ଶିମଲାର ଡେଣ୍ଟାଲ କଲେଜରେ ରୋଗୀଙ୍କ ପାଇଁ ଆରମ୍ଭ ହେବ 3D ଚିକିତ୍ସା, ଖର୍ଚ୍ଚ ହେବ ୩ କୋଟି ୮୦ ଲକ୍ଷ ଟଙ୍କା

ହିମାଚଳପ୍ରଦେଶର ରାଜଧାନୀ ଶିମଲାର ଡେଣ୍ଟାଲ କଲେଜରେ ଏବେ 3D ଟେକନିକରେ ରୋଗୀ ମାନଙ୍କର ଉପଚାର କରାଯିବ। ଏହାକୁ ନେଇ ଶୁକ୍ରବାର ଏକ ବୈଠକ ବସିଥିଲ।। ଶୁକ୍ରବାର ଆରକେଏସ୍‌ ଗର୍ଭନିଂ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ସ୍ୱାସ୍ଥ୍ୟମନ୍ତ୍ରୀ ରାଜିବ ସେଜଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କଲେଜକୁ ନେଇ ଜଡ଼ିତ ଅନେକ ମୁଦ୍ଦା ରଖାଯାଇଥିଲା। ଏହାପରେ ବର୍ଷ ୨୧-୨୧ ପାଇଁ ଆନୁମାନିକ ଭାବେ ୩ କୋଟି ୮୦ ଲକ୍ଷ ଟଙ୍କା ଖର୍ଚ୍ଚର ଯୋଜନା ରଖାଗଲା।

ହସ୍ପିଟାଲରେ ବିଭିନ୍ନ କାଟେଗୋରୀରେ ମାଗଣାରେ ସ୍ୱାସ୍ଥ୍ୟ ସେବା ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏଥିରେ ଆଇଆରଡିପି, ବିପିଏଲ, କ୍ୟାନସର, ଏଚଆଇଭି ରୋଗୀ, ୪୦%ରୁ ଅଧିକ ଅକ୍ଷମ ଥିବା ବ୍ୟକ୍ତି , ୧୮ ବର୍ଷରୁ କମ ବୟସର ପିଲା ତଥା ଡେଣ୍ଟାଲ କଲେଜର ଷ୍ଟୁଡେଣ୍ଟସ୍‌ ମାନେ ଅନ୍ତର୍ଭୁକ୍ତ ଅଛନ୍ତି। ବୈଠକରେ ହସ୍ପିଟାଲରେ ଥିବା ଡେଣ୍ଟାଲ ଚେୟାରକୁ ଜେନେରେଟର ସୁବିଧାରେ ଯୋଡ଼ିବାକ ୁ ନିର୍ଣ୍ଣୟ କରାଗଲା। ଏଥିରେ ୨୦୦ ପାଖାପାଖି ଚେୟାରକୁ ଜେନେରେଟ କରାଯିବ।

ଏହି ବୈଠକ ପାଖାପାଖି ୨ବର୍ଷ ପରେ ହୋଇଥିଲା। ଏଥିରେ ରୋଗୀଙ୍କ ଚିକିତ୍ସା ନିମିତ୍ତ ଖର୍ଚ୍ଚକୁ କମ କରାଇବା ସହ ଆର୍ଥକ କ୍ଷେତ୍ରରେ ସହଯୋଗ କରିବା ପାଇଁ କୁହାଗଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.