ଝରଣା ଜଳରେ ହୁଏ ମହାଦେବଙ୍କ ଜଳାଭିଷେକ

ଉତ୍ତରାଖଣ୍ଡର ଏହି ସ୍ଥାନରେ ଝରଣା ଜଳରେ ଭଗବାନ ଶିବଙ୍କର ହୋଇଥାଏ ଜଳାଭିଷେକ, ଆଶୀର୍ବାଦ ପାଇଁ ଦୂରରୁ ଆସିଥାନ୍ତି ଅନେକ ଲୋକ

ଶିବ ପୁରାଣରେ, ଶିବ ଲିଙ୍ଗ ଉପରେ ଜଳ ଅର୍ପଣ କରିବା ନେଇ ବିଧି ବିଧାନ ଉପରେ ବର୍ଣ୍ଣନା କରାଯାଇଛି । ଏହା ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ପ୍ରତିଦିନ ଶିବ ଲିଙ୍ଗ ଉପରେ ଜଳାଭିଷେକ କରୁଛନ୍ତି ତାହାଲେ ତାଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଥାଏ । ସେହିପରି ଏଥିରେ କ୍ଷୀର, ଘିଅ, ମହୁ ଇତ୍ୟାଦି ଅନ୍ୟାନ୍ୟ ପଦାର୍ଥକୁ ଶିବ ଲିଙ୍ଗ ଉପରେ ଅଭିଷେକ କରିବା ବିଷୟରେ କୁହାଯାଇଛି । ଏହି ସବୁ ଜିନିଷରେ ଅଭିଷେକ କରିବା ଦ୍ବାରା ଅଲଗା ଅଲଗା ଫଳ ମିଳିଥାଏ ।

ଶିବ ଲିଙ୍ଗ ଉପରେ ଅର୍ପଣ କରାଯାଉଥିବା ଜଳ ଅମୃତ ସମାନ ହୋଇଥାଏ ।ଶିବ ପୂରାଣ ରେ କୁହାଯାଇଛି ଯେ, ଶିବ ଲିଙ୍ଗ ଉପରେ ଅପର୍ଣ କରାଯାଉଥିବା ଜଳକୁ ଅଳ୍ପ ଅଳ୍ପ କରି ୩ ଥର ପିଇବା ଦ୍ବାରା ଅନେକ ପ୍ରକାର ରୋଗରୁ ମୁକ୍ତ ମିଳିଥାଏ । ଏହାକୁ ପିଇବା ଦ୍ବାରା ଆହୁରି ଅନେକ ଲାଭ ମଧ୍ଯ ହୋଇଥାଏ । ବିଶ୍ୱାସ ରହିଛି ଯେ, ଯଦି କୌଣସି ବ୍ୟକ୍ତି ପ୍ରତିଦିନ ଶିବ ଲିଙ୍ଗ ଉପରେ ଜଳାଭିଷେକ କରିନ୍ତି ତାହାଲେ ଧନ ପ୍ରାପ୍ତ ସହ ବ୍ୟବସାୟରେ ମଧ୍ଯ ଅଗ୍ରଗତି ହୋଇଥାଏ । ଶିବଲିଙ୍ଗ ଉପରେ ଜଳ ଅର୍ପଣ କରିବା ଦ୍ବାରା ମନ ଶାନ୍ତ ହୋଇଥାଏ । ନକାରାତ୍ମକ ଭାବନା ମଧ୍ଯ ଦୂର ହୋଇଥାଏ । ଏହାକୁ ନେଇ ଏକ କାହାଣୀ ମଧ୍ଯ ରହିଛି, ଯେତେବେଳେ ଭୋଳାନାଥ ବିଷ ପାନ କରିଥିଲେ ସେ ସମୟରେ ତାଙ୍କୁ ଶାନ୍ତ କରିବା ଲାଗି ଦେବତାମାନେ ତାଙ୍କ ଉପରେ ପାଣି ଢାଳି ତାଙ୍କୁ ଶାନ୍ତ କରାଇଥିଲେ ।

ସନାତନ ଧର୍ମରେ ଭଗବାନ ଶିବଙ୍କୁ ବହୁତ ମାନ୍ୟତା ଦିଆଯାଇଛି । ଶିବଙ୍କ ମନ୍ଦିର ଭାରତ ବର୍ଷରେ ସବୁ ସ୍ଥାନରେ ରହିଛି । ତେବେ ଭଗବାନ ଶିବଙ୍କ ନିବାସ ସ୍ଥଳ କୈଳାସ ପର୍ବତ ବୋଲି କୁହାଯାଏ । ଉତ୍ତରାଖଣ୍ଡକୁ ଦେବଭୂମିର ମାନ୍ୟତା ଦିଆଯାଇଛି । ତେବେ ଆଜି ଆପଣଙ୍କୁ ଆମେ ଏମିତି ମନ୍ଦିର ସମ୍ପକ ର୍ରେ କହିବୁ ଯାହାର ବର୍ଣ୍ଣନା ସ୍କନ୍ଧ ପୁରାଣ ମାନସ ଖଣ୍ଡରେ ରହିଛି । ଏହାଛଡ଼ା ଏଠାରେ ଏମିତି ଏକ ଝରଣା ରହିଛି ଯେଉଁଠି ଖୋଦ ମହାଦେବ ଜଳାଭିଷେକ କରନ୍ତି । ଏହି ମନ୍ଦିର ନାମ ହେଉଛି ପୁଙ୍ଗେଶ୍ୱର ମହାଦେବ ମନ୍ଦିର । ଉତ୍ତରାଖଣ୍ଡ ପେଥୋରଗଡ଼ରେ ଏହା ଅବସ୍ଥିତ । ଏଠାରେ ଶିବ ଲିଙ୍ଗ ସୁପାରି ରୂପରେ ବିରାଜମାନ ।

ଯୁଗେଶ୍ୱର ମନ୍ଦିରର ଇତିହାସ :
ଏହି ଶିବ ମନ୍ଦିରର ନିର୍ମାଣ କତ୍ୟୁରୀ ରାଜ ଶାସନ (୭ ରୁ ୧୧ ମ ଶତାବ୍ଦୀ) ମଧ୍ୟରେ ହୋଇଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପୂର୍ବରୁ କୈଳାସ ମାନସରୋବର ଯାତ୍ରା ଆରମ୍ଭ ଏହି ମନ୍ଦିରରେ ଦର୍ଶନ ପରେ ହୋଇଥାଏ ।

ମାନ୍ୟତା ରହିଛି ଯେ ଭଗବାନ ଶିବ ମାତା ପାର୍ବତୀଙ୍କୁ ବିବାହ କରିବା ପରେ ଏହି ମାର୍ଗ ଦେଇ କୈଳାସ ଯିବା ବାଟରେ ଏହି ଠାରେ ବିଶ୍ରାମ ନେଇଥିଲେ । ଏଠାରେ ପ୍ରଭୁଙ୍କ ସୁପାରି ବା ଗୁଆ ଖସିଥିଲା । ଯେଉଁ ସ୍ଥାନରେ ଗୁଆ ଖସିଥିଲା ସେଠାରେ ଭଗବାନ ଶିବ ସୁପାରି ରୂପରେ ବିରାଜମାନ ଅଛନ୍ତି । ପୁଙ୍ଗି ନାମରେ ବିଖ୍ୟାତ ଏହି ସ୍ଥାନ ଯୋଗୁ ଭଗବାନ ଶିବ ପୁଙ୍ଗୀଶ୍ୱର ମହାଦେବ ଭାବରେ ଏଠାରେ ମାନ୍ୟତା ପାଇଛନ୍ତି ।

ସ୍କନ୍ଧ ପୁରାଣ ମାନସ ଖଣ୍ଡରେ ଏହି ମନ୍ଦିରର ନାମ ‘ପୁଙ୍ଗୀଶ୍ୱର ମନ୍ଦିର ’ ଭାବରେ ମାନ୍ୟତା ପାଇଛି । ଏହି ମନ୍ଦିରର ଉତ୍ତରରେ ଥିବା ଝରଣା ଦେଇ ଗିରିଗଙ୍ଗା ନଦୀ ବହି ଯାଉଛି । ଏହି ଝରଣା ଜଳରେ ଭଗବାନ ଶିବ ଜଳାଭିଷେକ କରନ୍ତି । ଏଠାରେ ଥିବା ‘ଲୁମ୍ବକା’ ନାମକ ବିଶାଳ ଗୁମ୍ଫାରେ ମହାଦେବ କିଛି ବର୍ଷ ଧରି ତପସ୍ୟା କରିଥିଲେ । ପ୍ରାକୃତିକ ପରିବେଶରେ ପୂର୍ଣ୍ଣ ଏହି ସ୍ଥାନକୁ ଭାରତର ସବୁ କୋଣରୁ ପର୍ଯ୍ୟଟକମାନେ ଦର୍ଶନ ପାଇଁ ଆସିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.