ଚତୁର୍ଥ ଥର ମା’ ହେବାକୁ ଯାଉଛନ୍ତି ନୀରୁ ବାଜଓ୍ଵା! ଅଭିନେତ୍ରୀଙ୍କ ପୋଷ୍ଟ୍‍ ଦେଖି ଦ୍ୱନ୍ଦ୍ୱରେ ପଡ଼ିଲେ ଫ୍ୟାନ୍‌

ହିନ୍ଦୀ ଟିଭି ସିରିୟଲ୍ସ ପରେ ପଞ୍ଜାବୀ ଇଣ୍ଡଷ୍ଟ୍ରୀରେ ବେଶ୍‌ ନାଁ କମାଉଛନ୍ତି ଅଭିନେତ୍ରୀ ନୀରୁ ବାଜଓ୍ଵା। ନୀରୁ ନିଜର ନୂଆ ପ୍ରୋଜେକ୍ଟଗୁଡ଼ିକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଥାଆନ୍ତି। ଏବେ ତାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି ଯେ ନୀରୁ ଚତୁର୍ଥ ଥର ମା’ ହେବାକୁ ଯାଉଛନ୍ତି। ନିକଟରେ ସୋସିଆଲ ମିଡିଆରେ ଅଭିନେତ୍ରୀ ନିଜର କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ବେବି ବମ୍ପ୍‌ ଫ୍ଲଣ୍ଟ୍‌ କରୁଥିବାର ନଜର ଆସୁଛନ୍ତି।

କହି ରଖୁଛୁ, ଅଭିନେତ୍ରୀ ନୀରୁଙ୍କର ୩ ସନ୍ତାନ ଅଛନ୍ତି। ବର୍ତ୍ତମାନ ସେ ଚତୁର୍ଥ ଥର ମା’ ହେବାକୁ ଯାଉଥିବା ଖବର ନିଜେ ଫ୍ୟାନମାନଙ୍କ ସହ ସେୟାର କରିଛନ୍ତି। ନୀରୁ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏ ନେଇ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଭିଡିଓରେ ଅଭିନେତ୍ରୀଙ୍କ ବେବି ବମ୍ପ୍‌ ନଜର ଆସୁଛି। ତେବେ ଏଥିରେ ଏକ ଟ୍ଵିଷ୍ଟ୍‍ ବି ସାମ୍ନାକୁ ଆସିଛି।

ନିକଟରେ ନୀରୁ ଇନ୍‌ଷ୍ଟାଗ୍ରାମରେ ନିଜର ଅପ୍‌କମିଙ୍ଗ୍‌ ଫିଲ୍ମ ‘ବ୍ୟୁଟିଫୁଲ ବିଲ୍ଲୋ’ର ପୋଷ୍ଟର ସେୟାର କରିଛନ୍ତି। ପୋଷ୍ଟରରେ ନୀରୁ ଗର୍ଭବତୀ ଅଛନ୍ତି। ସେ ପୋଷ୍ଟର ସେୟାର କରିବା ସହ କ୍ୟାପସନ ଲେଖିଛନ୍ତି, ‘ବିଲ୍ଲୋ ମା’ ହେବାକୁ ଯାଉଛି। ୧୧ ଅଗଷ୍ଟରେ ବିଲ୍ଲୋକୁ ଅଭିନନ୍ଦନ ଜଣାଇବା ପାଇଁ ZEE5 କୁ ଆସି ଯାଆନ୍ତୁ’।

ଅଭିନେତ୍ରୀଙ୍କ ଏହି ପୋଷ୍ଟ ଫ୍ୟାନ୍‌ମାନଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଛି। ଲୋକେ ବୁଝିପାରୁ ନାହାନ୍ତି ଯେ ବାସ୍ତବରେ ନୀରୁ ମା’ ହେବାକୁ ଯାଉଛନ୍ତି ନା କେବଳ ଫିଲ୍ମର ପ୍ରମୋସନ କରୁଛନ୍ତି। ଯଦିଓ ଫ୍ୟାନମାନେ ତାଙ୍କୁ ଖୁବ୍‌ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇବା ଆରମ୍ଭ କରି ଦେଇଛନ୍ତି।

 

View this post on Instagram

 

A post shared by Neeru Bajwa (@neerubajwa)

କହି ରଖୁଛୁ, ଏମିତି ବି ଦିନ ଥିଲା, ଯେତେବେଳେ ଡାକ୍ତର ଅଭିନେତ୍ରୀଙ୍କୁ କହିଥିଲେ ଯେ ସେ କେବେ ବି ମା’ ହୋଇ ପାରିବେ ନାହିଁ। କିନ୍ତୁ ଭଗବାନଙ୍କ ଆଶୀର୍ବାଦରୁ ନୀରୁ ୩ଟି ସନ୍ତାନର ମା’ ହୋଇ ପାରିଛନ୍ତି। ୪୧ ବର୍ଷୀୟା ନୀରୁଙ୍କର ୩ ଝିଅ ଅଛନ୍ତି। ବର୍ତ୍ତମାନ ସେ ଆଉ ଏକ ସନ୍ତାନ ଜନ୍ମ କରିବାକୁ ଯାଉଛନ୍ତି।

 

View this post on Instagram

 

A post shared by Neeru Bajwa (@neerubajwa)

କାନାଡାରେ ଜନ୍ମିତ ନୀରୁ ପଞ୍ଜାବୀ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରୀର ଟିପ୍‌ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ। ସେ ନିଜ ଆକ୍ଟିଂ କ୍ୟାରିୟର ଦେବ ଆନନ୍ଦଙ୍କ ଫିଲ୍ମ ‘ମେଁ ସୋଲହ ବରସ୍‌ କୀ’ରୁ ଆରମ୍ଭ କରି ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହାପରେ ସେ ଟିଭି ଦୁନିଆରେ ପ୍ରବେଶ କରିଥିଲେ। ନୀରୁ ‘ଲୌଙ୍ଗ୍‌-ଲାଚୀ’ ଗୀତରୁ ରାତାରାତି ଷ୍ଟାର ପାଲଟି ଯାଇଥିଲେ। ଏହି ଗୀତ ଘରେ ଘରେ ଲୋକପ୍ରିୟ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.