ରାମ ମନ୍ଦିର ଏବଂ ଯୋଗୀଙ୍କୁ ବୋମାରେ ଉଡାଇବାକୁ ଧମକ ଦେଇଥିବା ୨ ଜଣଙ୍କୁ ଗିରଫ କଲା ପୋଲିସ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୋମାରେ ଉଡାଇ ଦେବାକୁ ଧମକ ଦେଇଥିବା ୨ ଜଣଙ୍କୁ ପୋଲିସ ଗିରଫ କରିଛି । ସୋସିଆଲ ମିଡିଆରେ ଏମାନେ ରାମ ମନ୍ଦିର ଏବଂ ଯୋଗୀ ଆଦିତ୍ୟନାଥଙ୍କୁ ବୋମାରେ ଉଡାଇବାକୁ ଧମକ ଦେଇଥିଲେ । ପୋଲିସ ଯାଞ୍ଚ କରି ଏମାନଙ୍କୁ ଗିରଫ କରିଛି ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୋମାରେ ଉଡାଇ ଦେବାକୁ ଧମକ ଦେଇଥିବା ୨ ଜଣଙ୍କୁ ପୋଲିସ ଗିରଫ କରିଛି । ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ମାରିବା ପାଇଁ ଧମକ ଦେବା ପରେ ୟୁପି ପୋଲିସ ସତର୍କ ହୋଇ ଯାଞ୍ଚ ଆରମ୍ଭ କରିଥିଲା । ସୋସିଆଲ ମିଡିଆରେ ଏମାନେ ରାମ ମନ୍ଦିର ଏବଂ ଯୋଗୀ ଆଦିତ୍ୟନାଥଙ୍କୁ ବୋମାରେ ଉଡାଇବାକୁ ଧମକ ଦେଇଥିଲେ । ପୋଲିସ ଯାଞ୍ଚ କରି ଏମାନଙ୍କୁ ଗିରଫ କରିଛି ।

ଏକ ବୟାନ ମୁତାବକ, ଉତ୍ତର ପ୍ରଦେଶର ସ୍ପେଶାଲ ଟାସ୍କ ଫୋର୍ସ ଟିମ୍‌ ଲକ୍ଷ୍ନୌର ଗୋମତି ନଗରର ବିଭୂତି ଖଣ୍ଡ ଅଞ୍ଚଳରୁ ଦୁଇଜଣଙ୍କୁ ଗିରଫ କରିଛି । ଦୁହେଁ ନଭେମ୍ବରରେ@iDevendraOffice X ହ୍ୟାଣ୍ଡେଲ ପୋଷ୍ଟ କରି ଆଦିତ୍ୟନାଥ ଏବଂ ଏସଟିଏଫ ପ୍ରମୁଖ ଅମିତାଭ ଯଶ ଏବଂ ଅଯୋଧ୍ୟା ରାମ ମନ୍ଦିରକୁ ଉଡାଇବାକୁ ଧମକ ଦେଇଥିଲେ ।

ପୋଲିସ ସୂଚନା ମୁତାବକ, [email protected]’ ଏବଂ ‘[email protected] ଇମେଲ ଆଇଡିରୁ ଧମକ ମିଳିଥିଲା । ଅଫିସର ଇମେଲ ଆଇଡି ଚେକ୍‌ କରିବା ପରେ ତାହର ସିଂ ଏବଂ ଓମପ୍ରକାଶ ମିଶ୍ରା ନାମକ ଦୁଇଜଣଙ୍କୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.