Below header

ଓଳାଶୁଣୀ ଗୁମ୍ଫା ମେଳା ଆରମ୍ଭ, ପୋଡ ପୀଠା ଭୋଗ ଲଗାଉଛନ୍ତି ଭକ୍ତ

ଓଁକାର କ୍ଷେତ୍ର ଭାବେ ପରିଚିତ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ଓଳାଶୁଣୀ ପାହାଡରେ ଆରମ୍ଭ ହୋଇଛି ଓଳାଶୁଣୀ ଗୁମ୍ଫା ମେଳା । ସନ୍ଥ ଅରକ୍ଷିତ ଦାସଙ୍କ ମହାପ୍ରୟାଣ ତିଥିରେ ଶହ ଶହ ବର୍ଷ ଧରି ଏହି ମେଳା ଆୟୋଜିତ ହୋଇଆସୁଛି । ଏହି ମେଳା ପାଇଁ ପୀଠରେ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି ।

ଯାଜପୁର (କେନ୍ୟୁଜ):  ଓଁକାର କ୍ଷେତ୍ର ଭାବେ ପରିଚିତ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ଓଳାଶୁଣୀ ପାହାଡରେ ଆରମ୍ଭ ହୋଇଛି ଓଳାଶୁଣୀ ଗୁମ୍ଫା ମେଳା । ସନ୍ଥ ଅରକ୍ଷିତ ଦାସଙ୍କ ମହାପ୍ରୟାଣ ତିଥିରେ ଶହ ଶହ ବର୍ଷ ଧରି ଏହି ମେଳା ଆୟୋଜିତ ହୋଇଆସୁଛି । ଏହି ମେଳା ପାଇଁ ପୀଠରେ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି ।

ପ୍ରତିବର୍ଷ ମାଘ କୃଷ୍ଣ ଏକାଦଶୀଠାରୁ ୯ଦିନ ବ୍ୟାପୀ ପାଳନ କରାଯାଇଥାଏ ଏହି ମେଳା । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଶ୍ରଦ୍ଧାଳୁ ଏକାଠି ହୋଇ ମାନସିକ ପୂର୍ବକ ପୋଡପିଠା ଭୋଗ କରିଥାନ୍ତି । ଅରକ୍ଷିତଙ୍କ ଆଶୀର୍ବାଦ ସହ ଶ୍ରୀକ୍ଷେତ୍ର ଦର୍ଶନର ପୁଣ୍ୟ ଫଳ ମିଳିଥାଏ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି । ଚଳିତ ବର୍ଷ ଏହି ମେଳାକୁ ଆଡମ୍ବର ସହକାରେ ପାଳନ କରାଯାଉଛି । ଶ୍ରଦ୍ଧାଳୁମାନେ ଦର୍ଶନ ସହ ପୋଡ ପୀଠା ଭୋଗ କରୁଥିବା ବେଳେ ପୀଠକୁ ବହୁ ସାଧୁସନ୍ଥଙ୍କର ମଧ୍ୟ ସମାଗମ ହୋଇଛି ।

ଓଳାଶୁଣୀ ମେଳା ପାଇଁ ଚଳଚଂଚଳ ହୋଇ ଉଠିଛି ଓଳାଶୁଣୀ ପହାଡ । ପରମ୍ପରା ଅନୁସାରେ ସନ୍ଥ ଅରକ୍ଷିତ ଦାସଙ୍କ ସମାଧି ମନ୍ଦିରରୁ ଆଜ୍ଞାମାଳ ଯାଇ ଗ୍ରାମଦେବତୀଙ୍କ ନିକଟରେ ପୂଜାର୍ଚ୍ଚନା ହେବାପରେ ବେଢା ପରିକ୍ରମା କରାଯାଇଥାଏ । ଏହି ମେଳା ସମୟରେ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ବିଭିନ୍ନ ଦୋକାନ ବଜାର ଲାଗିଥାଏ । ମେଳା ବୁଲିବା ସହ ଲୋକ ଏହାର ମଜା ଉଠାଇଥାନ୍ତି । ଚଳିତ ବର୍ଷ ମେଳାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏପଟେ ପର୍ଯ୍ୟଟନ ସ୍ଥଳୀ ଓଳାଶୁଣୀ ପୀଠର ବିକାଶ ପାଇଁ ସରକାର ବହୁବିଧ ପଦକ୍ଷେପ ନେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.