ଶାହାରୁଖଙ୍କ ‘ପଠାନ୍’ ଫିଲ୍ମରେ ଆମିର ଖାନଙ୍କ ଭଉଣୀ ନିଖତ୍

ଅଭିନେତା ଶାହାରୁଖ ଖାନ୍‌ ଙ୍କ ଫିଲ୍ମ ‘ପଠାନ’ କୁ ନେଇ ପ୍ରଥମରୁ ବହୁ ବିବାଦ ଦେଖାଯାଇଛି । ଫିଲ୍ମର ମୁକ୍ତିଲାଭ କରିବାକୁ ନେଇ ମଧ୍ୟ ବିରୋଧ କରାଯାଉଥିଲା । ହେଲେ ଫିଲ୍ମ ରିଲିଜ ହେବା ପରଠାରୁ ଏହାକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି । ବଲିଉଡର କିଙ୍ଗ୍ ଖାନ୍ ଶାହରୁଖ୍ ଖାନଙ୍କ ସିନେମା ପଠାନ୍ ଏବେ ବକ୍ସ ଅଫିସ୍ ରେ ଧୁମ୍ ମଚାଉଛି । ବିବାଦ ସତ୍ୱେ ବି ସିନେମା ଦେଖିବା ପାଇଁ ହଲରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି ।

ସାରା ବିଶ୍ୱରେ ଏହି ସିନେମା ୧୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିସାରିଲାଣି । ଏତେ କମ୍ ସମୟ ଭିତରେ ଏତେ ସଫଳତା ପାଇଥିବା ବଲିଉଡର ଏହା ହେଉଛି ପ୍ରଥମ ଫିଲ୍ମ । ସିନେମାରେ ଶାହରୁଖଙ୍କ ସହ ଦୀପିକା ପାଦୁକୋନ୍ ଏବଂ ଜନ୍ ଆବ୍ରାହମଙ୍କ ଭଳି ଷ୍ଟାର ମଧ୍ୟ ନଜର ଆସୁଛନ୍ତି । ତେବେ ସବୁଠୁ ଖାସ୍ କଥା ଯେ ଏହି ସିନେମାରେ ସଲମାନ ଖାନ୍ ଙ୍କ ସମେତ ଆମିର ଖାନଙ୍କ ଭଉଣୀ ନିଖତ୍ ଖାନ୍ ହେଗଡେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି ।

ସିନେମାରେ ଶାହରୁଖଙ୍କ ମା’ ଭୂମିକାରେ ନଜର ଆସିଛନ୍ତି ନିଖତ୍, ଯିଏକି ଆମିର ଖାନଙ୍କ ଭଉଣୀ । ସେ ଜଣେ ଅଫଗାନି ମହିଳା ରୂପେ ନଜର ଆସିଛନ୍ତି । ସିନେମାରେ ଶାହରୁଖଙ୍କୁ ପଠାନ୍ ନାଁ ଦେଇଛନ୍ତି ନିଖତ୍। ସିନେମାରେ ଅନାଥର ଚରିତ୍ର ନିଭାଉଥିବା ଶାହରୁଖ୍ ଙ୍କୁ ସେ ନିଜ ପୁଅ ଭଳି ଭାବି ତାଙ୍କ ହାତରେ ତାବିଜ୍ ବାନ୍ଧିବା ସହିତ ତାଙ୍କର ନା ଦେଇଛନ୍ତି । ଯେଉଁଥିରେ ସେ ସତସତିକା ଭାବବିହ୍ୱଳ ହୋଇଥିବା କଥା ବି ଏକ ସାକ୍କୁଷାତକାରରେ ସେ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.