ଓଠ ଡ୍ରାଏ ହେଉଥିଲେ କି ଅଧିକ ଫାଟୁ ଥିଲେ ଆପଣାନ୍ତୁ ହୋମ୍‌ ମେଡ୍‌ ଲିପ୍‌ ବାମ୍‌, ଜାଣନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ

ତାପମାତ୍ରା କମ୍‌ ହେବା ଯୋକୁ ଓଠ ଡ୍ରାଏ ହେବାକୁ ଲାଗେ ଏବଂ ଅତ୍ୟଧିକ ଫାଟିବା ଯୋଗୁ ବେଳେବେଳେ ଓଠରୁ ରକ୍ତ ବାହାରିବା ଆରମ୍ଭ ହୋଇଥାଏ । ଏପରି ପରିସ୍ଥିତିରେ ଆପଣଙ୍କ ଓଠର ଯତ୍ନ ନେବା ପାଇଁ ବାହାରୁ ଅନେକ ପ୍ରକାରର ଲିପ୍‌ ବାମ୍‌ କିଣିବା ପରିବର୍ତ୍ତେ, ଆପଣ ବିଟ୍‌ରୁଟ୍‌ରେ କିଛି ଜିନିଷ ମିଶାଇ ଲିପ୍‌ ବାମ୍‌ ପ୍ରସ୍ତୁତ କରିପାରିବେ ।

ବର୍ତ୍ତମାନ ମଧ୍ୟ ଅକେନ ସ୍ଥାନରେ ପ୍ରବଳ ଶୀତ ହେଉଛି । ଏପରି ପରିସ୍ଥିତିରେ ଏହି କାରଣରୁ ଅନେକ ଲୋକଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଛି । ବିଶେଷକରି ଅତ୍ୟଧିକ ଥଣ୍ଡା ହେତୁ ଓଠ ଅଧିକ ପ୍ରଭାବିତ ହୋଇଥାଏ । ତାପମାତ୍ରା କମ୍‌ ହେବା ଯୋକୁ ଓଠ ଡ୍ରାଏ ହେବାକୁ ଲାଗେ ଏବଂ ଅତ୍ୟଧିକ ଫାଟିବା ଯୋଗୁ ବେଳେବେଳେ ଓଠରୁ ରକ୍ତ ବାହାରିବା ଆରମ୍ଭ ହୋଇଥାଏ । ଏପରି ପରିସ୍ଥିତିରେ ଆପଣଙ୍କ ଓଠର ଯତ୍ନ ନେବା ପାଇଁ ବାହାରୁ ଅନେକ ପ୍ରକାରର ଲିପ୍‌ ବାମ୍‌ କିଣିବା ପରିବର୍ତ୍ତେ, ଆପଣ ବିଟ୍‌ରୁଟ୍‌ରେ କିଛି ଜିନିଷ ମିଶାଇ ଲିପ୍‌ ବାମ୍‌ ପ୍ରସ୍ତୁତ କରିପାରିବେ । ତାହେଲେ ଆସନ୍ତୁ ଜାଣିବା ଯେ କିପରି ଭାବେ ଏହି ଲିପ୍‌ ବାମ୍‌ ତିଆରି କରିବେ ।

ହୋମ୍‌ ମେଡ୍‌ ଲିପ୍‌ ବାମ୍‌ ତିଆରି କରିବା ପାଇଁ ଆବଶ୍ୟକ ସାମଗ୍ରୀ :
୧ ବିଟ୍ ରୁଟ୍
୨ ଚାମଚ ଭେସଲିନ୍
୨ ଭିଟାମିନ୍ E କ୍ୟାପସୁଲ୍

ଜାଣନ୍ତୁ ହୋମ୍‌ ମେଡ୍‌ ଲିପ୍‌ ବାମ୍‌ କିପରି ତିଆରି କରିବେ :
ସର୍ବପ୍ରଥମେ ୧ ବିଟ୍ ରୁଟ୍ ଧୋଇ ଭଲ ଭାବରେ ଛେଲି ଦିଅନ୍ତୁ ଏବଂ ଏହାକୁ ସୂର୍ଯ୍ୟ କିରଣରେ ଶୁଖେଇ ଦିଅନ୍ତୁ । ତେବେ ବିଟ୍ ରୁଟ୍
ଶୁଖିଗଲେ ଏହାକୁ ଏକ ଗ୍ରାଇଣ୍ଡରରେ ଗ୍ରାଇଣ୍ଡ୍ କରନ୍ତୁ । ଏବେ ଏକ ପାତ୍ରରେ ଗ୍ରାଉଣ୍ଡ କରିଥିବା ପାଉଡର ନିଅନ୍ତୁ । ଏହା ପରେ ଏହି ପାଉଡରରେ ୨ ଚାମଚ ଭେସଲିନ୍ ଏବଂ ୨ଟି ଭିଟାମିନ୍ E କ୍ୟାପସୁଲ ମିଶାନ୍ତୁ । ବର୍ତ୍ତମାନ ଏହି ପେଷ୍ଟକୁ ଭଲ ଭାବରେ ମିଶାନ୍ତୁ । ଏବେ ଏହି ପେଷ୍ଟକୁ ଏକ ଛୋଟ ବୋତଲରେ ରଖନ୍ତୁ ।

ବର୍ତ୍ତମାନ ଏହାକୁ ୩ ରୁ ୪ ଘଣ୍ଟା ଫ୍ରିଜରେ ରଖନ୍ତୁ । ଏହା ପରେ ଦେଖିବା ଘରେ ତିଆରି ଲିପ୍‌ ବାମ୍‌ ପ୍ରସ୍ତୁତ ହୋଇଯିବ । ଆପଣ ଯେତେବେଳେ ଚାହିଁବେ ଏହାକୁ ବ୍ୟବହାର କରିପାରିବେ । ଆପଣ ଯେକୌଣସି ସିଜିନ୍‌ରେ ଏହି ଲିପ୍ ବାମ୍‌ ବ୍ୟବହାର କରିପାରିବେ । ଯେତେବେଳେ ବି ଆପଣଙ୍କ ଓଠ ଫାଟିବା ଆରମ୍ଭ କରିବ, ଆପଣ ଏହି ଲିପ୍ ବାମ୍‌ ଲଗାଇ ପାରିବେ । ଯଦି ଆପଣ ପ୍ରତିଦିନ ଏହି ଲିପ୍‌ ବାମ୍‌ ଏପରି ଭାବେ ଲଗାଇବେ, ତାହେଲେ ଆପଣଙ୍କ ଓଠ ନରମ ହେବା ସହ ଭଲ ମଧ୍ୟ ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.