ଟଲିଉଡ ଅଭିନେତା ସାଇ ଧରମ ତେଜ ବାଇକ୍ ଆକ୍ସିଡେଣ୍ଟରେ ଗୁରୁତର, ହସପିଟାଲରେ ଭର୍ତ୍ତି

ସାଉଥ ଇଣ୍ଡଷ୍ଟ୍ରୀର ସପୁରଷ୍ଟାର ଅଭିନେତା ସାଇ ଧରମ ତେଜ ଗତକାଲି ରାତିରେ ଏକ ବାଇକ ଦୁର୍ଘଟଣାର ଶିକାର ହୋଇଛନ୍ତି । ଦୁର୍ଘଟଣା ପରେ ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ଦୁର୍ଗମଚେରୁଭ କେବୁଲ ବ୍ରିଜ ନିକଟରେ ଘଟିଛି।

ଖବର ମୁତାବକ, ସାଇ ଏକ ସ୍ପୋର୍ଟସ ବାଇକରେ ଯାଉଥିଲେ ଏବଂ କାଦୁଅ ଯୋଗୁଁ ସେ ଖସିପଡି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାପଡିଛି। ତାଙ୍କ ଆଖି, ଛାତି ଏବଂ ଅଣ୍ଟାର ଅନେକ ଅଂଶରେ ଆଘାତ ଲାଗିଛି। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ହେଲେ ଏବେ ତାଙ୍କ ଅବସ୍ଥା ଭଲ ରହିଥିବା ଜଣାପଡିଛି।

sai dharam tej
PC: Telugubulletin.com

ତାଙ୍କ ଦୁର୍ଘଟଣାର ଖବର ଶୁଣି ପରିବାର ସଦସ୍ୟ, ଭାଇ ବୈଷ୍ଣବ ତେଜ, ମାମୁଁ ପୱନ କଲ୍ୟାଣ ଏବଂ ସମ୍ପର୍କୀୟ ଭାଇ ବରୁଣ ତେଜ, ଅଲ୍ଲୁ ଅର୍ଜୁନ, ରାମଚରଣ, ଅଲ୍ଲୁ ଶିରିଷ, ସାଇ ପଲ୍ଲବୀ ପ୍ରମୁଖ ଡାକ୍ତରଖାନାରେ ପହଞ୍ଚିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.