Below header

ପାର୍ସଲ ନାଁରେ ଲୁଟ୍‌, ଜଣକୁ ଗିରଫ କଲା EOW

କୋରିଅର ଫ୍ରଡର ପର୍ଦ୍ଦାଫାସ୍ । ବ୍ଲାକ ମେଲ ମାମଲାରେ ଜଣଙ୍କୁ ଗିରଫ କରିଛି EOW। ଗିରଫ ବ୍ୟକ୍ତି ହରିୟାଣାର ରଜତ କୁମାର ମହଲିୟା। ତାକୁ ହିମାଚଳ ପ୍ରଦେଶରୁ ଗିରଫ କରି ୪ ଦିନିଆ ରିମାଣ୍ଡରେ ଆଣିଛି EOW।

ନୂଆଦିଲ୍ଲୀ : କୋରିଅର ଫ୍ରଡର ପର୍ଦ୍ଦାଫାସ୍ । ବ୍ଲାକ ମେଲ ମାମଲାରେ ଜଣଙ୍କୁ ଗିରଫ କରିଛି EOW। ଗିରଫ ବ୍ୟକ୍ତି ହରିୟାଣାର ରଜତ କୁମାର ମହଲିୟା। ତାକୁ ହିମାଚଳ ପ୍ରଦେଶରୁ ଗିରଫ କରି ୪ ଦିନିଆ ରିମାଣ୍ଡରେ ଆଣିଛି EOW। ଆଜି ତାକୁ OPID କୋର୍ଟରେ ହାଜର କରାଯିବ। ଭୁବନେଶ୍ୱରର ରତ୍ନା ତ୍ରିପାଠୀଙ୍କ ଅଭିଯୋଗ କ୍ରମେ EOW ତଦନ୍ତ କରିଥିଲା। ୨୦୨୩ ଜୁନ ୧୯ରେ ରତ୍ନାଙ୍କ ପାଖକୁ ଫେଡେକ୍ସ୍ କୋରିଅର କମ୍ପାନୀରୁ କଲ୍ ଆସିଥିଲା। ସେଥିରେ ଫେଡେକ୍ସର କର୍ମଚାରୀ ପରିଚୟ ଦେଇ କହିଥିଲେ ଯେ ତାଙ୍କ ପାର୍ସଲ ଆସିଛି । ସେଥିରେ ଲାପଟପ୍ ଓ ଅନ୍ୟ ସାମଗ୍ରୀ ସହ ୧୫୦ଗ୍ରାମ ନାର୍କୋଟିକ ଦ୍ରବ୍ୟ ରହିଛି ଓ NCB ତାକୁ ଜବତ କରିଛି। ପରେ ତାଙ୍କୁ ଫେକ୍ NCB ଅଧିକାରୀ ଓ ପରେ CBI ଅଧିକାରୀ ସହ ଯୋଗାଯୋଗ କରିବାକୁ କୁହାଯାଉଥିଲା। ଏଥିରେ ସେ ଦେଢ଼ ଲକ୍ଷ ଟଙ୍କା ଦେଇଥିଲେ। ପରେ ଯେଉଁମାନେ ତାଙ୍କୁ ଯୋଗାଯୋଗ କରିଥିଲେ ସେମାନେ ଫୋନ୍ ସ୍ୱିଚ ଅଫ କରି ଦେଇଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.