ବିବାହରେ ୱେଡିଙ୍ଗ ସୁଟ୍‌ ବଦଳରେ ଜଗିଂ ସୁଟ୍‌ ପିନ୍ଧି ଆସିଲେ ଆମିରଙ୍କ ଜ୍ୱାଇଁ, ଭିଡିଓ ହେଉଛି ଭାଇରାଲ

ଇରା ଓ ନୁପୁର ମଙ୍ଗଳବାର ସନ୍ଧ୍ୟାରେ ରେଜିଷ୍ଟର ମ୍ୟାରେଜ୍‌ କରିଛନ୍ତି । ଏହି ବିବାହରେ ସମସ୍ତେ ମରାଠୀ ଷ୍ଟାଇଲ୍‌ରେ ରେଡି ହୋଇଥିବାର ଦେଖିବା ପାଇଁ ମିଳିଥିଲା । ନୁପୁରଙ୍କୁ ତାଙ୍କ ବିବାହାରେ ବିନା ବ୍ୟାଣ୍ଡ ବାଜାରେ, ଯେପରି ଜିମ୍‌ରୁ ଆସିଲା ଭଳି ଜଗିଂ ସୁଟ୍‌ରେ ନଜର ଆସିଥିଲେ । ଏପରି ଭାବେ ସେ ତାଙ୍କ ବିବାହ ମଣ୍ଡପରେ ପହଞ୍ଚିଥିଲେ । ଯାହା ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଆମିର ଖାନ୍‌ଙ୍କ ଲାଡିଲ୍‌ ଝିଅ ଇରା ଖାନ୍‌ ତାଙ୍କ ବୟେଫ୍ରେଣ୍ଡ ନୁପୁର ଶିଖରଙ୍କ ସହ ଗତ କାଲି ବିବାହ କରିଛନ୍ତି । ତେବେ ଇରା ଓ ନୁପୁର ମଙ୍ଗଳବାର ସନ୍ଧ୍ୟାରେ ରେଜିଷ୍ଟର ମ୍ୟାରେଜ୍‌ କରିଛନ୍ତି । ତାଙ୍କ ମ୍ୟାରେଜ୍‌ରେ ସମସ୍ତ ପରିବାର ସଦସ୍ୟ ଉପସ୍ଥିତ ରହିଥିଲେ । ଏହା ବ୍ୟାତୀତ ସେହି ବିବାହରେ ତାଙ୍କ ଘନିଷ୍ଠ ବନ୍ଧୁମାନେ ମଧ୍ୟ ସାମିଲ ହୋଇଥିଲେ । ଏହି ବିବାହରେ ସମସ୍ତେ ମରାଠୀ ଷ୍ଟାଇଲ୍‌ରେ ରେଡି ହୋଇଥିବାର ଦେଖିବା ପାଇଁ ମିଳିଥିଲା । ଏହା ସହ ଇରା ମଧ୍ୟ ମରାଠୀ ଷ୍ଟାଇଲ୍‌ରେ ବହୁତ ହିଁ ସୁନ୍ଦର ଲାଗୁଥିଲେ । କିନ୍ତୁ ଏହି ସବୁ ମଧ୍ୟରେ ନୁପୁରଙ୍କର ଏକ ଭିନ୍ନ ଷ୍ଟାଇଲ୍‌ରେ ଦେଖିବା ପାଇଁ ମିଳିଲା । ନୁପୁରଙ୍କୁ ତାଙ୍କ ବିବାହାରେ ବିନା ବ୍ୟଣ୍ଡ ବାଜାରେ, ଯେପରି ଜିମ୍‌ରୁ ଆସିଲା ଭଳି ଜଗିଂ ସୁଟ୍‌ରେ ନଜର ଆସିଥିଲେ । ଏପରି ଭାବେ ସେ ତାଙ୍କ ବିବାହ ମଣ୍ଡପରେ ପହଞ୍ଚିଥିଲେ । ତେବେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଜୋର୍‌ସୋର୍‌ ଭାଇରାଲ ହେଉଛି । ଯାହା ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ viralbhayanରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ଏହି ବିବାହରେ କେବଳ ଇରା ଖାନ୍‌ଙ୍କ ଷ୍ଟାଇଲ ଭିନ୍ନ ନଥିଲା ବରଂ ତାଙ୍କ ସ୍ୱାମୀ ନୁପୁରଙ୍କ ଷ୍ଟାଇଲ୍‌ ମଧ୍ୟ ସବୁ ଠାରୁ ଭିନ୍ନ ଥିଲା । ତେବେ ନୁପୁର ତାଙ୍କ ବିବାହରେ ଜଗିଂ ସୁଟ୍‌ ପିନ୍ଧିବା ସହ ଜଗିଂ କରି ଆସିଥିବର ନଜର ଆସିଛନ୍ତି । ସେହି ସମୟରେ ତାଙ୍କର ସମସ୍ତ ଫ୍ରେଣ୍ଡ ମଧ୍ୟ ସେହି ପରି ଭାବେ ଜଗିଂ କରି ତାଙ୍କ ସହ ଆସିଥିଲେ । ସୂଚନା ମୁତାବକ, ବିବାହ ପୂର୍ବରୁ ସେ ୮ କିମି ଚାଲିଥିଲେ । ଏହା ସହ କୁହାଯାଉଛି ଯେ ନୁପୁର ସେହି ଜଗିଂ ସୁଟ୍‌ରେ ହିଁ ବିହାହ କରିଥିଲେ । ତେବେ ଏପରି ମଧ୍ୟ କିଛି ସୂଚନା ରହିଛି ଯେ ନୁପୁର ତାଙ୍କ ବିବାହରେ ବିଳମ୍ବରେ ପହଞ୍ଚିଥିଲେ । ଏପରି ପରିସ୍ଥିତିରେ କୁହାଯାଉଛି ଯେ ତାଙ୍କୁ କପଡା ବଦଳାଇବା ପାଇଁ ସମୟ ନଥିଲା, ସେଥିପାଇଁ ସେ ସେହି ଜଗିଂ ସୁଟ୍‌ରେ ହିଁ ରେଜିଷ୍ଟର ମ୍ୟାରେଜ୍‌ କରିଛନ୍ତି ।

ବିବାହ ପରେ ତାଙ୍କୁ ଏକ ନୀଳ ଶର୍ୱାନୀ ପିନ୍ଧିଥିବାର ଦେଖିବା ପାଇଁ ମିଳିଛି । ଇରା ଏବଂ ନୁପୁର ଏକାଠି ବହୁତ ଖୁସି ମଧ୍ୟ ଲାଗୁଥିଲେ । ତେବେ ଲୋକମାନେ ତାଙ୍କ ଦୁଇ ଜଣଙ୍କ ଯୋଡିକୁ ମଧ୍ୟ ବହୁତ ପସନ୍ଦ କରୁଛନ୍ତି । ଏହି ଦୁଇ ଜଣଙ୍କ ବିବାହ ଏକ ଭିନ୍ନ ଢଙ୍ଗରେ ହୋଇଥିରୁ, ସମସ୍ତଙ୍କ ପାଇଁ ଏହି ବିବାହ ସ୍ମରଣୀୟ ହୋଇରହିବ । ଏପରି ମଧ୍ୟ ଫ୍ୟାନ୍ସ ଏହି ଭିଡିଓ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଥିଲେ । ତେବେ ଏହି ଭିଡିଓ ଦେଖି ଜଣେ ୟୁଜର ଏହାକୁ ନେଇ କମେଣ୍ଟରେ ଲେଖିଛନ୍ତି, ‘ଏହି ବିବାହ ଗୋଟିଏ ମଜାକ୍‌ । ସେହପରି ଅନ୍ୟ ଜଣେ ଲେଖିଛନ୍ତି, ‘ବିବାହ ପୂର୍ବରୁ ତାଙ୍କୁ ଏତେ ଟାଇମ୍‌ ମିଳିଗଲା କି ଜଗିଂ କରିବାକୁ’ । ତେବେ ସେହି ଭିଡିଓରେ ଏହି ପରି ଅନେକ କମେଣ୍ଟ ଆସିଛି ।

ଏହି ରେଜିଷ୍ଟର ମ୍ୟାରେଜ୍‌ ପରେ ଜାନୁଆରୀ ୫ରେ ଏହି ଦୁଇ ଜଣ ଉଦୟପୁରରେ ମଧ୍ୟ ଡେଷ୍ଟନେସନ୍‌ ୱେଡିଙ୍ଗ କରିବାକୁ ଯାଉଛନ୍ତି । ଏହା ସହ ବିବାହର ଗୋଟିଏ ସପ୍ତାହ ପରେ ଜାନୁଆରୀ ୧୩ରେ BKC ଜିୟୋ ସେଣ୍ଟରରେ ବଲିଉଡ ଏବଂ ସାଉଥ୍‌ର ସମସ୍ତ ଷ୍ଟାରଙ୍କ ନିମନ୍ତ୍ରଣ କରାଯିବ ଏବଂ ସେଠାରେ ବିବାହର ରିସେପ୍ସନ ପାଟି ଦିଆ ଯିବ । ଏପରି ଭାବେ ଇରା ଏବଂ ନୁପୁରଙ୍କ ଏକ ଭିନ୍ନ ଢଙ୍ଗରେ ବିବାହ ହୋଇଛି ।

 

View this post on Instagram

 

A post shared by Viral Bhayani (@viralbhayani)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.