Below header

ଗୁଜରାଟରେ ଜଳ ପ୍ରଳୟ: ବନ୍ୟାରୁ ରକ୍ଷା ପାଇବା ପାଇଁ ବିଦ୍ୟୁତ୍‌ ଖୁଣ୍ଟରେ ଚଢ଼ିଗଲେ ଦୁଇ ବ୍ୟକ୍ତି, ବାୟୁସେନା କଲା ଉଦ୍ଧାର

ବାୟୁସେନା ହେଲିକାପ୍ଟର ବନ୍ୟା ପ୍ରଭାବିତ ଜୁନାଗଡରେ ବିଦ୍ୟୁତ୍‌ ଖୁଣ୍ଟ ଉପରେ ଚଢ଼ିଥିବା ଦୁଇ ବ୍ୟକ୍ତିଙ୍କୁ ଉଦ୍ଧାର କରିଛି।

ଗୁଜରାଟର ବନ୍ୟା ପ୍ରଭାବିତ ଅଞ୍ଚଳରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ବାୟୁସେନା ନିୟୋଜିତ ହୋଇଛି। ବାୟୁସେନା ହେଲିକାପ୍ଟର ଶନିବାର ବନ୍ୟା ପ୍ରଭାବିତ ଜୁନାଗଡରେ ବିଦ୍ୟୁତ୍‌ ଖୁଣ୍ଟ ଉପରେ ଚଢ଼ିଥିବା ଦୁଇ ବ୍ୟକ୍ତିଙ୍କୁ ଉଦ୍ଧାର କରିଛି। ଜିଲ୍ଲା ପ୍ରଶାସନ ତରଫରୁ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ବାୟୁସେନାକୁ ଡକାଯାଇଥିଲା।

ସୂଚନା ଅନୁସାରେ, ପ୍ରବଳ ବର୍ଷା ଯୋଗୁ ଗୁଜରାଟର ଜୁନାଗଡ ଜିଲ୍ଲାର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାରି ମଧ୍ୟରେ ଦୁଇ ଜଣ ବ୍ୟକ୍ତି ଅନେକ ଘଣ୍ଟା ଧରି ବିଦ୍ୟୁତ୍‌ ଖୁଣ୍ଟ ଉପରେ ଚଢ଼ି ରହିଥିଲେ। ଏ ସମ୍ପର୍କରେ ସୂଚନା ପାଇବା ପରେ ଜୁନାଗଡ ଜିଲ୍ଲା ପ୍ରଶାସନ ଭାରତୀୟ ବାୟୁସେନା ହେଲିକାପ୍ଟରର ସାହାଯ୍ୟ ଲୋଡ଼ିଥିଲା।

ପ୍ରବଳ ବର୍ଷା ହେତୁ ଅଞ୍ଚଳରେ ବନ୍ୟା ମାଡ଼ି ଆସିଥିଲା। ଫଳରେ କେଶୋଦ ତାଲୁକାର ସୁତ୍ରେଜ ଗ୍ରାମ ନିକଟରେ ଫସି ରହିଥିବା ଦୁଇ ବ୍ୟକ୍ତିଙ୍କୁ ବାୟୁସେନା ଏୟାରଲିଫ୍ଟ କରି ଆଣିଥିଲା।

କହି ରଖୁଛୁ, ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନ୍‌ଡିଆର୍‌ଏଫ୍‌) ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏସ୍‌ଡିଆର୍‌ଏଫ୍‌) ରାଜ୍ୟର କଚ୍ଚ, ଜାମନଗର, ଜୁନାଗଡ ଓ ନଭସାରୀରେ ମୁତୟନ ଅଛନ୍ତି। ଏହି ସବୁ ଅଞ୍ଚଳ ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.