ଦୟାବେନ୍କୁ କପି କରୁଛି ଏକ ୯ ବର୍ଷର ଝିଅ, ଥରେ ଦେଖନ୍ତୁ ଖୁବ ଭାଇରାଲ ହେଉଥିବା ଏହି ଭିଡିଓ

ଟେଲିଭିଜନରେ ଦେଉଥିବା ‘ତାରକ୍‌ ମେହଟ୍ଟା କା ଉଲ୍‌ଟା ଚଷ୍‌ମା’ ହେଉଛି ଅନ୍ୟତମ ଲୋକପ୍ରିୟ କମେଡି ଧାରାବାହିକ । ଲମ୍ବା ସମୟ ପାଇଁ ପ୍ରସାରିତ ହେବାରେ ଏହା ରେକର୍ଡ କରି ସାରିଲେଣି | ଏଥିରେ ଅଭିନୟ କରିଥିବା ଭିନ୍ନ ଭିନ୍ନ କଳାକାର ମାନେ ନିଜ ଅଭିନୟ ଯାଦୁରେ ଲୋକଙ୍କୁ ହସେଇ ହସେଇ ଗଡେଇ ପାରନ୍ତି । ସିରିଏଲର ଦୟା ବେନ ହୁଅନ୍ତୁ ଅବା ଜେଠଲାଲ ହୁଅନ୍ତୁ କି ଟପୁ ହୁଅନ୍ତୁ ସମସ୍ତଙ୍କ ଅଭିନୟର ଷ୍ଟାଇଲ କିଛିଟା ଭିନ୍ନ | ମନୋରଞ୍ଜନ ବ୍ୟତୀତ ଏଥିରେ ଅନେକ ଶିକ୍ଷଣୀୟ ଜିନିଷ ମଧ୍ୟ ଦେଖାଯାଇଥାଏ । ଏକ ଦଶନ୍ଧିରୁ ଅଧିକ ସମୟ ହେବ ଏହା ଚାଲି ଆସୁଛି। ଏହାର ପ୍ରତ୍ୟେକଟି ଚରିତ୍ର ଲୋକପ୍ରିୟତା ଅର୍ଜନ କରିଛନ୍ତି। ସମସ୍ତେ ନିଜର ଅଭିନୟ ପାଇଁ ଢେର୍ ପ୍ରଶଂସା ପାଉଛନ୍ତି।

 

View this post on Instagram

 

A post shared by Disha Vakani (@disha.vakani)

 

‘ତାରକ୍‌ ମେହଟ୍ଟା କା ଉଲ୍‌ଟା ଚଷ୍‌ମା’ ଅନ୍ୟତମ ପ୍ରମୁଖ ଚରିତ୍ର ହେଉଛନ୍ତି ଦୟାବେନ୍‌ । ଯିଏ କି ଟପୁଙ୍କ ମାଙ୍କ ଚରିତ୍ର ନଜର ଆସିଛନ୍ତି । ସିରିଏଲରେ ତାଙ୍କର ଆଉ ଏକ ପରିଚୟ ହେଉଛି ଯେ ସେ ଜେଠାଲାଲ୍‌ଙ୍କ ପତ୍ନୀ । ୟାଙ୍କ ରିଲ ନେମ ସିନା ଦୟା ବେନ କିନ୍ତୁ ରିୟଲ ନେମ ହେଉଛି ଦିଶା ବକାନୀ। । ସେ ତାଙ୍କ ମୁହଁକୁ ଯେମିତି କରି ଅଭିନୟ କରନ୍ତି, ସେମିତି ଅନ୍ୟ କୌଣସି ଧାରାବାହିକରେ କେହି କରିବା ଦେଖାଯାଏ ନାହିଁ। ତାଙ୍କର ଏହି ଷ୍ଟାଇଲ ଟିକେ ସମ୍ପୂର୍ଣ୍ଣ ନିଆରା । ତାଙ୍କୁ ଜଣେ ନକଲ କରିବା ଅସମ୍ଭବ । କିନ୍ତୁ ଆଶ୍ଚଜ୍ୟର କଥା ଜଣେ ୯ ବର୍ଷର ଝିଅ ତାଙ୍କର ନକଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏକ ଫ୍ୟାନ୍ ପେଜ୍‌ରେ ଏହି ଭିଡିଓକୁ ଶେଆର କରାଯାଇ ଦିଶା ବକାନୀଙ୍କୁ ଉତ୍ସର୍ଗ କରାଯାଇଛି।

ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରାଯାଇଥିବା ଏହି ଭିଡିଓରେ ସୁମନ ପୁରି ନାମକ ଏକ କୁନି ଝିଅ ଅଭିନୟ କରିଥିବା ଜଣାଯାଇଛି । ସେ ଏକ ସିନ୍‌ର ନକଲ କରିଛନ୍ତି ଯେଉଁଥିରେ ଦୟାବେନ୍ ନବରାତ୍ରୀକୁ ନେଇ ବହୁତ ଉତ୍ସାହିତ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.