Below header

ଚିରାଫଟା ଡ୍ରେସ୍‌ରେ ବୁଲୁଛନ୍ତି ସାରା, କ’ଣ ହୋଇଛି କି ତାଙ୍କର?

ଛୋଟେ ନଓ୍ଵାବ୍‌ ଭାବେ ପରିଚିତ ସୈଫ୍‌ ଅଲ୍ଲୀ ଖାନ୍‌ ଓ ଅମ୍ରିତାଙ୍କ କନ୍ୟା ସାରା ଅଲ୍ଲୀ ଖାନ୍‌ ଏବେ ବଲିଉଡ୍‌ର ଏକ ଚର୍ଚ୍ଚିତ ଚେହେରା। ସବୁବେଳେ ଲାଇମ୍‌ ଲାଇଟ୍‌ରେ ରହୁଥିବା ସାରା ନିଜ ଡ୍ରେସିଂ ପାଇଁ ମଧ୍ୟ ଫେମସ୍‌। ତାଙ୍କର ପ୍ରତି ଲୁକ୍‌କୁ ଫ୍ୟାନ୍‌ମାନେ ଖୁବ୍‌ ପସନ୍ଦ କରିଥାନ୍ତି। ସୋସିଆଲ ମିଡିଆରେ ମଧ୍ୟ ତାଙ୍କ କୁଲ୍‌ ଲୁକ୍‌ ଯୋଗୁ ଫ୍ୟାନ୍‌ଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ନିକଟରେ ସାରାଙ୍କର ଏକ ଫଟୋ ସାମ୍ନାକୁ ଆସିଛି, ଯେଉଁଥିପାଇଁ ପାଇଁ ତାଙ୍କୁ ସୋସିଆଲ ମିଡିଆରେ ପ୍ରବଳ ଟ୍ରୋଲ୍‌ କରାଯାଇଛି।

ଫଟୋରେ ସାରା ଅଲ୍ଲୀ ଖାନ୍‌ ଏକ ରେସ୍ତୋରାଁ ସାମ୍ନାରେ ହଳଦିଆ ସାର୍ଟ ସହ ଚିରିଯାଇଥିବା ଜିନ୍ସ ପିନ୍ଧି ଠିଆ ହୋଇଥିବା ଦେଖିବାକୁ ମିଳୁଛି। ସାରାଙ୍କ ଏଭଳି ଅବତାର ଦେଖି ଫ୍ୟାନ୍‌ମାନେ ଆଶ୍ଚର୍ଯ୍ୟ ହୋଇ କମେଣ୍ଟ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଏତେ ଫଟା ଜିନ୍ସ, ପକେଟ୍‌ରେ ବମ୍‌ ବ୍ଲାଷ୍ଟ ହୋଇଯାଇଛି କି? ସେହିଭଳି ଅନ୍ୟ ୟୁଜରମାନେ ମଧ୍ୟ ବହୁତ ମଜାଳିଆ କମେଣ୍ଟ ଦେଇଥିବା ଦେଖିବାକୁ ମିଳିଛି। ତେବେ କିଛି ୟୁଜର ସାରାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି।

ଏହାସହ ପଢ଼ନ୍ତୁ: ‘‘ହାଉସ୍‌ଫୁଲ ୪’’ର ପ୍ରମୋସନ୍‌ କରୁଛି ରେଳ ବିଭାଗ, ଆରମ୍ଭ ହେଲା ‘‘ପ୍ରମୋସନ୍‌ ଅନ୍‌ ହ୍ଵିଲ୍‌’’

 

 

କେଦାରନାଥ ଫିଲ୍ମ ଜରିଆରେ ବଲିଉଡ୍‌ରେ ପାଦ ଥାପିଥିବା ସାରା ଏବେ କୁଲି ନମ୍ବର ଓ୍ଵାନ୍‌ର ସୁଟିଂରେ ବ୍ୟସ୍ତ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.