ବିଗବସ14: ୧୩ ଜଣ ସେଲିବ୍ରିଟିଙ୍କ ସହ ୩ ଜଣ ସାଧାରଣ ଲୋକ ଆସିବେ ନଜର, ଜଙ୍ଗଲ ଥିମ ହେବ ଏଥରର ବିଶେଷ ଆକର୍ଷଣ

କରୋନା ପାଇଁ ଅନେକ କାମ ଏପର‌୍ୟ୍ୟନ୍ତ ଅଟକି ରହିଛି କିନ୍ତୁ ଏହା ମଧ୍ୟରେ ବିଗବସ୍ ୧୪ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି ।ସୂଚନା ଅନୁଯାୟୀ ଏହି ଶୋ ଏକ ମାସ ବିଳମ୍ବ ଅର୍ଥାତ ଅକ୍ଟୋବରର ଶେଷ ସପ୍ତାହରୁ ଆରମ୍ଭ ହେବାର ସମ୍ଭାବନା ରହିଛି । କୁହାଯାଉଛି ଯେ ପ୍ରତିଯୋଗୀଙ୍କ ନାମ ଚୂଡାନ୍ତ ହୋଇଛି । ୩୦ ଜଣଙ୍କ ନାମର ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା ଏବଂ ସେଥିମଧ୍ୟରୁ ୧୬ ଜଣଙ୍କୁ ଚୟନ କରାଯାଇଛି । ଏଥର ୧୩ ଜଣ ସେଲିବ୍ରିଟିଙ୍କ ସହ ୩ ଜଣ ସାଧାରଣ ଲୋକଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

Bigg Boss 14 Online Watch Latest Full Episodes Colors Tv Voot Show

ଏଥର ସୋ ଜଙ୍ଗଲ ଥିମ୍ ଉପରେ ଆଧାରିତ ହେବ । ବିଗ୍ ବସ୍ ଘରେ ମିଳୁଥିବା ଅନେକ ସୁବିଧା ଛାଡି ପ୍ରତିଯୋଗୀମାନଙ୍କୁ ଏଥର କଠିନ ପରିସ୍ଥିତିରେ ରହିବାକୁ ପଡ଼ିବ । ମନୋନୀତ ପ୍ରତିଯୋଗୀମାନେ କରୋନା ପରୀକ୍ଷା କରିବେ ଏବଂ ରିପୋର୍ଟ ନେଗେଟିଭ ଆସିବା ପରେ ହିଁ ସମସ୍ତେ ଏଣ୍ଟ୍ରି କରିପାରିବେ । ପୁରା ଘରକୁ ବାରମ୍ବାର ପସାନିଟାଇଜ କରାଯିବ ଏବଂ ପ୍ରତିଯୋଗୀମାନଙ୍କୁ ମଧ୍ୟ କିଛି ନିୟମ ପାଳନ କରିବାକୁ ପଡିବ ଯାହା କରୋନା ମୁକାବିଲା ପାଇଁ ନିର୍ଦ୍ଧାରିତ ହୋଇଛି ।

ସଲମାନ ଖାନ ଏଥର ମଧ୍ୟ ଶୋ’କୁ ହୋଷ୍ଟ କରିବେ । ସପ୍ତାହ ଶେଷରେ ତାଙ୍କୁ ଦେଖିବାକୁ ମିଳିବ । ସଲମାନ ଖାନଙ୍କ ପାଇଁ ମଧ୍ୟ ବିଶେଷ ବ୍ୟବସ୍ଥା କରାଯିବ ଯାହା ଦ୍ୱାରା ସେ କୋଭିଡ ୧୯ ର ଶିକାର ନ ହୁଅନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ପ୍ରତିଯୋଗୀଙ୍କ ନାମ ପ୍ରକାଶ କରାଯାଇ ନାହିଁ ସମୟ ଆସିଲେ ଏହା ଧୀରେ ଧୀରେ କୁହାଯିବ ବୋଲି ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.