Below header

ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ଲାଞ୍ଚ ମାଗିବା ଘଟଣାରେ କାର୍ଯ୍ୟାନୁଷ୍ଠାନ: ୨ କର୍ମଚାରୀ ନିଲମ୍ବିତ, ଜଣେ ସୁଇପର ବହିଷ୍କାର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟରେ ପ୍ରସବ ପାଇଁ ଆସିଥିବା ମହିଳାଙ୍କ ସମ୍ପର୍କୀୟଙ୍କ ଠାରୁ ଲାଞ୍ଚ ମାଗିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଦୁଇ କର୍ମଚାରୀ ନିଲମ୍ବିତ ହୋଇଥିବା ବେଳେ ଜଣେ ସୁଇପରକୁ ବହିଷ୍କାର କରାଯାଇଛି । କଣ୍ଟାମାଳ ଅଞ୍ଚଳର ଜଣେ ଯୁବକ ନିଜ ପତ୍ନୀଙ୍କୁ ଧରି ପ୍ରସବ ପାଇଁ ହସପିଟାଲ ଆସିଥଲେ । ଏହା ପୂର୍ବରୁ ହସପିଟାଲ ବାହାରେ ମହିଳା ଜଣକ କନ୍ୟା ସନ୍ତାନ ଜନ୍ମ ନେଇଥିଲେ । ୨ଜଣ ନର୍ସ ସେମାନଙ୍କଠାରୁ ୧ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପାଖରେ ଟଙ୍କା ନଥିବାରୁ ୫୦୦ ଟଙ୍କା ଦେବାସହ ଛେଳି ବିକ୍ରି କରି ଦେବେ ବୋଲି କହିଥିଲେ । ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.