅବଢ଼ା ପାଇଁ ଲମ୍ବା ଲାଇନରେ ଛିଡା ହେଲେ ଭକ୍ତ

ଗତକାଲି ଶ୍ରୀ ଜୀଉଙ୍କ ନୀଳାଦ୍ରି ବିଜେ ପରେ ମହାପ୍ରଭୁ ଏବେ ରତ୍ନବେଦୀରେ ବିରାଜିତ ହୋଇଥିବା ବେଳେ ଦୈନନ୍ଦୀନ ନୀତିକାନ୍ତି ପୁଣିଥରେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି। ଆଜି ଆଷାଢ ପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରୁ ବାହାରିଛି ନୀଳାଚଳ ଅବଢା। ଦୀର୍ଘଦିନ ପରେ ଶ୍ରୀମନ୍ଦିରରୁ ମହାପ୍ରସାଦ ବାହାରିବାକୁ ଥିବା ବେଳେ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ବେଶ ଉତ୍ସାହ ରହିଛି ।

ସରିଲା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଲୀଳାଖେଳା ସାରି ନୀଳକନ୍ଦରକୁ ଫେରିଲେ ମହାବାହୁ । ଶ୍ରୀଜୀଉମାନେ ନୀଳକନ୍ଦରରେ ବିରାଜମାନ କରିଛନ୍ତି । ରତ୍ନସିଂହାସନରେ ଏବେ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂରତି । ଏହାସହ ଆଜିଠୁ ନୀଳାଚଳ ଅବଢ଼ା ଭକ୍ତମାନେ ପାଇପାରିବେ । ସକାଳୁ ଭକ୍ତ ନୀଳାଚଳ ଅବଢା ପାଇବା ପାଇଁ ଲମ୍ବା ଲାଇନ କରି ଠିଆ ହୋଇଥିଲେ । ଦୈନନ୍ଦିନ ଭଳି ଠାକୁରଙ୍କ ନୀତି ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିଲା । ଏପଟେ ଘୋଷଯାତ୍ରା ସରିଥିବାରୁ ରଥ ଫିଟାଇବା କାମ ଆରମ୍ଭ ହୋଇଛି । ଗତକାଲି ପହଣ୍ଡି ଶେଷ ପରେ ବିଳମ୍ବିତ ରାତିରେ ରୁନ୍ଧା କାର୍ଯ୍ୟ ଶେଷ କରାଯାଇଥିଲା । ଭୋରରୁ କୋଠସୁଆସିଆଁ ଚାରମାଳ ଖୋଲିଥିଲେ । ସକାଳେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ, ଅବକାଶ ଓ ଅନ୍ୟାନ୍ୟ ନୀତି ପରେ ଗୋପାଳବଲ୍ଳଭ ଭୋଗ ବଢି ବାହାରିଛି ନୀଳାଚଳ ଅବଢା ।

ଶ୍ରୀଗୁଣ୍ଡିଚାରୁ ଫେରିବା ପରେ ତିନି ରଥ ଉପରେ ଠାକୁରଙ୍କ ସୁନାବେଶ, ଅଧରପଣା ହେବା ପରେ ଗତକାଲି ହୋଇଛି ନିଳାଦ୍ରୀ ବିଜେ । ଏହା ପରେ ଶେଷ ହୋଇଛି ଘୋଷଯାତ୍ରାର ସମସ୍ତ ପର୍ଯ୍ୟାୟ । ଶ୍ରୀମନ୍ଦିରର ରତ୍ନବେଦୀରେ ପୁଣି ବିରାଜମାନ ହୋଇଛନ୍ତି ମହାପ୍ରଭୁ । ନାଳାଚଳରେ ପୁଣି ଲୀଳାଖେଳା କରିବେ ମହାବାହୁ । ଗତକାଲି ପହଣ୍ଡି ଶେଷ ପରେ ବିଳମ୍ବିତ ରାତିରେ ରୁନ୍ଧା କାର୍ଯ୍ୟ ଶେଷ କରାଯାଇଥିଲା । ଭୋରରୁ କୋଠ ସୁଆଁସିଆମାନେ ପଶି ଚାରମାଳ ଖୋଲିଛନ୍ତି । ଆଜି ସକାଳେ ମହାପ୍ରଭୁଙ୍କର ମଙ୍ଗଳ ଆଳତୀ, ଅବକାଶ, ଅନ୍ୟାନ୍ୟ ନୀତି ସମ୍ପାଦନ ଚାଲିଛି । ଗୋପାଳବଲ୍ଲଭ ଭୋଗ ପରେ ବାହାରିଥାଏ ନୀଳାଚଳ ଅବଢା । ଆଜି ଠୁ ଶ୍ରୀମନ୍ଦିରରୁ ମହାପ୍ରସାଦ ପାଇ କୃତାର୍ଥ ହେବେ ଭକ୍ତ ଓ ସେବାୟତ ।

ଗତକାଲି ଶ୍ରୀ ଜୀଉଙ୍କ ନୀଳାଦ୍ରି ବିଜେ ପରେ ମହାପ୍ରଭୁ ଏବେ ରତ୍ନବେଦୀରେ ବିରାଜିତ ହୋଇଥିବା ବେଳେ ଦୈନନ୍ଦୀନ ନୀତିକାନ୍ତି ପୁଣିଥରେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି। ଆଜି ଆଷାଢ ପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରୁ ବାହାରିଛି ନୀଳାଚଳ ଅବଢା। ଦୀର୍ଘଦିନ ପରେ ଶ୍ରୀମନ୍ଦିରରୁ ମହାପ୍ରସାଦ ବାହାରିବାକୁ ଥିବା ବେଳେ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ବେଶ ଉତ୍ସାହ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.