୧୫ତମ ବିବାହ ବାର୍ଷିକୀ ପାଳିଲେ ଅମୀର ଖାନ୍‌ ଓ କିରଣ ରାଓ, ସାମ୍ନାକୁ ଆସିଲା ସେଲିବ୍ରେସନ୍‌ର ଫଟୋ

ବଲିଉଡ୍‌ ପରଫେକ୍ସନିଷ୍ଟ ଅମୀର ଖାନ୍‌ ଓ କିରଣ ରାଓ ଏଥରକ ଗୁଜରାଟରେ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଚଳିତବର୍ଷ ଏହି ଦମ୍ପତି ନିଜ ୧୫ତମ ବିବାହ ବାର୍ଷିକୀ ପାଳୁଛନ୍ତି। ସେମାନେ ଏହି ସେଲିବ୍ରେସନ୍‌ କେବଳ ନିଜ ଭିତରେ ହିଁ କରିଛନ୍ତି। ସୋସିଆଲ ମିଡିଆରେ ଅମୀର ଖାନ୍‌ ଓ କିରଣ ରାଓଙ୍କ ଫଟୋ ଭାଇରାଲ ହେଉଛି। ଉଭୟେ ଏଥିରେ କେକ୍‌ କାଟୁଥିବା ଦେଖିବାକୁ ମିଳିଛି।

 

View this post on Instagram

 

A post shared by Filmy Chutzpah (@filmy_chutzpah)

ଅମୀର ଓ କିରଣଙ୍କ ସହ ପୁଅ ଆଜାଦ୍‌ ରାଓ ଖାନ୍‌ ମଧ୍ୟ ଉପସ୍ଥିତ ଅଛନ୍ତି। ଏହି ଫଟୋକୁ ଅମୀର ଫ୍ୟାନ୍‌ କ୍ଲବ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଖାନ୍‌ କପଲ ଏଥିରେ ତିନି ଥାକିଆ କେକ୍‌ କାଟୁଥିବା ଦେଖାଯାଇଛି। କେକ୍‌ ଉପରେ ଇଂରାଜୀରେ AK ଲେଖାଯାଇଛି।

ସୂଚନାଯୋଗ୍ୟ ଯେ ଗତ ଡିସେମ୍ବର ୨୮ରେ ଅମୀର ଓ କିରଣଙ୍କ ବିବାହ ବାର୍ଷିକୀ ଥିଲା। ସେହି ସମୟରେ ଉଭୟେ ଗିର ନ୍ୟାସନାଲ ପାର୍କରେ ଥିଲେ। ଅମୀର ଏ ଅବସରରେ ନୀଳ ରଙ୍ଗର ଜ୍ୟାକେଟ୍‌ ପିନ୍ଧିଥିଲେ ଓ ଟୋପି ଲଗାଇଥିଲେ। ସେହିପରି କିରଣ ସବୁଜ ରଙ୍ଗର ଓ୍ଵିଣ୍ଟର ଜ୍ୟାକେଟ୍‌ ପିନ୍ଧିଥିବା ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.