କାରଗିଲ ଗର୍ଲ ଗୁଂଜନ ସକ୍ସେନାଙ୍କ ଉପରେ ନିର୍ମିତ ଫିଲ୍ମର ସୁଟିଂ ହେଲା ଶେଷ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଜାହ୍ନବୀ

ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଫିଲ୍ମ ଧଡକ ରୁ ବଲିଉଡରେ ଡେବ୍ୟୁ କରିଛନ୍ତି। ଏହି ଫିଲ୍ମରେ ଜାହ୍ନବୀଙ୍କୁ ଦର୍ଶକଙ୍କ ଢେରସାରା ଭଲପାଇବା ମଧ୍ୟ ମିଳିଥିଲା। ଏହି ଫିଲ୍ମରେ ଜାହ୍ନବୀଙ୍କ ଆକ୍ଟିଂ ସହ ତାଙ୍କ ଲୁକ୍‌ ମଧ୍ୟ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥିଲା। ଏହାପରେ ଜାହ୍ନବୀ ନିଜର ପରବର୍ତ୍ତି ଫିଲ୍ମ ପ୍ରସ୍ତୁତିରେ ବ୍ୟସ୍ତ ରହିଥିଲେ। ଯାହାର ସୁଟିଂ ବର୍ତ୍ତମାନ ଶେଷ ହୋଇଛି। ସୁଟିଂ ଶେଷ ହେବା ପରେ ଜାହ୍ନବୀ ଫିଲ୍ମ ସହ ଜଡିତ କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

janhavi-ସୂଚନା ମୁତାବକ ଜାହ୍ନବୀ ଫିଲ୍ମ ‘ଗୁଂଜନ ସକ୍ସେନା- ଦ କାରଗିଲ ଗର୍ଲ’ ରେ ନଜର ଆସିବେ। ଏହି ଫିଲ୍ମକୁ ନେଇ ଖୁବ୍‌ ଚର୍ଚ୍ଚା ମଧ୍ୟ ଦେଖିବାକୁ ମିଳିଛି। ଏହି ଫିଲ୍ମର ପୋଷ୍ଟର ପୂର୍ବରୁ ରିଲିଜ୍‌ ହୋଇସାରିଛି, ଯାହା ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥିଲା। ଜାହ୍ନବୀ ସୋସିଆଲ ମିଡିଆରେ ଫିଲ୍ମ ସୁଟିଂ ସମୟର କିଛି ଫଟୋ ସେୟାର କରିବା ସହ ଲେଖିଛନ୍ତି, ‘ପୂର୍ବ ଦୁଇ ଦିନରୁ ମୁଁ ଭାବୁଛି କଣ କ୍ୟାପ୍ସନ ଦେବି, ଯାହାଦ୍ୱାରା ଏହି ଅନୁଭୂତି ସହ ଜଷ୍ଟିସ୍‌ କରିପାରିବି କିନ୍ତୁ ମୁଁ ଏପର୍ଯ୍ୟନ୍ତ ମୁଁ କିଛି ଚିନ୍ତା କରିପାରିନି। କିନ୍ତୁ ମତେ ଏହି ସ୍ପେଶାଲ ଯାତ୍ରାରେ ଭାଗ ନେବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ବହୁତ ଭାଗ୍ୟଶାଳୀ ମନେ କରୁଛି।

Janhvi-and-pankajସୂଚନା ମୁତାବକ ଫିଲ୍ମରେ ଜାହ୍ନବୀ କପୁର ବାୟୁ ସେନାର ଫ୍ଲାଇଟ୍‌ ଲେଫ୍ଟିନେଣ୍ଟ ଭୂମିକାରେ ନଜର ଆସିବା ସହ ପକଂଜ ତ୍ରିପାଠୀ ତାଙ୍କ ପିତା ଭୂମିକାରେ ନଜର ଆସିବେ। ଏହାବ୍ୟତୀତ ଜାହ୍ନବୀ ବରୁନ ଧାଓ୍ଵନ ଏବଂ ଭୂମି ପେଡନେକରଙ୍କ ଅଭିନୀତ ଫିଳ୍ମ ‘ମିଷ୍ଟର ଲେଲେ’ ରେ ମଧ୍ୟ ନଜର ଆସିବେ। କିନ୍ତୁ ଏହି ସମ୍ପର୍କରେ ଜାହ୍ନବୀ କୌଣସି ସୂଚନା ଦେଇନାହାନ୍ତି।

https://www.instagram.com/p/B6nEJtDgiJd/?utm_source=ig_web_copy_link

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.